ସୀମାରେ ପାକ୍ ସେନାର ଅବିଶ୍ରାନ୍ତ ଗୁଳିମାଡ଼

ଶ୍ରୀନଗର: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରୁଥିବା ପାକିସ୍ତାନ ସେନା ଆଜି ମଧ୍ୟ ସେହି କାର୍ଯ୍ୟ କରିଛି। ଆଜି ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ନୌଶେରା ଠାରେ ଗୁଳି ଓ ମୋର୍ଟାର ଦ୍ୱାରା ଆକ୍ରମଣ କରିଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ଏହା ବାଦ୍‌ ପାକ ସେନା କ୍ରୀଷ୍ଣା ଘାଟି, ଉରି, ପୁଞ୍ଚ, ଅଖନୁର ଭଳି ସୀମାନ୍ତ ଅଞ୍ଚଳରେ ଥିବା ଗାଁ ଓ ସେନା ପୋଷ୍ଟକୁ ଟାର୍ଗେଟ କରିଛି। ପାକ୍‌ ରେଞ୍ଜର୍ସମାନେ ଛୋଟ […]

p

Hemant Lenka
  • Published: Thursday, 28 February 2019
  • , Updated: 28 February 2019, 04:13 PM IST

ଶ୍ରୀନଗର: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରୁଥିବା ପାକିସ୍ତାନ ସେନା ଆଜି ମଧ୍ୟ ସେହି କାର୍ଯ୍ୟ କରିଛି। ଆଜି ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ନୌଶେରା ଠାରେ ଗୁଳି ଓ ମୋର୍ଟାର ଦ୍ୱାରା ଆକ୍ରମଣ କରିଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି।

ଏହା ବାଦ୍‌ ପାକ ସେନା କ୍ରୀଷ୍ଣା ଘାଟି, ଉରି, ପୁଞ୍ଚ, ଅଖନୁର ଭଳି ସୀମାନ୍ତ ଅଞ୍ଚଳରେ ଥିବା ଗାଁ ଓ ସେନା ପୋଷ୍ଟକୁ ଟାର୍ଗେଟ କରିଛି। ପାକ୍‌ ରେଞ୍ଜର୍ସମାନେ ଛୋଟ ମୋର୍ଟାର ଓ ସ୍ୱୟଂଚାଳିତ ବନ୍ଧୁକରେ ଏଭଳି ଆକ୍ରମଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ୫ କିମି ପରିଧି ମଧ୍ୟରେ ଥିବା ସ୍କୁଲ ଗୁଡ଼ିକୁ ଆଜି ବନ୍ଦ ରଖାଯାଇଛି।

Related story