ଆର୍ଥିକ ପଛୁଆଙ୍କୁ ୧୦% ସଂରକ୍ଷଣ ସମ୍ବିଧାନ ବିରୋଧୀ: ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ: ଆର୍ଥିକ ଦୃଷ୍ଟିରୁ ପଛୁଆ ଉଚ୍ଚ ଜାତିର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଗୁଜରାଟ ସରକାର ନେଇଥିବା ନିଷ୍ପତ୍ତିକୁ ଜୁଗରାଟ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏପରି ସଂରକ୍ଷଣ ସମ୍ବିଧାନ ବିରୋଧୀ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଗୁଜରାଟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି।

ପିଆଇଏଲ୍‌ରେ କୁହାଯାଇଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସମ୍ବିଧାନର ସମାନତା ଅଧିକାର ଉଲ୍ଲଂଘନ ହୋଇଛି। ସଂରକ୍ଷଣ ଦେବା ବେଳେ ସମ୍ବିଧାନର କୌଣସି  ଉଲ୍ଲଂଘନ କରାଯାଇ ନ ଥିବା ସରକାର ଦର୍ଶାଇ ଥିଲେ।

ସୂଚନାଯୋଗ୍ୟ, ପଟେଲ ସମ୍ପ୍ରଦାୟର ଲୋକଙ୍କୁ ସଂରକ୍ଷଣ ଦେବା ଦାବିରେ ଗୁଜରାଟରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆନ୍ଦୋଳନ ତେଜିଥିଲା। ପରେ ଏହି ଆନ୍ଦୋଳନ ହିଂସାର ରୂପ ନେଇଥିଲା। ପଟେଲମାନେ ସାଧାରଣ ବର୍ଗରେ ସାମିଲ ଅଛନ୍ତି। ଗୁଜରାଟ ସରକାରଙ୍କ ଆର୍ଥିକ କ୍ଷେତ୍ରରେ ସଂରକ୍ଷଣ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲେ ପଟେଲମାନେ ମଧ୍ୟ ଉପକୃତ ହୋଇଥାନ୍ତେ।

ଆହୁରି ପଢ଼ନ୍ତୁ

ଲଦାଖରୁ ଚାଇନାକୁ ମୋଦିଙ୍କ ଚେତାବନୀ: ବିସ୍ତାରବାଦର ଯୁଗ ଖତମ

ଛକି ବସିଥିଲା ବିକାଶ, ଚାଲ୍‌ ବୁଝିପାରିଲାନି ପୁଲିସ୍‌

ଲଦାଖର ସ୍ଥିତି ପରଖିବାକୁ ନିଜେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦ୍ୱିତୀୟ କରୋନା ଟିକାକୁ ପରୀକ୍ଷା ପାଇଁ ଅନୁମତି ଦେଲେ ସରକାର

୩୩ଟି ନୂଆ ଫାଇଟର ଜେଟ୍ କିଣିବାକୁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ବିଦେଶ ପଳାଇବାର ୨ ବର୍ଷ ପରେ ବ୍ୟବସାୟୀଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ

ଏନ୍‌କାଉଣ୍ଟର ବେଳେ ଡିଏସ୍‌ପିଙ୍କ ସମେତ ୮ ପୁଲିସ୍‌ କର୍ମଚାରୀ ଶହୀଦ

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

ବିଜୁଳି ନେଲା ପୁଣି ୨୬ ଜୀବନ

ପୁଣି ରେକର୍ଡ କଲା ରେଳବାଇ, ଟ୍ରାକରେ ଦୌଡ଼ିଲା ୨.୮ କିମି ଲମ୍ବର ଟ୍ରେନ୍‌

‘ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ କେବଳ ସରକାରୀ ଚାକିରୀ‘

ପୁଲୱାମା ହମଲା: ଆଉ ଜଣଙ୍କୁ ବାନ୍ଧିଲା ଏନଆଇଏ