ଉପରାଷ୍ଟ୍ରପତି ନିର୍ବାଚନ: ଗୋପାଳକୃଷ୍ଣ ଗାନ୍ଧି ବିରୋଧୀଙ୍କ ପ୍ରାର୍ଥୀ

ନୂଆଦିଲ୍ଲୀ: କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ, ଏନେଇ ଆଜି ବିରୋଧୀ ଦଳ ଗୁଡ଼ିକରେ ଏକ ମିଳିତ ବୈଠକ ବସିଥିଲା। ଉପରାଷ୍ଟ୍ରପତି ପଦବୀ ପାଇଁ ବିରୋଧୀ ଦଳ ପକ୍ଷରୁ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ନେଇ ସହମତି ପ୍ରକାଶ କରାଯାଇଛି। ନିର୍ବାଚନ ଲଢ଼ିବା ପାଇଁ ବିରୋଧୀ ଦଳ ତାଙ୍କୁ ଖୁବ ଶୀଘ୍ର ଅପିଲ କରିବ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜେଡିୟୁ, ଆରଜେଡି, ଟିଏମ୍‌ଏସି, ସପା, ବସପା ସମେତ ୧୮ ଟି ଦଳ ଉପସ୍ଥିତ ଥିଲେ। କୁହାଯାଉଛି […]

gopal-krishna-gandhi

gopal-krishna-gandhi

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 02:03 PM IST

Sports

Latest News

ନୂଆଦିଲ୍ଲୀ: କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ, ଏନେଇ ଆଜି ବିରୋଧୀ ଦଳ ଗୁଡ଼ିକରେ ଏକ ମିଳିତ ବୈଠକ ବସିଥିଲା। ଉପରାଷ୍ଟ୍ରପତି ପଦବୀ ପାଇଁ ବିରୋଧୀ ଦଳ ପକ୍ଷରୁ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ନେଇ ସହମତି ପ୍ରକାଶ କରାଯାଇଛି। ନିର୍ବାଚନ ଲଢ଼ିବା ପାଇଁ ବିରୋଧୀ ଦଳ ତାଙ୍କୁ ଖୁବ ଶୀଘ୍ର ଅପିଲ କରିବ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜେଡିୟୁ, ଆରଜେଡି, ଟିଏମ୍‌ଏସି, ସପା, ବସପା ସମେତ ୧୮ ଟି ଦଳ ଉପସ୍ଥିତ ଥିଲେ।

କୁହାଯାଉଛି ଏହାପୂର୍ବରୁ  ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। କିନ୍ତୁ ପରେ ମୀରା କୁମାରଙ୍କ ନାମରେ ମୋହର ମରାଯାଇଥିଲା।

ଗୋପାଳକୃଷ୍ଣ ଗାନ୍ଧି କିଏ?

ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଗୋପାଳକୃଷ୍ଣ ଗାନ୍ଧି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ଏଥସିହ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କାରେ ବି ହାଇକମିସନର ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି। ସେ ମାହାତ୍ମା ଗାନ୍ଧି ନାତି। ଆଜିର ଏହି ବୈଠକରେ  କଂଗ୍ରେସ ଅକ୍ଷ୍ୟକ୍ଷ ସୋନିଆ ଗାନ୍ଧି,ଦଳ ଉପାଧ୍ୟକ୍ଷ ରାହୁଲ ଗାନ୍ଧି,ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସପା ପକ୍ଷରୁ ନୀତିଶ ଅଗ୍ରୱାଲ, ବସପା ପକ୍ଷରୁ ସତିଶ ମିତ୍ରା, ନ୍ୟାସନାଲ କନ୍‌ଫ୍ରରେନ୍ସ ପକ୍ଷରୁ ଓମାର ଅବଦୁଲ୍ଲା ଓ ଜେଡିୟୁ ପକ୍ଷରୁ ଶରତ ଯାଦବ ଉପସ୍ଥିତ ଥିଲେ।

ଲଗାତାର ଦୁଇ ଥର ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ହୋଇଥିବା ହାମିଦ୍ ଆନସାରୀଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେଉଛି। ଯଦି ଆବଶ୍ୟକ ହୁଏ ଅଗଷ୍ଟ ୫ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos