ରାତି ଅଧରେ ମହାରାଷ୍ଟ୍ରରେ ବିଜେପିର ସର୍ଜିକାଲ ଷ୍ଟ୍ରାଇକ୍

ମୁମ୍ୱାଇ: ମହାରାଷ୍ଟ୍ରରେ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ହେଉଥିବା ବିଜେପି ଆଜି ସରକାର ଗଢ଼ିଛି। ଏନସିପି ନେତା ଅଜିତ ପାଓ୍ୱାରଙ୍କ ସମର୍ଥନରେ ଏହି ସରକାର ଗଢ଼ିଛି ବିଜେପି। ସକାଳ ୮ଟାରେ ହଠାତ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସ୍, ସେହିପରି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଅଜିତ୍ ପାଓ୍ୱାର। ତେବେ ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ମହାରାଷ୍ଟ୍ର ରାଜନୀତିରେ ବିଜେପିର ଏହା ଏକ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି ଶିବସେନା କହିଥିବା ବେଳେ […]

UDHAV SHARAD

Subhransu Sekhar
  • Published: Saturday, 23 November 2019
  • , Updated: 23 November 2019, 03:51 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ହେଉଥିବା ବିଜେପି ଆଜି ସରକାର ଗଢ଼ିଛି। ଏନସିପି ନେତା ଅଜିତ ପାଓ୍ୱାରଙ୍କ ସମର୍ଥନରେ ଏହି ସରକାର ଗଢ଼ିଛି ବିଜେପି। ସକାଳ ୮ଟାରେ ହଠାତ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସ୍, ସେହିପରି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଅଜିତ୍ ପାଓ୍ୱାର। ତେବେ ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ମହାରାଷ୍ଟ୍ର ରାଜନୀତିରେ ବିଜେପିର ଏହା ଏକ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି ଶିବସେନା କହିଥିବା ବେଳେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି ଏହା ଅଜିତଙ୍କ ବ୍ୟକ୍ତିଗତ ମତ। ହେଲେ ଅଧିକାଂଶ ବିଧାୟକ ମୋ ସହିତ ଅଛନ୍ତି। ଆଗାମୀ ଦିନରେ ଶିବସେନା-ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବେ। ସେହିପରି କଂଗ୍ରେସ ନେତା ଅହମଦ ପଟେଲ କହିଛନ୍ତି ଏହି ସରକାର ବେଶି ଦିନ ତିଷ୍ଠିବ ନାହିଁ। ସରକାର ଗଢ଼ିବା ପାଇଁ କଂଗ୍ରେସ ବିଳମ୍ୱ କରିନି ବରଂ ଉଦ୍ଧବଙ୍କ ସହିତ ରାଜନୀତିକ ଆଲୋଚନା ବାକି ରହିଥିଲା।

ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କହିଛନ୍ତି, “ରାତାରାତି ମହାରାଷ୍ଟ୍ର ରାଜନୀତିରେ ଯେଉଁ ଖେଳ ହୋଇଛି, ତାହା ସାରା ଦେଶବାସୀ ଜାଣିଛନ୍ତି। ଆମ ଉପରେ ଅନେକ ଦୋଷ ଲଦା ହେଉଛି। ହେଲେ ଶିବସେନା ଯାହା କରେ ଖୁଲମଖୋଲା କରେ। ଆମେ ଦଳ ଭାଙ୍ଗିବାକୁ ଚେଷ୍ଚା କରୁନାହୁଁ। ଏହି ସରକାରରେ ଜଣାପଡୁଛି ବିଜେପି ଭିତରେ ମୁଁବୋଲି ଅଂହକାର ଭରି ରହିଛି। ଏହି ମେଣ୍ଚରେ କୌଣସି ମୂଲ୍ୟ ନାହିଁ। ଏହା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତି ଭାବନା ପ୍ରତି ସର୍ଜିକାଲ ଷ୍ଟ୍ରାଇକ୍

ମୁମ୍ୱାଇର ଓ୍ୱାଇବି ଚୌହ୍ୱାଣ ସେଣ୍ଚରରେ ଉଦ୍ଧବଙ୍କ ସହ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ପ୍ରେସ କନଫରେନସ କରିବା ବେଳେ କହିଛନ୍ତି, ‘ସକାଳେ ୬ଟା ୩୦ରେ ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ପାଇଥିଲି। ଏହି ନିଷ୍ପତ୍ତି ଅଜିତ ପାଓ୍ୱାରଙ୍କର ଏବଂ ଏହା ଏନସିପି ଦଳ ବିରୋଧରେ ନିଷ୍ପତ୍ତି। ମୁଁ ଆଶ୍ୱାସନା ଦେଉଛି ଏନସିପି ବିଧାୟକ ବିଜେପି ସହିତ ଯିବେ ନାହିଁ

ସେ ଆହୁରି କହିଛନ୍ତି, ‘ଯେଉଁମାନେ ଦଳ ବଦଳ କରିବେ ସେମାନେ ଦଳ ବିରୋଧୀ ଆଇନ ବାବଦରେ ଚିନ୍ତା କରିବା ଦରକାର। ଅଜିତ ପାଓ୍ୱାରଙ୍କ ନିଷ୍ପତ୍ତି ବ୍ୟକ୍ତିଗତ। ବୋଧହୁଏ ତଦନ୍ତ ଅଧିକାରୀଙ୍କୁ ଡରି ବିଜେପିକୁ ସମର୍ଥନ କରିଥାଇ ପାରନ୍ତି। ଏନସିପିର ଅଧିକାଂଶ ବିଧାୟକ ମୋ ସପକ୍ଷରେ ରହିଛନ୍ତି। ୧୦ରୁ ୧୨ ବିଧାୟକ ଅଜିତଙ୍କ ସହିତ ଅଛନ୍ତି। ସେଥିମଧ୍ୟରୁ ତିନି ବିଧାୟକ ଏହି ସାମ୍ୱାଦିକ ସମ୍ମିଳନୀରେ ଅଛନ୍ତି। ଆଗାମୀ ଦିନରେ ଶିବସେନା-ଏନସିପି-କଂଗ୍ରେସ ସରକାର ଗଠନ ହେବ। ଏନସିପି ବିଧାୟକ ଦଳର ନେତା ଭାବରେ ଅଜିତଙ୍କ ପାଖରେ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିଲା। ସେ ରାଜ୍ୟପାଳଙ୍କ ପାଖରେ ସେହି ଦସ୍ତଖତ କାଗଜକୁ ଦେଖାଇଛନ୍ତି। ଦଳର ସଂସଦୀୟ ବୋର୍ଡ ବସିବା ପରେ ଅଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ସେହିପରି ଏନସିପିର କିଛି ବିଧାୟକ କହିଛନ୍ତି, ‘ଅଜିତ ପାଓ୍ୱାର ଆଜି ଧନଞ୍ଜୟ ମୁଣ୍ଡେଙ୍କ ବଙ୍ଗଳାକୁ ଡାକିଥିଲେ। ହେଲେ ରାଜଭବନରେ ପହଞ୍ଚିବା ପରେ ଜଣାପଡ଼ିଲା ଯେ, ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ହେଲେ ଆମେ ଶରଦ ପାଓ୍ୱାରଙ୍କ ସହିତ ଅଛୁ

କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅହମଦ ପଟେଲ କହିଛନ୍ତି, ରାଜ୍ୟପାଳ କେବେ ଆମକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରି ନାହାନ୍ତି। ଏହି ସରକାର ବେଶି ଦିନ ତିଷ୍ଠିବ ନାହିଁ। ସରକାର ଗଢ଼ିବା ପାଇଁ କଂଗ୍ରେସ କେବେ ବିଳମ୍ୱ କରିନି। ଉଦ୍ଧବଙ୍କ ସହିତ କିଛି ପ୍ରସଙ୍ଗରେ ଆଲୋଚନା କରିବା ଜରୁରୀ ଥିଲା। ଆଜି ଯାହା ହେଲା ତାହା ଗଣତନ୍ତ୍ରର କଳାଦିନ। ଆଗାମୀ ଦିନରେ ରାଜନୀତି ଏବଂ ଆଇନଗତ ଦୃଷ୍ଟିରୁ ଏହି ସରକାର ବିରୋଧରେ ଲଢ଼େଇ ଜାରି ରହିବ। ଆମ ବିଧାୟକମାନେ ଏକ ଅଛନ୍ତି।

ସେହିପରି ଶିବସେନା-ଏନସିପି ସହିତ ମିଳିତ ସାମ୍ୱାଦିକ ସମ୍ମିଳନୀ ପାଇଁ ଆଜି କଂଗ୍ରେସ ରାଜି ହୋଇନଥିଲା। ଶିବସେନା ଓ ଏନସିପି ମିଳିତ ସାମ୍ୱାଦିକ ସମ୍ମିଳନୀ କରିବା ପରେ ଅହମଦ ପଟେଲ ଏହି ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଶରଦଙ୍କ ଦୁର୍ବଳ ନେତୃତ୍ୱ ପାଇଁ ଏନିସିପି ବିଧାୟକ ଅଜିତ ପାଓ୍ୱାରଙ୍କ ବିଜେପିକୁ ସମର୍ଥନ ଦେଇଛନ୍ତି। ରାଜ୍ୟରେ ଶିବସେନା-ଏନସିପି-କଂଗ୍ରେସ ସରକାର ଗଢ଼ା ନହେବା ପଛରେ ଶରଦ ହିଁ ଦାୟୀ ବୋଲି ଅହମଦ ପଟେଲ କହିଛନ୍ତି। ଶରଦଙ୍କ ପାଇଁ ଦଳରେ ବିଭାଜନ ହୋଇଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସୋନିଆ ଗାନ୍ଧିଙ୍କ ଏହି ରାଜନୀତିକ ପରାମର୍ଶଦାତା।

Related story