ଲାଲକିଲ୍ଲା ଘଟଣା ପରେ ପଞ୍ଜାବର ୧୦୦ରୁ ଅଧିକ ଚାଷୀଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ହିଂସାକାଣ୍ଡ ବେଳେ ଶତାଧିକ ଚାଷୀ ଲାଲକିଲ୍ଲାରେ ପ୍ରବେଶ କରି ଶିଖ ପତାକା ଉଡ଼ାଇଥିଲେ। ତେବେ ଲାଲକିଲ୍ଲା ଘଟଣା ପରେ ପଞ୍ଜାବରୁ ୧୦୦ରୁ ଅଧିକ ଚାଷୀ ନିଖୋଜ ହୋଇଯାଇଛନ୍ତି। ଏମାନେ ସମସ୍ତେ ଜାନୁଆରୀ ୨୬ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିଲେ ବୋଲି ଗୋଟିଏ ଏନଜିଓ ରିପୋର୍ଟ ପ୍ରକାଶ କରିଛି। ପଞ୍ଜାବ ମାନବାଧିକାର ସଂଗଠନ କହିଛି, ଗଣତନ୍ତ୍ର ଦିବସରେ ଚାଷୀମାନେ […]

vc

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 05:51 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ହିଂସାକାଣ୍ଡ ବେଳେ ଶତାଧିକ ଚାଷୀ ଲାଲକିଲ୍ଲାରେ ପ୍ରବେଶ କରି ଶିଖ ପତାକା ଉଡ଼ାଇଥିଲେ। ତେବେ ଲାଲକିଲ୍ଲା ଘଟଣା ପରେ ପଞ୍ଜାବରୁ ୧୦୦ରୁ ଅଧିକ ଚାଷୀ ନିଖୋଜ ହୋଇଯାଇଛନ୍ତି। ଏମାନେ ସମସ୍ତେ ଜାନୁଆରୀ ୨୬ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିଲେ ବୋଲି ଗୋଟିଏ ଏନଜିଓ ରିପୋର୍ଟ ପ୍ରକାଶ କରିଛି।

ପଞ୍ଜାବ ମାନବାଧିକାର ସଂଗଠନ କହିଛି, ଗଣତନ୍ତ୍ର ଦିବସରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ। ଏଥିରେ ଯୋଗଦେଇଥିବା ୧୦୦ରୁ ଅଧିକ ଚାଷୀ ଲାଲକିଲ୍ଲା ଘଟଣା ପରେ ଆଉ ସାମ୍ନାକୁ ଆସିନାହାନ୍ତି। ସେମାନେ ଏବେ କେଉଁଠି, ତା’ର ଖବର ମଧ୍ୟ କାହା ପାଖରେ ନାହିଁ।

ମୋଗାର ତାତାରିୱାଲା ଗାଁର ୧୨ ଜଣ ଚାଷୀ ଜାନୁଆରୀ ୨୬ରୁ ହିଁ ନିଖୋଜ ଅଛନ୍ତି। ଦିଲ୍ଲୀ ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟି, ଖଲାର ମିଶନ ଓ ପଞ୍ଜାବ ମାନାବଧିକାର ସଂଗଠନ ଦିଲ୍ଲୀ ପୁଲିସ୍‌ ଦ୍ୱାରା ଗିରଫ ଚାଷୀଙ୍କୁ ମାଗଣା ଆଇନଗତ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ ହିଂସା ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୭ ଜଣ ବାଙ୍ଗି ନିହାଲ ସିଂହ ଗାଁର। ଏହି ଗିରଫ ଚାଷୀମାନେ ଜାନୁଆରୀ ୨୩ରେ ଦୁଇଟି ଟ୍ରାକ୍ଟର ଧରି ସେମାନଙ୍କ ଗାଁରୁ ବାହାରିଥିଲେ।

ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟି କହିଛି ଯେ ମୋଗାର ୧୧ ଜଣ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ନଙ୍ଗଲୋଇ ପୁଲିସ୍‌ ସେମାନଙ୍କୁ ଗିରଫ କରିବା ପରେ ତିହାର ଜେଲକୁ ପଠାଇ ଦେଇଛି। ଅଲୀପୁରା ଓ ନରେଲାରେ ମଧ୍ୟ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Related story