କରୋନା ଟୀକାର ମଣିଷ ଶରୀରରେ ହେବ ପରୀକ୍ଷଣ, ଅକ୍ସଫୋର୍ଡ ଲ୍ୟାବ୍‌ରେ ଚାଲିଛି ଗବେଷଣା

ନୂଆଦିଲ୍ଲୀ: ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡର ଗବେଷକମାନେ ଏବେ କରୋନା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ଜୋର ଲଗାଇ ଦେଇଛନ୍ତି। ଖୁବ୍‌ଶୀଘ୍ର ସେମାନେ ମଣିଷ ଶରୀର ଉପରେ ଏହାର ପରୀକ୍ଷା କରାଇବେ। ଏହି ପ୍ରତିଷେଧକର ନାମ ChAdOx1 nCoV-19 ରଖାଯାଇଛି। ବ୍ରିଟେନ୍‌ରେ ସମୀକ୍ଷକ ଏବଂ ନିୟାମକମାନେ ଏଥିପାଇଁ ମଞ୍ଜୁରୀ ଦେଇସାରିଛନ୍ତି। ଏଥିସହ ଏହି ପରୀକ୍ଷା ପାଇଁ ଆଗ୍ରହୀ ଲୋକମାନଙ୍କୁ ମଧ୍ୟ ଅନୁମତି ମିଳିଯାଇଛି। ଏହାକୁ ପ୍ରୟୋଗ କରିବା ପାଇଁ ଆହୁରି କିଛି ସପ୍ତାହ ଲାଗିଯିବ ବୋଲି କୁହାଯାଉଛି। ଏକ […]

Corona-4-1

Corona-4-1

Subrat Kumar Nayak
  • Published: Friday, 27 March 2020
  • Updated: 27 March 2020, 10:08 PM IST

ନୂଆଦିଲ୍ଲୀ: ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡର ଗବେଷକମାନେ ଏବେ କରୋନା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ଜୋର ଲଗାଇ ଦେଇଛନ୍ତି। ଖୁବ୍‌ଶୀଘ୍ର ସେମାନେ ମଣିଷ ଶରୀର ଉପରେ ଏହାର ପରୀକ୍ଷା କରାଇବେ। ଏହି ପ୍ରତିଷେଧକର ନାମ ChAdOx1 nCoV-19 ରଖାଯାଇଛି।

ବ୍ରିଟେନ୍‌ରେ ସମୀକ୍ଷକ ଏବଂ ନିୟାମକମାନେ ଏଥିପାଇଁ ମଞ୍ଜୁରୀ ଦେଇସାରିଛନ୍ତି। ଏଥିସହ ଏହି ପରୀକ୍ଷା ପାଇଁ ଆଗ୍ରହୀ ଲୋକମାନଙ୍କୁ ମଧ୍ୟ ଅନୁମତି ମିଳିଯାଇଛି। ଏହାକୁ ପ୍ରୟୋଗ କରିବା ପାଇଁ ଆହୁରି କିଛି ସପ୍ତାହ ଲାଗିଯିବ ବୋଲି କୁହାଯାଉଛି। ଏକ ବିବୃତ୍ତିରେ କୁହାଯାଇଛି, ୧୮ରୁ ୫୫ ବର୍ଷ ବୟସ୍କ ଆଗ୍ରହୀ ବ୍ୟକ୍ତିଙ୍କୁ ଏହି ପରୀକ୍ଷଣରେ ବ୍ୟବହାର କରାଯିବ। ଯଦି ସେମାନେ ଏଥିରେ ସଫଳ ହେଲେ ଏହି ChAdOx1 nCoV-19 ପ୍ରତିଷେଧକ ନେବାରେ ସେମାନେ ପ୍ରଥମ ମନୁଷ୍ୟ ହେବେ।

ଏହି ଟ୍ରାଏଲ୍‌ ପାଇଁ ୫୧୦ ଜଣଙ୍କୁ ନିଆଯିବ। ବିଶ୍ୱବିଦ୍ୟାଳୟର ଜେନ୍ନେର ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଅକ୍ସଫୋର୍ଡ ଭ୍ୟାକ୍ସିନ୍‌ ଗ୍ରୁପ୍‌ କ୍ଲିନିକାଲ ଟିମ୍‌ ମିଳିତ ଭାବେ ଏହା କରାଇବ। ସେମାନେ ChAdOx1 nCoV-19 ପ୍ରତିଷେଧକ ଟୀକା ନଚେତ ଇଞ୍ଜେକ୍ସନ୍‌ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos