କାହାଣୀ ଆମ ବଜେଟର: ଲିକ୍‌ରୁ ଆରମ୍ଭ କରି ପେପର ଲେସ୍ ଯାଏ

ନୁଆଦିଲ୍ଲୀ: ଭାରତୀୟ ବଜେଟର କାହାଣୀ ବେସ୍ ପୁରୁଣା। ସୁଟକେସରୁ ଆରମ୍ଭ ହୋଇଥିବା ବଜେଟ ଏକଦା ବହି ଖାତାରେ ପରିଣତ ହୋଇଥିଲା। ଚଳିତ ବର୍ଷ କିନ୍ତୁ ଏହା ସଂପୂର୍ଣ୍ଣ ପେପର ଲେସ୍ ରହିବ। ସେହିପରି ବଜେଟ୍ ସଂସଦରେ ଉପସ୍ଥାପନ ହେବା ପୂର୍ବରୁ ଏକଦା ରାଷ୍ଟ୍ରପତି ଭବନରୁ ଲିକ୍ ମଧ୍ୟ ହୋଇଯାଇଥିଲା। ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ହୋଇଥିଲା। କେମିତି ଥିଲା ଆମ ବଜେଟର କାହାଣୀ  ବଜେଟ ପ୍ରସ୍ତୁତ ସମୟ: କେନ୍ଦ୍ରୀୟ ବଜେଟ୍ ତିଆରି କରିବା ପାଇଁ ପାଖାପାଖି […]

v

v

Hemant Lenka
  • Published: Thursday, 28 January 2021
  • Updated: 28 January 2021, 11:48 PM IST

Sports

Latest News

ନୁଆଦିଲ୍ଲୀ: ଭାରତୀୟ ବଜେଟର କାହାଣୀ ବେସ୍ ପୁରୁଣା। ସୁଟକେସରୁ ଆରମ୍ଭ ହୋଇଥିବା ବଜେଟ ଏକଦା ବହି ଖାତାରେ ପରିଣତ ହୋଇଥିଲା। ଚଳିତ ବର୍ଷ କିନ୍ତୁ ଏହା ସଂପୂର୍ଣ୍ଣ ପେପର ଲେସ୍ ରହିବ। ସେହିପରି ବଜେଟ୍ ସଂସଦରେ ଉପସ୍ଥାପନ ହେବା ପୂର୍ବରୁ ଏକଦା ରାଷ୍ଟ୍ରପତି ଭବନରୁ ଲିକ୍ ମଧ୍ୟ ହୋଇଯାଇଥିଲା। ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ହୋଇଥିଲା।

କେମିତି ଥିଲା ଆମ ବଜେଟର କାହାଣୀ 

ବଜେଟ ପ୍ରସ୍ତୁତ ସମୟ: କେନ୍ଦ୍ରୀୟ ବଜେଟ୍ ତିଆରି କରିବା ପାଇଁ ପାଖାପାଖି ୫ରୁ ୭ମାସ ସମୟ ଲାଗିଥାଏ। ପୂର୍ବରୁ ବଜେଟକୁ ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ ଉପସ୍ଥାପନା କରାଯାଉଥିଲା। କିନ୍ତୁ ୨୦୧୭ରେ ମୋଦି ସରକାର ଏହାକୁ ବଦଳାଇଥିଲେ। ୨୧୦୭ ଠାରୁ ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରାଯାଉଛି। ପ୍ରଥମ ଅର୍ଥମନ୍ତ୍ରୀ ଭାବେ ସ୍ୱର୍ଗତଃ ଅରୁଣ ଜେଟଲୀ ଫେବୃଆରୀ ୧ରେ ବଜେଟ୍‌ ଉପସ୍ଥାପନ କରିଥିଲେ। ଏବେ ବି ସେହି ପରାମ୍ପରା ଜାରି ରହିଛି।

ଲିକ୍‌ ହୋଇଥିଲା ବଜେଟ: ୧୯୫୦ ଯାଏ କେନ୍ଦ୍ରୀୟ ବଜେଟ ରାଷ୍ଟ୍ରପତି ଭବନରେ ଛପା ଯାଉଥିଲା। ହେଲେ ଗୋଟିଏ ଥର ଏହା ଲିକ୍‌ ହୋଇଯିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିଲା। ରାଷ୍ଟ୍ରପତି ଭବନରୁ କିଏ ଏହାକୁ ଲିକ୍‌ କଲା, ତାହା ତ ଜଣାପଡ଼ି ନଥିଲା। କିନ୍ତୁ ଏହି ଘଟଣା ପରେ ବଜେଟର‌ ପ୍ରିଣ୍ଟିଂ ସ୍ଥାନକୁ ଦିଲ୍ଲୀର ମିଣ୍ଟୋ ରୋଡ୍‌କୁ ବଦଳାଇ ଦିଆଯାଇଥିଲେ। ଶେଷରେ ୧୯୮୦ ମସିହାରେ ନର୍ଥ ବ୍ଲକ ବେସମେଣ୍ଟରେ ଗୋଟିଏ ସରକାରୀ ସ୍ଥାୟୀ ପ୍ରେସ ତିଆରି କରାଯାଇଥିଲା। ପ୍ରତିବର୍ଷ ସେହିଠାରେ ହିଁ ବଜେଟ୍‌ ପୁସ୍ତିକା ଛକା ଯାଇଥାଏ।

ସମୟରେ ଅଦଳ ବଦଳ: ୧୯୯୯ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ବଜେଟ୍ ପରମ୍ପରା ଅନୁଯାୟୀ, ସଂନ୍ଧ୍ୟା ୫ଟାରେ ଉପସ୍ଥାପନା କରାଯାଉଥିଲା। କିନ୍ତୁ ୨୦୦୧ରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ପୁରୁଣା ପରମ୍ପରାକୁ ବଦଳାଇ ସକାଳ ୧୧ଟାରେ ବଜେଟ୍ ଉପସ୍ଥାପନା କରିଥିଲେ। ସେବେଠାରୁ ଏହି ପରମ୍ପରା ଜାରି ରହିଛି।

ସୁଟକେସ୍‌ରୁ ପେପର ଲେସ୍‌ ବଜେଟ: ୨୦୧୯ ଯାଏ ଦେଶର ଅର୍ଥମନ୍ତ୍ରୀମାନେ ସୁଟକେସରେ ବଜେଟ୍ ବହି ଧରି ସଂସଦକୁ ଆସନ୍ତି। ୨୦୧୯ ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୁଟକେସ୍ ବଦଳରେ ନାଲି ଫିତାରେ ବନ୍ଧା ବହି ଖାତା ଧରି ବଜେଟ୍ ଉପସ୍ଥାପନ କରିଥିଲେ। ସେତେବେଳେ ସେ କହିଥିଲେ ବ୍ରିଟିଶ୍ ଅମଳର ଏହି ‘ହ୍ୟାଙ୍ଗଓଭର’ରୁ ବାହାରିବା ପାଇଁ ସୁଟକେସ ବଦଳରେ ବହି ଖାତା ବଜେଟ୍‌ର ବ୍ୟବସ୍ଥା ହୋଇଛି। ଏହା ମଧ୍ୟ ଅଧିକ ସୁବିଧାଜନକ। ଏଥର ବଜେଟ ସଂପୂର୍ଣ୍ଣ ପେପର ଲେସ୍‌ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିବାକୁ ଯାଉଛି।

ତେବେ ପୂର୍ବରୁ ଅର୍ଥମନ୍ତ୍ରୀମାନେ ସଂସଦକୁ ଧରି ଆସୁଥିବା ସୁଟ୍କେସ୍ ପଛରେ ଗୋଟିଏ କାହାଣୀ ରହିଛି। ୧୮୬୦ ମସିହାରେ ବ୍ରିଟେନର ‘Chancellor of the Exchequer Chief ‘ ବିଲିୟମ୍ ଏବର୍ଟ ଗ୍ଲାଡଷ୍ଟୋନ (William Evert Gladstone) ଫାଇନାନ୍ସିଆଲ୍ ପେପର୍ ବଣ୍ଡଲକୁ ଏକ ଲେଦର୍ ବ୍ୟାଗରେ ଆଣିଥିଲେ।

ସେହିଦିନଠାରୁ ବଜେଟକୁ ଲେଦର୍ ସୁଟକେସରେ ଆଣିବାର ପରମ୍ପରା ଆରମ୍ଭ ହୋଇଛି। ଆମେରିକା ଅର୍ଥ ମନ୍ତ୍ରୀ ଲାଲ୍ ରଙ୍ଗର ସୁଟକେସର ବ୍ୟବହାର କରିଥାନ୍ତି। ସେହିପରି ଭାରତ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କର Buckle strap ଲେଦର୍ ସୁଟକେସ ଓ ପ୍ରଣବ ମୁଖାର୍ଜୀ ରେଡ୍ ବେଲଭେଟ୍‌ର ସୁଟକେସ ବ୍ୟବହାର କରିଥିଲେ।

ବଜେଟ ଉପସ୍ଥାନ ବେଳେ ଲକ୍‌ ହୋଇ ରୁହନ୍ତି କର୍ମଚାରୀ: ସଂସଦରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା କରୁଥିବା ବେଳେ ଅର୍ଥ ବିଭାଗ ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କୁ ସଂସଦର ନର୍ଥ ବ୍ଲକରେ ଲକ୍ କରିଦିଆ ଯାଇଥାଏ। ବଜେଟ ଉପସ୍ଥାପନ ବେଳେ କେହି ବାହାରକୁ ଯାଇପାରିବେ ନାହିଁ। ଏପରିକି କର୍ମଚାରୀମାନେ ନିଜର ପରିବାର କିମ୍ୱା ସାଙ୍ଗମାନଙ୍କ ସହ କଥା ମଧ୍ୟ ହୋଇପାରିବେ ନାହିଁ। ଯଦି କେହି ବଜେଟ ଉପସ୍ଥାପନ ବେଳେ ଅସୁସ୍ଥ ହୋଇପଡ଼ିଛି, ତେବେ ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଉପସ୍ଥିତ ରହିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos