ଆରମ୍ଭ ହେଲା ‘କୁମ୍ଭମେଳା’, ଏକାଠି ହେବେ ୧୦ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାଗମ ‘କୁମ୍ଭମେଳା’। ପବିତ୍ର ନଦୀସମୂହରେ ପବିତ୍ର ବୁଡ଼ ପକାଇବାପାଇଁ ଏକାଠି ହୋଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ଆଗାମୀ ୪୮ ଘଣ୍ଟାରେ ୧୦ କୋଟି ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଥିବା ଜଣାଇଛନ୍ତି ଆୟୋଜକ। ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ ହିଁ ଗଙ୍ଗା, ଯମୁନା ଓ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀର ମିଳନ ଘଟିଥିବା କଥିତ ରହିଛି। ସେଥିପାଇଁ ଏହି ସ୍ଥାନକୁ ସଙ୍ଗମ ବୋଲି ମଧ୍ୟ […]

kumbha

kumbha

Subrat Kumar Nayak
  • Published: Tuesday, 15 January 2019
  • Updated: 15 January 2019, 09:44 AM IST

Sports

Latest News

ପ୍ରୟାଗରାଜ: ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାଗମ ‘କୁମ୍ଭମେଳା’। ପବିତ୍ର ନଦୀସମୂହରେ ପବିତ୍ର ବୁଡ଼ ପକାଇବାପାଇଁ ଏକାଠି ହୋଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ଆଗାମୀ ୪୮ ଘଣ୍ଟାରେ ୧୦ କୋଟି ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଥିବା ଜଣାଇଛନ୍ତି ଆୟୋଜକ।

ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ ହିଁ ଗଙ୍ଗା, ଯମୁନା ଓ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀର ମିଳନ ଘଟିଥିବା କଥିତ ରହିଛି। ସେଥିପାଇଁ ଏହି ସ୍ଥାନକୁ ସଙ୍ଗମ ବୋଲି ମଧ୍ୟ କୁହାଯାଏ। ଏହି ସଙ୍ଗମସ୍ଥଳୀକୁ ହିନ୍ଦୁ ଧର୍ମାବଲମ୍ବୀମାନେ ଅତି ପବିତ୍ର ମନେ କରନ୍ତି ଏବଂ ଏଠାରେ ବୁଡ଼ ପକାଇଲେ ପାପକ୍ଷୟ ହେବାସହିତ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।

ଏଠାକୁ ମହାରାଷ୍ଟ୍ରର ନାଗପୁରରୁ ଅର୍ଥାତ ୬୫୦ କିଲୋମିଟର ଯାତ୍ରା କରି ଆସିଥିବା ଜଣେ ଶ୍ରଦ୍ଧାଳୁ ସଙ୍ଗୀତା ଗଙ୍ଗୋତ୍ରୀ କୁହନ୍ତି, “ଏହି ତୀର୍ଥଯାତ୍ରା ମୋ ମନକୁ ଶାନ୍ତି ଦିଏ ଏବଂ ମୁଁ ମୋ ଜୀବନକୁ ଏଥିରେ ପ୍ରତିଫଳନ କରିବାର ସୁଯୋଗ ପାଇଥାଏ। ଏହି ସମୟରେ ସମସ୍ତ ଦେବାଦେବୀ ଏହି ସ୍ଥାନରେ ଅବତରଣ କରିଥାନ୍ତି, ତେଣୁ ଏହା ପବିତ୍ରତମ ମହାକୁମ୍ଭ ମେଳା। ମୁଁ ଏଠାକୁ ବହୁବର୍ଷ ଧରି ଆସୁଛି।”

୨୦୧୩ ମସିହାରେ ଏଠାରେ ୧୨ କୋଟି ଲୋକଙ୍କ ସମାଗମ ହୋଇଥିଲା ଏବଂ ପ୍ରତିଦିନ ୩ କୋଟି ଲେଖାଏ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ।
ଶୃଙ୍ଖଳରକ୍ଷା, ସୁରକ୍ଷା ଏବଂ ସାମ୍ଭାବ୍ୟ ଦଳାଚକଟା ଉପରେ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ୩୦ ହଜାର ପୁଲିସ୍‌ ନିୟୋଝିତ ହୋଇଛନ୍ତି। କୁମ୍ଭମେଳା ପାଇଁ ଉଦ୍ଦିଷ୍ଟ ୪୫ ବର୍ଗ କିଲୋମିଟର ଅଞ୍ଚଳ ବର୍ତ୍ତମାନ ତମ୍ବୁର ସହର ପାଲଟିଯାଇଛି।

ବାରଣାସୀରୁ ଆସିଥିବା ଗଣେଶାନନ୍ଦ ବ୍ରହ୍ମଚାରୀଙ୍କ କହିବା ଅନୁଯାୟୀ, କୁମ୍ଭକୁ ଅଧିକରୁ ଅଧିକ ଲୋକ ଆସିବାରେ ଲାଗିଛନ୍ତି। ସହରମାନଙ୍କରେ ଲୋକେ ଆଧ୍ୟାତ୍ମିକତା ଆପଣାଇବାର ମୁଖ୍ୟ କାରଣ ହେଉଛି ପଶ୍ଚିମ ସଂସ୍କୃତିରୁ ସେମାନେ ଯାହା ଆଶା କରିଥିଲେ ତାହା ସେମାନଙ୍କୁ ମିଳିନି।

ଗତ କିଛି ଦିନ ତଳେ ହିଁ ଏହି ଐତିହାସିକ ସହରର ନାମ ଆଲ୍ଲାବାଦ ବଦଳରେ ପ୍ରୟାଗରାଜ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story