ଭାରତୀୟ ସେନା ନିଶାନାରୁ ଅଳ୍ପକେ ବର୍ତ୍ତିଗଲା ପାକ୍ ହେଲିକ୍ଟପର !
ଜମ୍ମୁ: ଗତକାଲି ଜମ୍ମୁ ଓ କାଶ୍ମୀର ପୁଞ୍ଚ ସେକ୍ଟରରେ ଭାରତୀୟ ବାୟୁ ସୀମାକୁ ଉଲ୍ଲଂଘନ କରିଥିବା ହେଲିକପ୍ଟରରେ ପାକ୍ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର ଖାନ୍ ଥିଲେ । ଏ ସମ୍ପର୍କରେ ପାକ୍ ଅଧିକୃତ କାଶ୍ମୀରର ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି॥ ହେଲିକପ୍ଟରରେ ୪ ଜଣ ଯାତ୍ରୀ ଥିଲେ। ପାକ୍ ଅଧୀକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ ଶିକ୍ଷାମନ୍ତ୍ରୀ ଥିବା ସେ କହିଛନ୍ତି । ସେମାନେ ହେଲିକପ୍ଟର ବୁଲୁଥିବା ବେଳେ […]
ଜମ୍ମୁ: ଗତକାଲି ଜମ୍ମୁ ଓ କାଶ୍ମୀର ପୁଞ୍ଚ ସେକ୍ଟରରେ ଭାରତୀୟ ବାୟୁ ସୀମାକୁ ଉଲ୍ଲଂଘନ କରିଥିବା ହେଲିକପ୍ଟରରେ ପାକ୍ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର ଖାନ୍ ଥିଲେ । ଏ ସମ୍ପର୍କରେ ପାକ୍ ଅଧିକୃତ କାଶ୍ମୀରର ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି॥ ହେଲିକପ୍ଟରରେ ୪ ଜଣ ଯାତ୍ରୀ ଥିଲେ। ପାକ୍ ଅଧୀକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ ଶିକ୍ଷାମନ୍ତ୍ରୀ ଥିବା ସେ କହିଛନ୍ତି ।
ସେମାନେ ହେଲିକପ୍ଟର ବୁଲୁଥିବା ବେଳେ ଭାରତୀୟ ସେନା ପକ୍ଷରୁ ଗୁଳି କରି ଖସାଇବାକୁ ଉଦ୍ୟମ କରାଯାଇଥିଲା । ଏହାପରେ ତାଙ୍କ ବିମାନ ତୁରନ୍ତ ଫେରି ଯାଇଥିଲା । ଗତକାଲି ପୁଞ୍ଚ୍ ନିକଟରେ ଧଳା ରଂଗର ଏକ ବେସାମରିକ ହେଲିକପ୍ଟର ଠାବ କରାଯିବା ପରେ ସୀମାରେ ମୁତୟନ ଥିବା ଯବାନମାନେ ଛୋଟ ଧରଣର ଅସ୍ତ୍ର ବ୍ୟବହାର କରି ଏହାକୁ ଟାର୍ଗେଟ କରିଥିଲେ।
ହେଲିକପ୍ଟରଟି ୭ ଶହ ମିଟର ଭିତରକୁ ପଶି ଆସିଥିଲା। ନିୟନ୍ତ୍ରଣ ରେଖାର ୧ କିଲୋମିଟର ଅଞ୍ଚଳ ପରିଧିରେ ହେଲିକପ୍ଟର ଉଡାଣ କଟକଣା ରହିଛି । ପୂର୍ବରୁ ଗତ ଫେବ୍ରୁୟାରୀ ମାସରେ ନିୟନ୍ତ୍ରଣ ରେଖାର ୩୦୦ ମିଟର ଭିତରକୁ ପାକିସ୍ତାନ ହେଲିକପ୍ଟର ପଶି ଆସିଥିଲା। ସୀମାରେ ଉତ୍ତେଜନା ବଢାଇବାକୁ ପାକିସ୍ତାନ ଏଭଳି କରୁଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।