ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ଯାଏ ବଞ୍ଚି ରହିଥିବା ଯମଜ ଯୋଡ଼ା ଭାଇଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ସେମାନଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ରୋନୀ ଓ ଡନୀ ଗେଲନ୍ ନାମକ ଏହି ଦୁଇ ଭାଇ ଗୋଟିଏ ପେଟରେ ବଞ୍ଚିଥିଲେ। ଅର୍ଥାତ ଜନ୍ମରୁ ହିଁ ଏମାନଙ୍କ ପେଟ୍‌ ଯୋଡ଼ି ହୋଇ ରହିଥିଲା। ଦୀର୍ଘ ୬୮ ବର୍ଷ ଧରି ଏମାନେ ଏମିତି ବଞ୍ଚି ରହିଥିଲେ। ୧୯୫୧ ଅକ୍ଟୋବର ୨୮ରେ ଜନ୍ମ ଗ୍ରହଣ କରିଥିବା ଗେଲନ ବ୍ରଦର୍ସ […]

dr

Hemant Lenka
  • Published: Tuesday, 07 July 2020
  • , Updated: 07 July 2020, 06:34 PM IST

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ଯାଏ ବଞ୍ଚି ରହିଥିବା ଯମଜ ଯୋଡ଼ା ଭାଇଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ସେମାନଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ରୋନୀ ଓ ଡନୀ ଗେଲନ୍ ନାମକ ଏହି ଦୁଇ ଭାଇ ଗୋଟିଏ ପେଟରେ ବଞ୍ଚିଥିଲେ। ଅର୍ଥାତ ଜନ୍ମରୁ ହିଁ ଏମାନଙ୍କ ପେଟ୍‌ ଯୋଡ଼ି ହୋଇ ରହିଥିଲା।

ଦୀର୍ଘ ୬୮ ବର୍ଷ ଧରି ଏମାନେ ଏମିତି ବଞ୍ଚି ରହିଥିଲେ। ୧୯୫୧ ଅକ୍ଟୋବର ୨୮ରେ ଜନ୍ମ ଗ୍ରହଣ କରିଥିବା ଗେଲନ ବ୍ରଦର୍ସ ଆମେରିକାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆମେରିକାର ଉହିଓରେ ଏମାନେ ରହୁଥିଲେ।

୨୦୧୪ରେ ଯୋଡ଼ି ହୋଇ ଅଧିକ ଦିନ ବଞ୍ଚି ରହିବାର ରେକର୍ଡ ରୋନୀ ଓ ଡନୀଙ୍କ ନାଁରେ ସୃଷ୍ଟି ହୋଇଥିଲା। ସେତେବେଳେ ଏମାନଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଏହାପୂର୍ବରୁ ଏହି ରେକର୍ଡ ଆମେରିକାର ଚେଙ୍ଗ ଓ ଆଙ୍ଗ ବଙ୍କରଙ୍କ ନାଁରେ ଥିଲା। ଏହା ବାଦ୍‌ ଜିଆକୋମୋ ଓ ଜିଓଭାନୀ ବାତିସ୍ତା ଟୋକିଙ୍କ ନାଁରେ ଥିବା ରେକର୍ଡକୁ ମଧ୍ୟ ରୋନୀ ଓ ଡନୀ ଭାଙ୍ଗିଥିଲେ। ଜିଆକୋମୋ ଓ ଜିଓଭାନୀ ୧୮୭୫ରେ ଜନ୍ମଗ୍ରହଣ କରିଥିଲେ। ଏହି ଦୁଇ ଭାଇ ୬୨ ବର୍ଷ ଓ ୨୫୧ ଦିନ ପର୍ଯ୍ୟନ୍ତ ବଞ୍ଚିଥିଲେ।

ଜନ୍ମରୁ ଗେଲନ ବ୍ରଦର୍ସଙ୍କ ପେଟ ଯୋଡ଼ି ହୋଇଥିବାରୁ ଦୁହିଁଙ୍କ ଶରୀରରେ ଏକମାତ୍ର ଲୋୟର୍ ଡାଇଜେଷ୍ଟିଭ୍ ଟ୍ରାକ୍ଟ ଓ ମଳଦ୍ୱାର ଥିଲା। କିନ୍ତୁ ଦୁହିଁଙ୍କର ହୃଦୟ ଅଲଗା ଥିଲା। ଦୁହିଁଙ୍କ ହାତ ଓ ଗୋଡ଼ ମଧ୍ୟ ସମ୍ପୂର୍ଣ୍ଣ ସାମାନ୍ୟ ମଣିଷଙ୍କ ଭଳି। ଦୁହିଁଙ୍କର ଭଲମନ୍ଦ ବୁଝାବୁଝି କରୁଥିଲେ ସେମାନଙ୍କର ଆଉ ଜଣେ ଭାଇ ଓ ତାଙ୍କ ପତ୍ନୀ।

୨୦୧୪ରେ ଦୁଇ ଭାଇ କାର୍ନିଭାଲ୍ ସାଇଡ୍ ଶୋ’ରେ ଭାଗ ନେଇଥିଲେ, ଯେଉଁଠାରେ ଦୁହେଁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ଏହି ଶୋ’ରୁ ଆୟ କରିଥିବା ଅର୍ଥକୁ ସେମାନେ ପରିବାର ଲୋକଙ୍କ ଭରଣପୋଷଣରେ ଲଗାଇଥିଲେ। ୧୯୯୧ରେ ଦୁହେଁ ମନୋରଞ୍ଜନ ଦୁନିଆ ଅର୍ଥାତ୍ ପେସାରୁ ଦୂରେଇ ଯାଇଥିଲେ।

ଏପରି କି ଘର ଠାରୁ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଦୂରେଇ ରହିଥିଲେ। କିନ୍ତୁ ୨୦୧୦ରେ ଦୁହେଁ ପୁଣିଥରେ ପରିବାର ସହ ରହିବା ଆରମ୍ଭ କରିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ହିଁ ଏହାର କାରଣ ଥିଲା। ସେହି ବର୍ଷ ଉଭୟଙ୍କୁ ନେଇ ଏକ ପ୍ରମାଣିକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା।

Related story