ଅପରାହ୍ନରେ କୋର୍ଟରେ ହାଜର ହେବେ ଚିଦାମ୍ୱରମ, କଂଗ୍ରେସ କହିଲା ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ: ଗତକାଲି ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ସିବିଆଇ ଗିରଫ କରିଛି। ଆଜି ସିବିଆଇ ଚିଦାମ୍ୱରମଙ୍କୁ ଅପରାହ୍ନରେ କୋର୍ଟରେ ହାଜର କରିବ। ଏହି ସମୟରେ ୭ ଦିନିଆ ରିମାଣ୍ଡ ପାଇଁ ସିବିଆଇ ଅନୁମତି ମାଗିବ ବୋଲି ଜଣାପଡ଼ିଛି। ଗତ ରାତିରୁ ସିବିଆଇ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରୁଥିବାର ସୂଚନା ରହିଛି। ଗତକାଲି ରାତିରେ ଚିଦାମ୍ୱରମଙ୍କୁ ତାଙ୍କ ଘରୁ ସିବିଆଇ ଗିରଫ କରିବା ପରେ ରାତିରେ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ରଖିଥିଲେ। […]

chidambaram arrest

Subhransu Sekhar
  • Published: Thursday, 22 August 2019
  • , Updated: 22 August 2019, 11:32 AM IST

ନୂଆଦିଲ୍ଲୀ: ଗତକାଲି ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ସିବିଆଇ ଗିରଫ କରିଛି। ଆଜି ସିବିଆଇ ଚିଦାମ୍ୱରମଙ୍କୁ ଅପରାହ୍ନରେ କୋର୍ଟରେ ହାଜର କରିବ। ଏହି ସମୟରେ ୭ ଦିନିଆ ରିମାଣ୍ଡ ପାଇଁ ସିବିଆଇ ଅନୁମତି ମାଗିବ ବୋଲି ଜଣାପଡ଼ିଛି। ଗତ ରାତିରୁ ସିବିଆଇ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରୁଥିବାର ସୂଚନା ରହିଛି।

ଗତକାଲି ରାତିରେ ଚିଦାମ୍ୱରମଙ୍କୁ ତାଙ୍କ ଘରୁ ସିବିଆଇ ଗିରଫ କରିବା ପରେ ରାତିରେ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ରଖିଥିଲେ। ଏହାପରେ ତାଙ୍କୁ ରାମ ମନୋହର  ଲୋହିଆ ହସ୍ପିଟାଲଙ୍କୁ ଅଣାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୂଚନା ଅନୁଯାୟୀ ଚିଦାମ୍ୱରମ ଏବେ ସିବିଆଇର ୫ ନମ୍ୱର ଗେଷ୍ଟ ହାଉସରେ ରହିଛନ୍ତି।

ଚିଦାମ୍ୱରମଙ୍କ ଗିରଫଦାରୀ ସଂପୂର୍ଣ୍ଣ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କଂଗ୍ରେସ କହିଛି। ଆଜି ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି ଦେଶର ଅର୍ଥନୀତି, ବେରୋଜଗାର ଆଦି ଖରାପ ଅବସ୍ଥାରେ। ସେହିପରି କଶ୍ମୀର ସମସ୍ୟା ମଧ୍ୟ ଉତ୍କଟ ସ୍ଥିତିରେ ରହିଛି। ତେଣୁ ଲୋକଙ୍କ ନଜରରୁ ଏସବୁକୁ ହଟାଇବା ପାଇଁ ମୋଦି ସରକାର ଚିଦାମ୍ୱରମଙ୍କୁ ଗିରଫ କରିଛି।

ସୁରଜେଓ୍ୱାଲା କହିଛନ୍ତି ଦେଶର ପୂର୍ବତନ ଗୃହମନ୍ତ୍ରୀ ଚିଦାମ୍ୱରମ ହୋଇଥିବା ବେଳେ ତାଙ୍କ ପ୍ରତି ଯେଉଁ ପ୍ରକାରର ବ୍ୟବହାର କରାଯାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ଦିନ ଦ୍ୱିଃପ୍ରହରରେ ଗଣତନ୍ତ୍ରକୁ ମୋଦି ସରକାର ହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେପି ସାଂସଦ ସତ୍ୟପାଲ ସିଂହ କହିଛନ୍ତି ଚିଦାମ୍ୱରମ ଦେଶର ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ। ସେ ଆଇନ କାନୁନକୁ ଭଲ ଭାବରେ ଜାଣିଛନ୍ତି। ହେଲେ ଜାମିନ ଖାରଜ ହେବା ପରେ ସେ ଯେଉଁଭଳି ବ୍ୟବହାର କରିଛନ୍ତି ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି।

ଗତକାଲି ଚିଦାମ୍ୱରମ ଗିରଫ ହେବା ବେଳେ ପୁଅ କାର୍ତ୍ତୀ ଚିଦାମ୍ୱରମ ଚେନ୍ନାଇରେ ଥିଲେ। ଆଜି ସେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ନାଁରେ ଆଇଏନଏକ୍ସ ମିଡିଆକୁ ନେଇ ଯେଉଁ ଅଭିଯୋଗ ଆସିଛି ତାକୁ ସେ ଖଣ୍ଡନ କରିଛନ୍ତି। ତାଙ୍କ ଜୀବନରେ ସେ ଇନ୍ଦ୍ରାଣୀ ମୂଖାର୍ଜୀ କିମ୍ୱା ପିଟର ମୁଖାର୍ଜୀଙ୍କ ସହ କେବେ ଭେଟ ହୋଇନାହିଁ। ଏଥିସହ ତାଙ୍କ ବାପା କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ କାହା ସହିତ ଭେଟିଛନ୍ତି ସେ ବାବଦରେ ସେ ଜାଣିନଥିବା କାର୍ତ୍ତୀ ଚିଦାମ୍ୱରମ କହିଛନ୍ତି। ତାଙ୍କ ବାପାଙ୍କୁ ବେଆଇନ ଭାବରେ ଗିରଫ କରାଯାଇଛି। ଏହାକୁ ବିରୋଧ କରି ସେ ଜନ୍ତରମନ୍ତରରେ ଧାରଣା ଦେବେ ବୋଲି କହିଛନ୍ତି।

Related story