ବେନାମୀ ସଂପତ୍ତି ସଂପର୍କରେ ସୂଚନା ଦେଲେ ମିଳିବ କୋଟିଏ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା। ବେନାମୀ ସମ୍ପତ୍ତି ସମ୍ପର୍କରେ ତଦନ୍ତକାରୀ ଏଜେନ୍ସୀଗୁଡ଼ିକୁ ସୂଚନା ଦେଲେ ମିଳିବ କୋଟିଏ ଟଙ୍କା। ଆସନ୍ତା ମାସରେ ଏନେଇ ସରକାର ବିଧିବଦ୍ଧ ଘୋଷଣା କରିପାରନ୍ତି।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସସେ (ସିବିଡିଟି)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ ଜଣେ ସୂଚନା ପ୍ରଦାନକାରୀ ଅତିକମ୍‌ରେ ୧୫ ଲକ୍ଷ ଓ ସର୍ବାଧିକ କୋଟିଏ ଟଙ୍କା ପାଇବେ।”

ସେ କହିଛନ୍ତି, ସୂଚନାଦାତାଙ୍କ ସୂଚନା ଠିକ୍ ହୋଇଥିବା ଦରକାର। ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ। ବିଭାଗ କେବେ ବି ସୂଚନାଦାତାଙ୍କୁ ବିପଦରେ ପକାଇବ ନାହିଁ। ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ବେନାମୀ ସଂପତ୍ତି ଆଇନ୍‌ରେ ଏହି ବ୍ୟବସ୍ଥା ନଥିଲା। କିନ୍ତୁ ଏହି ବ୍ୟବସ୍ଥାଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଓ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟରେ ପ୍ରଚଳିତ ଅଛି। ସୂଚନାଦାତାମାନଙ୍କୁ ଏହି ବିଭାଗଗୁଡ଼ିକ ପୁରସ୍କୃତ କରନ୍ତି। ତେବେ ସେମାନେ ଏତେ ପରିମାଣରେ ଅର୍ଥ ଦିଅନ୍ତି ନାହିଁ।

ସିବିଡିଟିର ଆଉ ଜଣେ ଅଧିକାରୀ କହିଛନ୍ତି,“ସୂଚନାଦାତାଙ୍କ ସାହାଯ୍ୟ ନେଲେ ବେନାମୀ ସଂପତ୍ତି ରଖୁଥିବା ବ୍ୟକ୍ତିଙ୍କୁ ଠାବ କରିବା କାର୍ଯ୍ୟ ଅପେକ୍ଷାକୃତ ସହଜ ହେବ। ସୂଚନାଦାତା ମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଲେ ଆମ କାମ ସହଜ ହୋଇଯିବ। ଏହି ଯୋଜନାଟି ଅର୍ଥ ମନ୍ତ୍ରଣାଳୟ ପାଖରେ ବିଚାରାଧୀନ ରହିଛି। ଅର୍ଥ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରୀ ଅନୁମତି  ଦେବା ପରେ ସିବିଡିଟି ପକ୍ଷରୁ ଏହି ଯୋଜନା ସଂପର୍କରେ ଘୋଷଣା କରାଯିବ। ଅକ୍ଟୋବର ଅବା ନଭେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଏନେଇ ଘୋଷଣା କରାଯାଇପାରେ ବୋଲି ଆମେ ଆଶା କରୁଛୁ।”

ଆହୁରି ପଢ଼ନ୍ତୁ

ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌

ସାମ୍ବାଦିକ ସମ୍ମିଳନୀ ରଦ୍ଦ କଲେ ସଚିନ ପାଇଲଟ, ବିଜେପିରେ ମିଶିବା ପ୍ରସଙ୍ଗରେ ମୁହଁ ଖୋଲିଲେ

ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ

ଚାଇନାକୁ ବ୍ରିଟେନ ଝଟ୍‌କା: ଦେଶରେ ବ୍ୟାନ୍‌ ହେଲା ହୁୱେଇ

‘ରାମ ରାମ’: ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ ସଚିନ ପାଇଲଟ

ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା ୫୦% କମିବ!‌

ବିଜେପି ମୁଖ୍ୟାଳୟରେ ପଶିଲା କରୋନା, ୨୦ରୁ ଅଧିକ ଆକ୍ରାନ୍ତ

୧୬ରୁ ୩୧ ଯାଏ ଲାଗୁ ହେବ ପୂରା ଲକଡାଉନ