ଟେରର ଫଣ୍ଡିଂ ଲିଙ୍କ୍: ରାଜଧାନୀରୁ କଶ୍ମୀର ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ଗୁରୁବାର ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗର ଏବଂ ଦିଲ୍ଲୀର ନଅଟି ସ୍ଥାନରେ ଟେରର ଫଣ୍ଡିଂ ମାମଲାରେ ରେଡ୍ କରିଛି। ଏନଜିଓ ଏବଂ ଟ୍ରଷ୍ଟ ଦ୍ୱାରା ଚ୍ୟାରିଟି କାର୍ଯ୍ୟକଳାପ ନାମରେ ବିଦେଶରୁ ପାଣ୍ଠି ଆସୁଛି। ଆଉ ଏହି ଟଙ୍କା କଶ୍ମୀରର ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଏନଆଇଏର ଜଣେ ଅଧିକାରୀ କହିଛନ୍ତି ଯେ ଶ୍ରୀନଗରର ଛଅଟି ଏବଂ ଦିଲ୍ଲୀର ୯ଟି ସ୍ଥାନରେ ରେଡ୍ କରୁଛି। ଟ୍ରଷ୍ଟ ଏବଂ […]

nia

Subhransu Sekhar
  • Published: Thursday, 29 October 2020
  • , Updated: 29 October 2020, 11:58 AM IST

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ଗୁରୁବାର ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗର ଏବଂ ଦିଲ୍ଲୀର ନଅଟି ସ୍ଥାନରେ ଟେରର ଫଣ୍ଡିଂ ମାମଲାରେ ରେଡ୍ କରିଛି। ଏନଜିଓ ଏବଂ ଟ୍ରଷ୍ଟ ଦ୍ୱାରା ଚ୍ୟାରିଟି କାର୍ଯ୍ୟକଳାପ ନାମରେ ବିଦେଶରୁ ପାଣ୍ଠି ଆସୁଛି। ଆଉ ଏହି ଟଙ୍କା କଶ୍ମୀରର ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।

ଏନଆଇଏର ଜଣେ ଅଧିକାରୀ କହିଛନ୍ତି ଯେ ଶ୍ରୀନଗରର ଛଅଟି ଏବଂ ଦିଲ୍ଲୀର ୯ଟି ସ୍ଥାନରେ ରେଡ୍ କରୁଛି। ଟ୍ରଷ୍ଟ ଏବଂ ଏନଜିଓ ନାଁରେ ଏହି ଟଙ୍କା ଆସୁଛି। ଫଲାହ-ଏ-ଆମ୍ ଟ୍ରଷ୍ଟ, ଚ୍ୟାରିଟି ଆଲାଏନ୍ସ, ମାନବ କଲ୍ୟାଣ ଫାଉଣ୍ଡେସନ, ଜେ ଆଣ୍ଡ କେ ୟାତେମ ଫାଉଣ୍ଡେସନ, ସାଲ୍ୱେଶନ ମୁଭମେଣ୍ଟ ଏବଂ ଜେ ଆଣ୍ଡ କେ ଭଏସ୍ ଅଫ୍ ଭିକଟିମ୍ ଆଦି ଟ୍ରଷ୍ଟ ଏବଂ ଏନଜିଓ ଏନଆଇଏ ସ୍କାନରରେ ରହିଥିବା ଜଣାପଡ଼ିଛି।

ବୁଧବାର ଏନଆଇଏ ଶ୍ରୀନଗର ଏବଂ ବାନ୍ଦିପୁରର ୧୧ଟି ସ୍ଥାନ ଏବଂ ବେଙ୍ଗାଲୁରୁର ଗୋଟିଏ ସ୍ଥାନରେ ଚଢ଼ାଉ କରିଥିଲା। ଜମ୍ମୁ କଶ୍ମୀର ସିଭିଲ୍ ସୋସାଇଟିର ସଂଯୋଜକ ଖୁରାମ ପରଭେଜଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଏନଆଇଏ ରେଡ୍ କରିଛି। ଅକ୍ଟୋବର ୮ରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନର ବିଭିନ୍ନ ବିଭାଗ ଅଧୀନରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା।

Related story