କରୋନା ପାଇଁ ଶୁକ୍ରବାର ଏକାଠି ଆଲୋଚନା କରିବେ ବିରୋଧୀ

ନୂଆଦିଲ୍ଲୀ: ମହାମାରୀ କରୋନା ଲଢ଼େଇ ଭିତରେ ବିରୋଧୀ ଦଳଗୁଡ଼ିକ ଏକାଠି ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଶୁକ୍ରବାର ଦିନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବିରୋଧୀ ଦଳଗୁଡ଼ିକ ପରସ୍ପର ମଧ୍ୟରେ କରୋନା ସ୍ଥିତିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିବେ। ସୂତ୍ର ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ପ୍ରମୁଖ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଯୋଗଦେବେ। ପ୍ରାୟ ୧୫ଟି ବିରୋଧୀ ଦଳର ସଦସ୍ୟ ଏଥିରେ […]

ba

Hemant Lenka
  • Published: Tuesday, 19 May 2020
  • , Updated: 19 May 2020, 05:14 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଲଢ଼େଇ ଭିତରେ ବିରୋଧୀ ଦଳଗୁଡ଼ିକ ଏକାଠି ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଶୁକ୍ରବାର ଦିନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବିରୋଧୀ ଦଳଗୁଡ଼ିକ ପରସ୍ପର ମଧ୍ୟରେ କରୋନା ସ୍ଥିତିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିବେ।

ସୂତ୍ର ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ପ୍ରମୁଖ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଯୋଗଦେବେ। ପ୍ରାୟ ୧୫ଟି ବିରୋଧୀ ଦଳର ସଦସ୍ୟ ଏଥିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ତେବେ ବୈଠକର ଏଜେଣ୍ଡା କ’ଣ ସେ ବିଷୟରେ କିଛି ବି ଜଣାପଡ଼ିନାହିଁ।

Related story