ଟିକା ନେବା ପରେ ୧୨ ହଜାର କରୋନାରେ ସଂକ୍ରମିତ

ଜେରୁଜେଲମ: କରୋନା ଲଢ଼େଇ ପାଇଁ ଟିକା ସବୁଠୁ ବଡ଼ ସଞ୍ଜିବନୀ ବୋଲି କୁହାଯାଉଛି। ହେଲେ ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି। ଜଣେ କି ଦୁଇ ଜଣ ନୁହେଁ ୧୨ ହଜାର ଲୋକ ଟିକା ନେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଇସ୍ରାଏଲରେ ଏହି ସ୍ଥିତି ଦେଖିବାକୁ ମିଳିଛି। ଫାଇଜର/ବାୟୋନଟେକ୍ ଟିକା ନେବା ପରେ ଏହି ୧୨ ହଜାର ସଂକ୍ରମିତ ହୋଇଥିବା ସୂଚନା ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ ଦ୍ୱିତୀୟ ଥର ଟିକା […]

pfizer

Subhransu Sekhar
  • Published: Thursday, 21 January 2021
  • , Updated: 21 January 2021, 12:50 PM IST

ଜେରୁଜେଲମ: କରୋନା ଲଢ଼େଇ ପାଇଁ ଟିକା ସବୁଠୁ ବଡ଼ ସଞ୍ଜିବନୀ ବୋଲି କୁହାଯାଉଛି। ହେଲେ ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି। ଜଣେ କି ଦୁଇ ଜଣ ନୁହେଁ ୧୨ ହଜାର ଲୋକ ଟିକା ନେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଇସ୍ରାଏଲରେ ଏହି ସ୍ଥିତି ଦେଖିବାକୁ ମିଳିଛି। ଫାଇଜର/ବାୟୋନଟେକ୍ ଟିକା ନେବା ପରେ ଏହି ୧୨ ହଜାର ସଂକ୍ରମିତ ହୋଇଥିବା ସୂଚନା ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ ଦ୍ୱିତୀୟ ଥର ଟିକା ନେଇଥିବା ସୂଚନା ରହିଛି।

ଆମେରିକା ଓ ଜର୍ମାନ ଦ୍ୱାରା  ତିଆରି ହୋଇଥିବା ଫାଇଜର-ବାୟୋନଟେକ୍ ଟିକା ନେବା ପାଇଁ ଇସ୍ରାଏଲ ସରକାର ଚୁକ୍ତି କରିଛନ୍ତି। ଏବେ କିନ୍ତୁ ଏହି ଟିକା ଦୁର୍ବଳ ବୋଲି କହିଛନ୍ତି ଇସ୍ରାଏଲର ନ୍ୟାଶନାଲ କୋର୍ଡିନେଟର ନଚମନ ଆଶ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଡିସେମ୍ୱର ୧୯ରୁ ଇସ୍ରାଏଲରେ ଟିକାକରଣ ଆରମ୍ଭ ହୋଇଛି। ଏଯାବତ ୩.୫ ପ୍ରତିଶତ ସମ୍ପୂର୍ଣ୍ଣ କରୋନା ଟିକା (ଦୁଇଟି ଡୋଜ) ନେଇଥିବା ସୂଚନା ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଇସ୍ରାଏଲ ତୃତୀୟ ଥର ପାଇଁ ଲକଡାଉନ୍ ରହିଛି। ପାଖାପାଖି ୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୪,୦୦୫ ଜଣ ମୃତ୍ୟୁ ବରଣ କରିଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି। ଭାରତରେ ଏହି ଟିକା ଜୁରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଛି ହେଲେ ମିଳିନାହିଁ।

Related story