ବିଜେପିକୁ ଛିଗୁଲେଇଲେ ଓୱେସୀ, କହିଲେ ଖାଲି ଟ୍ରମ୍ପ ବାକି ରହିଲେ

ହାଇଦ୍ରାବାଦ: ଆଜି ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ପ୍ରଚାର ସରିଛି। ବିଜେପିର ହେବିଓ୍ୱେଟ ନେତା ପ୍ରଚାରରେ ସାମିଲ୍ ହୋଇଛନ୍ତି। ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ଏହି ପୌର ନିର୍ବାଚନ ପ୍ରଚାରରେ ସାମିଲ୍ ହୋଇଛନ୍ତି। ଏହାକୁ ନେଇ ବିଜେପିକୁ ଛିଗୁଲେଇଛନ୍ତି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମର ସଭାପତି ଅସାଦୁଦ୍ଦିନ ଓୱେସୀ। ଶନିବାର ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇ ଓବେସୀ […]

trump-obesi

trump-obesi

Subhransu Sekhar
  • Published: Sunday, 29 November 2020
  • Updated: 29 November 2020, 04:53 PM IST

Sports

Latest News

ହାଇଦ୍ରାବାଦ: ଆଜି ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ପ୍ରଚାର ସରିଛି। ବିଜେପିର ହେବିଓ୍ୱେଟ ନେତା ପ୍ରଚାରରେ ସାମିଲ୍ ହୋଇଛନ୍ତି। ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ଏହି ପୌର ନିର୍ବାଚନ ପ୍ରଚାରରେ ସାମିଲ୍ ହୋଇଛନ୍ତି। ଏହାକୁ ନେଇ ବିଜେପିକୁ ଛିଗୁଲେଇଛନ୍ତି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମର ସଭାପତି ଅସାଦୁଦ୍ଦିନ ଓୱେସୀ।

ଶନିବାର ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇ ଓବେସୀ କହିଛନ୍ତି ଯେ ହାଇଦ୍ରାବାଦର ଏହି ନିର୍ବାଚନ ପୌର ନିର୍ବାଚନ ବୋଲି ମନେ ହେଉ ନାହିଁ। ଲାଗୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦଳରେ ଆମେ ଆଉ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କ ଚୟନ କରୁଛୁ। କରଭାନରେ ଏକ ରାଲିରେ ସେ ଏହା କହିଛନ୍ତି। ଏହି ନିର୍ବାଚନ ପ୍ରଚାରକୁ କେବଳ ଡୋନାଲ୍ଡ ଟ୍ରମ୍ପ ଆସିବାକୁ ବାକି ରହିଲା ବୋଲି କହିଛନ୍ତି। ବିଜେପିରେ ଅନେକ ହେବିଓ୍ୱେଟ୍ ନେତା ପ୍ରଚାର ପାଇଁ ଆସିଥିବାରୁ ଅସାଦୁଦ୍ଦିନ ଓୱେସୀ ଏଭଳି ଛିଗୁଲେଇଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos