ଲାଡେନକୁ ଧରାଇଥିବା ଡାକ୍ତରଙ୍କ ଜେଲରେ ଆମରଣ ଅନଶନ

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନକୁ ସିଆଇଏ ହାତରେ ଧରାଇଥିବା ପାକିସ୍ତାନ ଡାକ୍ତର ଏବେ ଜେଲରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏନେଇ ତାଙ୍କ ଓକିଲ ଓ ପରିବାର ଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶକିଲ ଆଫ୍ରିଦିଙ୍କ ତଥ୍ୟ ଅନୁସାରେ ୨୦୧୧ ମସିହାରେ ଆମେରିକା ଏଜେଣ୍ଟ ଲାଡେନର ଠିକଣା ଠାବ କରିବା ସହ ତା’କୁ ହତ୍ୟା କରିଥିଲା। ଏଥିପାଇଁ ଆମେରିକା ସେନା ସ୍ୱତନ୍ତ୍ର ରଣନୀତି ସହ ପାକିସ୍ତାନର ଆବୋଟ୍ଟାବାଦରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ତେବେ ଦେଶର […]

l

Hemant Lenka
  • Published: Monday, 02 March 2020
  • , Updated: 02 March 2020, 04:18 PM IST

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନକୁ ସିଆଇଏ ହାତରେ ଧରାଇଥିବା ପାକିସ୍ତାନ ଡାକ୍ତର ଏବେ ଜେଲରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏନେଇ ତାଙ୍କ ଓକିଲ ଓ ପରିବାର ଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶକିଲ ଆଫ୍ରିଦିଙ୍କ ତଥ୍ୟ ଅନୁସାରେ ୨୦୧୧ ମସିହାରେ ଆମେରିକା ଏଜେଣ୍ଟ ଲାଡେନର ଠିକଣା ଠାବ କରିବା ସହ ତା’କୁ ହତ୍ୟା କରିଥିଲା। ଏଥିପାଇଁ ଆମେରିକା ସେନା ସ୍ୱତନ୍ତ୍ର ରଣନୀତି ସହ ପାକିସ୍ତାନର ଆବୋଟ୍ଟାବାଦରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ତେବେ ଦେଶର ତଥ୍ୟ ବିଦେଶୀ ଶକ୍ତି ହାତରେ ଦେଇଥିବାରୁ ଆଫ୍ରିଦିଙ୍କୁ ପାକିସ୍ତାନ ସରକାର ଟାର୍ଗେଟ କରିଥିଲେ। ସେ ଆତଙ୍କବାଦୀଙ୍କ ସହ ମିଶି ତଥ୍ୟ ପାଇଥିବାରୁ ତାଙ୍କୁ ଜେଲଦଣ୍ଡ ମିଳିଥିଲା।

କିନ୍ତୁ ଜେଲରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ବାହାରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଅପମାନିତ କରାଯାଉଛି। ତାଙ୍କ ସହ ଚାଲିଥିବା ଏଭଳି ଅନ୍ୟାୟ ବିରୋଧରେ ଆଫ୍ରିଦି ଆମରଣ ଅନଶନ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସେ କେନ୍ଦ୍ରୀୟ ପଞ୍ଜାବ ପ୍ରଦେଶର ଏକ ଜେଲରେ ରହିଛନ୍ତି।

ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ପାକିସ୍ତାନ କୋର୍ଟ ପ୍ରଥମେ ତାଙ୍କୁ ୨୦୧୨ ମସିହା ମେ ମାସରେ ୩୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ପରବର୍ତ୍ତୀ ଅବସ୍ଥାରେ ଜେଲଦଣ୍ଡକୁ ୧୦ ବର୍ଷକୁ ହ୍ରାସ କରାଯାଇଛି। ଲାଡେନକୁ ହତ୍ୟା କରିବା ପଛରେ ଆଫ୍ରିଦି ଥିବାରୁ ପାକିସ୍ତାନ ସରକାର ଏହାର ବଦଲା ନେଉଛନ୍ତି ମଧ୍ୟ କିଛି ମତ ଦେଇଥିଲେ।

Related story