ସୀମାରେ ପାକିସ୍ତାନର ଗୁଳିବର୍ଷା, ଯବାନ ସହିଦ

ଜମ୍ମୁ: ପୁଣିଥରେ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ପାକିସ୍ତାନର ଗୁଳି ମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ ଆଜି ମଧ୍ୟାହ୍ଣରେ ପାକିସ୍ତାନ ସେନା ପକ୍ଷରୁ ରଜୌରୀ ଜିଲ୍ଲାର ନୌଶେରା ସେକ୍ଟର ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ପାକିସ୍ତାନ ସେନା ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ସେନା ଆଉଟ ପୋଷ୍ଟ ଗୁଡ଼ିକୁ […]

sd

Hemant Lenka
  • Published: Friday, 23 August 2019
  • , Updated: 23 August 2019, 03:45 PM IST

ଜମ୍ମୁ: ପୁଣିଥରେ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ପାକିସ୍ତାନର ଗୁଳି ମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।

ସେନା ପକ୍ଷରୁ କୁହାଯାଇଛି ଯେ ଆଜି ମଧ୍ୟାହ୍ଣରେ ପାକିସ୍ତାନ ସେନା ପକ୍ଷରୁ ରଜୌରୀ ଜିଲ୍ଲାର ନୌଶେରା ସେକ୍ଟର ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ପାକିସ୍ତାନ ସେନା ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ସେନା ଆଉଟ ପୋଷ୍ଟ ଗୁଡ଼ିକୁ ଟାର୍ଗେଟ କରିଥିଲେ।

ଭାରତୀୟ ଯବାନମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ଗୋରଖା ରାଇଫଲର ନାଏକ ରାଜୀବ ଥାପ୍ପା ସହିଦ ହୋଇଛନ୍ତି। ତାଙ୍କ ଘର ପଶ୍ଚିମବଙ୍ଗରେ। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦେବାରୁ ପାକିସ୍ତାନର ଏକାଧିକ ଆଉଟ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି।

ଗତକାଲି ରାତି ୮.୪୫ରେ ପାକିସ୍ତାନ ସେନା ସୁନ୍ଦରବେନୀ ସେକ୍ଟରରେ ଗୁଳି ମାଡ଼ କରିଥିଲା। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରେବଶ କରାଇବା ପାଇଁ ପାକିସ୍ତାନ ସେନା ଏଭଳି ଗୁଳି ମାଡ଼ କରୁଥିବା ଜଣାପଡ଼ିଥିଲା। ହେଲେ ଭାରତୀୟ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ଯୋଗୁ ପାକିସ୍ତାନ ତା’ ଯୋଜନାରେ ସଫଳ ହୋଇପାରି ନଥିଲା।

Related story