ଅନଲାଇନ୍ ସ୍ମାର୍ଟଫୋନ୍ ଅର୍ଡର୍ କରୁଛନ୍ତି କି? ସାବଧାନ୍! ଖୋଳରୁ ବାହାରିପାରେ ସାବୁନ୍

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ସପିଂର ଜମାନା। ସମସ୍ତେ ଅନଲାଇନ୍ ସପିଂ କରିବାକୁ ଭଲ ପାଉଛନ୍ତି ବ୍ୟସ୍ତ ଜୀବନରୁ ସମୟ ବାହାର କରି ସପିଂରେ ଯିବା ବହୁତ ଝଞ୍ଜଟର କାମ। ତେଣୁ ସମସ୍ତେ ଅନଲାଇନ୍ ସପିଂ କରିବାକୁ ଚାହୁଁଛନ୍ତି। କାରଣ ହେଉଛି ,ଏଥିରେ ଘରେ ବସି ବସି ନିଜ ମନପସନ୍ଦର ଜିଣିଷି ମିଳିବା ସହ ସମୟ ମଧ୍ୟ ବଞ୍ଚିଯାଉଛି। ହେଲେ ସବୁ ଜିଣିଷର ଦୁଇଟି ପାର୍ଶ୍ୱ ଥିବା ପରି ଏହାର ମଧ୍ୟ ଦୁଇଟି ପାର୍ଶ୍ୱ ରହିଛି। ଗୋଟିଏ ପାର୍ଶ୍ୱ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 07:07 PM IST

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ସପିଂର ଜମାନା। ସମସ୍ତେ ଅନଲାଇନ୍ ସପିଂ କରିବାକୁ ଭଲ ପାଉଛନ୍ତି ବ୍ୟସ୍ତ ଜୀବନରୁ ସମୟ ବାହାର କରି ସପିଂରେ ଯିବା ବହୁତ ଝଞ୍ଜଟର କାମ। ତେଣୁ ସମସ୍ତେ ଅନଲାଇନ୍ ସପିଂ କରିବାକୁ ଚାହୁଁଛନ୍ତି। କାରଣ ହେଉଛି ,ଏଥିରେ ଘରେ ବସି ବସି ନିଜ ମନପସନ୍ଦର ଜିଣିଷି ମିଳିବା ସହ ସମୟ ମଧ୍ୟ ବଞ୍ଚିଯାଉଛି।

ହେଲେ ସବୁ ଜିଣିଷର ଦୁଇଟି ପାର୍ଶ୍ୱ ଥିବା ପରି ଏହାର ମଧ୍ୟ ଦୁଇଟି ପାର୍ଶ୍ୱ ରହିଛି। ଗୋଟିଏ ପାର୍ଶ୍ୱ ଭଲ ତ ଗୋଟିଏ ପାର୍ଶ୍ୱ ଖରାପ। ବେଳେ ବେଳେ ଆମେ ଅର୍ଡର କରିଥିବା ଜିଣିଷ ପାଖରେ ପହଞ୍ଚିଲା ବେଳକୁ ହୁଏତ ତାର ରୂପ ବଦଳେଇ ଦେଇପାରେ। କଥାଟା ଆଶ୍ଟର୍ଯ୍ୟ ଲାଗୁଥିବ। ହେଲେ କେବେ ଭାବିଛନ୍ତି ଆପଣ କିଛି ଦାମୀ ଜିଣିଷ ଅର୍ଡର କରିଥିବେ, ହେଲେ ଆସିଥିବ ଖାଲି ଖୋଳ ବା କିଛି ସମ୍ପୂର୍ଣ ଅଲଗା ଶସ୍ତା ଜିଣିଷ। ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ଜଣେ ଯୁବକଙ୍କ ସହ ସେ ଅନଲାଇନରେ ଏକ ଦାମୀ ସ୍ମାର୍ଟ୍ ଫୋନ୍ ଅର୍ଡର୍ କରିଥିଲେ। ହେଲେ ଅର୍ଡର୍ ଡେଲିଭରି ହେବା ପରେ ସେ ପ୍ୟାକେଟ୍ଟିକୁ ଖୋଲିବାରୁ ତା ଭିତରୁ ଏପରି କିଛି ବାହାରିଥିଲା ଯାହାକୁ ଦେଖି ତାଙ୍କ ହୋସ୍ ଉଡିଯାଇଥିଲା।

ଦିଲ୍ଲୀର ଚିରାଗ  ଧଓ୍ୱନ୍ ନାମକ ଜଣେ ୨୨ ବର୍ଷୀୟ ଯୁବକ ଗତ ସେମ୍ବେର ୭ ତାରିଖ ଦିନ  ବହୁ ଚର୍ଚ୍ଚିତ ସପିଂ କମ୍ପାନୀ ଆମାଜୋନରୁ ଏକ ସ୍ମାର୍ଟଫୋନ୍ ଅର୍ଡର୍ କରିଥିଲେ। ସେମ୍ବେର ୧୧ ତାରିଖ ଦିନ ପ୍ୟାକେଟଟି ଆସି ତାଙ୍କ ଘରେ ପହଞ୍ଚିଯାଇଥିଲା। ହେଲେ ପ୍ୟାକେଟଟି ଖୋଲି ଦେଖିବା ବେଳକୁ ତା ଭିତରୁ ୩ଟି ଫେନା ସାବୁନ୍ ବାହାରିଥିଲା।

ସେ ତୁରନ୍ତ ଏ ସମ୍ପର୍କରେ ଆମାଜନ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଏ ସମ୍ପର୍କରେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ୍ କରିଥିଲେ। ଯାହା ଭାଇରାଲ୍ ହୋଇଯାଇଥିଲା। ପରେ କମ୍ପାନୀର ସିନିଅର୍ ମ୍ୟାନେଜମେଣ୍ଟ୍ ଏହି ମାମଲାର ଯାଞ୍ଚ୍ କରି ଅର୍ଡର୍ ରିପ୍ଲେସମେଣ୍ଟ୍ କରିବାର ପ୍ରତିଶୃତି ଦେଇଛି।

Related story