ଯୋଗୀ ଆଦିତ୍ୟନାଥଙ୍କ ପାଇଁ ହିନ୍ଦୀରେ ଟ୍ୱିଟ୍ କଲେ ଶଶି ଥରୁର
ପ୍ରୟାଗରାଜ:ବିଭିନ୍ନ ସମୟରେ କ୍ଲୀଷ୍ଟ ଇଂରାଜୀ ଶବ୍ଦ ବ୍ୟବହାର କରି ଇଣ୍ଟରନେଟ୍ ଦୁନିଆରେ ବେଶ ଚର୍ଚ୍ଚାରେ ଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏକ ବିରଳ ହିନ୍ଦୀ ଟ୍ୱିଟ୍ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିଛନ୍ତି। ଗଙ୍ଗା, ଯମୁନା ଏବଂ ପୁରାଣ ବର୍ଣ୍ଣିତ ନଦୀ ସରସ୍ୱତୀର ସଙ୍ଗମସ୍ଥଳୀ କୁହାଯାଉଥିବା ସହର ପ୍ରୟାଗରାଜ ବାବଦରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ସେ ଏହି ଟ୍ୱିଟ୍ରେ କହିଛନ୍ତି, “ତୁମେ ଗଙ୍ଗାକୁ ସ୍ୱଚ୍ଛ ରଖିବାକୁ ଚାହୁଁଛ, ପୁଣି ସେଇଠି ହିଁ ପାପ ଧୋଉଛ। ସଙ୍ଗମରେ ସମସ୍ତେ ଲଙ୍ଗଳା। ଜୟ ଗଙ୍ଗା ମାତାଙ୍କର ଜୟ।”
गंगा भी स्वच्छ रखनी है और पाप भी यहीं धोने हैं। इस संगम में सब नंगे हैं!
जय गंगा मैया की! pic.twitter.com/qAmHThAJjD— Shashi Tharoor (@ShashiTharoor) January 29, 2019
ସେ ଏହି ଟ୍ୱିଟ୍ ସହିତ ଯୋଗୀ ଆଦିତ୍ୟନାଥଙ୍କର ଏକ ଫଟୋ ମଧ୍ୟ ଅପ୍ଲୋଡ୍ କରିଛନ୍ତି, ଯେଉଁଥିରେ ସେ ଗଙ୍ଗା ନଦୀରେ ବୁଡ଼ ପକାଇ ବାହାରୁଛନ୍ତି। ତାଙ୍କ ସହିତ ଉତ୍ତରପ୍ରଦେଶର କିଛି ମନ୍ତ୍ରୀ ଏବଂ କିଛି ସାଧୁ ମଧ୍ୟ ଏହି ଫଟୋରେ ଅଛନ୍ତି।
ଏହାର ପ୍ରତିକ୍ରିୟାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଶଶି ଥରୁରଙ୍କ ଏହି ମନ୍ତବ୍ୟ ଧାର୍ମିକ ଗାଳି ସଦୃଶ। ନିର୍ବାଚନ ସମୟରେ ଭୋଟ୍ ପାଇଁ ପଇତା ପିନ୍ଧୁଥିବା ରାହୁଲ ଗାନ୍ଧି ତାଙ୍କ ଦଳର ନେତାଙ୍କୁ ଏପରି କହିବାକୁ ଅନୁମତି ଦେବା ବିଶ୍ୱର କୋଟି କୋଟି ହିନ୍ଦୁଙ୍କ ଭାବାବେଗକୁ ଆହତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।