ଚାଷୀଙ୍କ ସମର୍ଥନରେ ରାଷ୍ଟ୍ରପତିଙ୍କ ଉଦବୋଧନକୁ ବୟକଟ କରିବେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିବେ। ତେବେ କୃଷି ଆଇନକୁ ବିରୋଧ ଓ ଚାଷୀମାନେ କରୁଥିବା ଆନ୍ଦୋଳନକୁ ସମର୍ଥନ କରି ୧୬ଟି ବିରୋଧୀ ଦଳର ସଦସ୍ୟମାନେ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଉଦବୋଧନକୁ ବୟକଟ କରିବେ। ଏ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସୂଚନା ଦେଇଛନ୍ତି। ବିରୋଧୀଙ୍କ ପକ୍ଷରୁ ଗୋଟିଏ ମିଳିତ ପ୍ରେସ ବିବୃତ୍ତିରେ କୁହାଯାଇଛି […]

u

Hemant Lenka
  • Published: Thursday, 28 January 2021
  • , Updated: 28 January 2021, 04:23 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିବେ। ତେବେ କୃଷି ଆଇନକୁ ବିରୋଧ ଓ ଚାଷୀମାନେ କରୁଥିବା ଆନ୍ଦୋଳନକୁ ସମର୍ଥନ କରି ୧୬ଟି ବିରୋଧୀ ଦଳର ସଦସ୍ୟମାନେ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଉଦବୋଧନକୁ ବୟକଟ କରିବେ। ଏ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସୂଚନା ଦେଇଛନ୍ତି।

ବିରୋଧୀଙ୍କ ପକ୍ଷରୁ ଗୋଟିଏ ମିଳିତ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ଆନ୍ଦୋଳନରତ ଚାଷୀଙ୍କ ପ୍ରତି ମୋଦି ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ଆନ୍ଦୋଳନ ସତ୍ତ୍ୱେ ମୋଦି ସରକାର ନିଜ ଜିଦରେ ଅଟଳ ଓ ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁଛନ୍ତି। ଆମେ କିନ୍ତୁ ସବୁବେଳେ ଚାଷୀଙ୍କ ସହ ରହିଛୁ। ଏଥିପାଇଁ ବିରୋଧୀ ଦଳର ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଉଦବୋଧନକୁ ବୟକଟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଗଣତନ୍ତ୍ର ଦିବସରେ ଘଟିଥିବା ଟ୍ରାକ୍ଟର ରାଲି ହିଂସାକାଣ୍ଡ ଘଟଣାର ତଦନ୍ତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

ଏହି ବିବୃତ୍ତିରେ କଂଗ୍ରେସ ସମେତ ଏନସିପି, ନ୍ୟାଶନାଲ କନଫରେନ୍ସ, ଡିଏମକେ, ତୃଣମୂଳକ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ସିପିଆଇ, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ(ଏମ) ଓ ଏଆଇୟୁଡିଏଫ ଭଳି ଦଳର ନେତାମାନଙ୍କ ନାଁ ରହିଛି।

Related story