ବାହାରେ ବୁଲୁଛନ୍ତି ୪୦ରୁ ଅଧିକ କରୋନା ଆକ୍ରାନ୍ତ, ଟେର ପାଉନି ପ୍ରଶାସନ

ଗାଜିପୁର: ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନାରେ ଆକ୍ରାନ୍ତ ହୋଇଥିବା ୪୦ରୁ ଅଧିକ ଲୋକଙ୍କୁ ପ୍ରଶାସନ କୌଣସି ପ୍ରକାରରେ ଯୋଗାଯୋଗ କରିପାରୁନାହିଁ। ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ସେମାନେ ସହର ଓ ଗାଁର କେଉଁ ସବୁ ଅଞ୍ଚଳରେ ବୁଲୁଛନ୍ତି, ତା’ର ଖବର କାହା ପାଖରେ ନାହିଁ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୪୦ରୁ ଅଧିକ ଲୋକ ସେମାନଙ୍କ ସ୍ୱାବ ଲ୍ୟାବକୁ ପଠାଇବା ସହ ଫୋନ ନମ୍ବର ଓ ଠିକଣା ଦେଇଥିଲେ। […]

r

r

Hemant Lenka
  • Published: Friday, 31 July 2020
  • Updated: 31 July 2020, 05:12 PM IST

Sports

Latest News

ଗାଜିପୁର: ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନାରେ ଆକ୍ରାନ୍ତ ହୋଇଥିବା ୪୦ରୁ ଅଧିକ ଲୋକଙ୍କୁ ପ୍ରଶାସନ କୌଣସି ପ୍ରକାରରେ ଯୋଗାଯୋଗ କରିପାରୁନାହିଁ। ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ସେମାନେ ସହର ଓ ଗାଁର କେଉଁ ସବୁ ଅଞ୍ଚଳରେ ବୁଲୁଛନ୍ତି, ତା’ର ଖବର କାହା ପାଖରେ ନାହିଁ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୪୦ରୁ ଅଧିକ ଲୋକ ସେମାନଙ୍କ ସ୍ୱାବ ଲ୍ୟାବକୁ ପଠାଇବା ସହ ଫୋନ ନମ୍ବର ଓ ଠିକଣା ଦେଇଥିଲେ। ଏବେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ସେମାନେ ଦେଇଥିବା ଫୋନ ନମ୍ବର ଭୁଲ ରହିଛି। ସେହିପରି ସେମାନେ ଦେଇଥିବା ଠିକଣା ମଧ୍ୟ ଭୁଲ।

ଆଡସିନାଲ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆଡସିନାଲ ମେଡିକାଲ ଅଫିସର କେକେ ବର୍ମା ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ପଜିଟିଭ ଆସିଥିବା ୪୨ ଜଣ ଲୋକ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକ ଟେଷ୍ଟିଂ ବେଳେ ନିଜର ଠିକଣା ଓ ମୋବାଇଲ ନମ୍ବର ଭୁଲ ଦେଇଥିଲେ। ଏବେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ଟ୍ରାକ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ମାଜିଷ୍ଟ୍ରେଟ ସମସ୍ତଙ୍କୁ ଚିହ୍ନଟ କରିବାରେ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସୂତ୍ର ଅନୁସାରେ, ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପତ୍ତା ୧୫ ଦିନ ହେଲା ମିଳୁନାହିଁ। ସଂଖ୍ୟା ୪୦ ପାର କରିବାରୁ ମେଡିକାଲ ଅଫିସରଙ୍କ ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏଭଳି ଚିଠି ଲେଖାଯାଇଛି। ଗାଜିପୁରରେ କରୋନା ୧୦ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୫୦୫ ଆକ୍ଟିଭ କେସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos