ଯେଉଁ କୋଠାର ଉଦଘାଟନ କରିଥିଲେ ସେହି କୋଠାରେ ରାତି କଟାଇଲେ ଚିଦାମ୍ୱରମ୍

ନୂଆଦିଲ୍ଲୀ: ସମୟ ଚକ୍ରରେ ଫସିଯାଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍। ଗତକାଲି ନାଟକୀୟ ଢ଼ଙ୍ଗରେ ସିବିଆଇ ତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ଗିରଫ କରିଥିଲା। ସିବିଆଇ କାର୍ଯ୍ୟାଳୟରେ ତାଙ୍କ ରାତି କଟିଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ସିବିଆଇ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୧ରେ ଦିଲ୍ଲୀରେ ଥିବା ଲୋଧିରୋଡର ପ୍ଲଟ ନମ୍ୱର ୫-ବି, ଷଷ୍ଠ ମହଲା, ସିଜିଓ କମ୍ପଲେକ୍ସରେ ଥିବା ସିବିଆଇ କୋଠାର ଉଦଘାଟନ ପି. ଚିଦାମ୍ୱରମ ନିଜେ କରିଥିଲେ ଏବେ […]

chidambaram(1)

Subhransu Sekhar
  • Published: Thursday, 22 August 2019
  • , Updated: 22 August 2019, 08:24 AM IST
ନୂଆଦିଲ୍ଲୀ: ସମୟ ଚକ୍ରରେ ଫସିଯାଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍। ଗତକାଲି ନାଟକୀୟ ଢ଼ଙ୍ଗରେ ସିବିଆଇ ତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ଗିରଫ କରିଥିଲା। ସିବିଆଇ କାର୍ଯ୍ୟାଳୟରେ ତାଙ୍କ ରାତି କଟିଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ସିବିଆଇ।

[caption id="attachment_423422" align="alignnone" width="750"] ୨୦୧୧ ମସିହାରେ ସିବିଆଇ କାର୍ଯ୍ୟାଳୟର ଉଦଘାଟନ କରିବା ବେଳର ଫଟୋ[/caption]

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୧ରେ ଦିଲ୍ଲୀରେ ଥିବା ଲୋଧିରୋଡର ପ୍ଲଟ ନମ୍ୱର ୫-ବି, ଷଷ୍ଠ ମହଲା, ସିଜିଓ କମ୍ପଲେକ୍ସରେ ଥିବା ସିବିଆଇ କୋଠାର ଉଦଘାଟନ ପି. ଚିଦାମ୍ୱରମ ନିଜେ କରିଥିଲେ ଏବେ ଗିରଫ ହୋଇ ସେହି କୋଠାରେ ରାତି କଟାଇଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା।

ସୂଚନାଯୋଗ୍ୟ, ୨୦୧୧ରେ ସିବିଆଇର ଏହି ନୂଆ କୋଠାର ଉଦଘାଟନ ହୋଇଥିଲା। ସେତେବେଳେର ଗୃହମନ୍ତ୍ରୀ ପି. ଚିଦାମ୍ୱରମ୍ ଏବଂ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ସିବିଆଇ କୋଠାର ଉଦଘାଟନ କରିଥିଲେ। କଂଗ୍ରେସ ନେତା କପିଲ ସିବଲ୍, ବୀରପ୍ପା ମୋଇଲି, ମଲ୍ଲିକାର୍ଜୁନ୍ ଖାଡ଼ଗେ ସମେତ ଅନେକ ଦଳୀୟ ନେତା ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ।

Related story