ମୋଦି ‘ନେହରୁଙ୍କ ଭାରତ’କୁ ସମାଧି ଦେଇସାରିଛନ୍ତି: ପାକ୍‌ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ୍‌: ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଛନ୍ତି, ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନେହରୁଙ୍କ ଭାରତ’କୁ ସମାଧି ଦେଇସାରିଛନ୍ତି। ସେ କହିଛନ୍ତି ଭାରତର ନୀତି ‘ଡୋଭାଲ ଡକଟ୍ରିନ୍‌’ ଉପରେ ନିର୍ଭରଶୀଳ। ଭାରତ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ପରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତ ଅଗଷ୍ଟ ୬ରେ ଗଠିତ ଏହି ‘କଶ୍ମୀର କମିଟି’ର ପ୍ରଥମ […]

pakistan-quereshi

pakistan-quereshi

Subrat Kumar Nayak
  • Published: Saturday, 17 August 2019
  • Updated: 17 August 2019, 06:03 PM IST

Sports

Latest News

ଇସଲାମାବାଦ୍‌: ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଛନ୍ତି, ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନେହରୁଙ୍କ ଭାରତ’କୁ ସମାଧି ଦେଇସାରିଛନ୍ତି। ସେ କହିଛନ୍ତି ଭାରତର ନୀତି ‘ଡୋଭାଲ ଡକଟ୍ରିନ୍‌’ ଉପରେ ନିର୍ଭରଶୀଳ। ଭାରତ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ପରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଗତ ଅଗଷ୍ଟ ୬ରେ ଗଠିତ ଏହି ‘କଶ୍ମୀର କମିଟି’ର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କୁରେଶୀ କହିଛନ୍ତି, "ପୂର୍ବରୁ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ପାରିତ ସଂକଳ୍ପ ଅନୁଯାୟୀ ଆଜି ଏହି ଆଲୋଚନା ହୋଇଥିଲା। ସଂସଦରେ ଯେଭଳି ଏକତା ପ୍ରଦର୍ଶନ କରାଯାଇଥିଲା, ଆଜିର ବୈଠକରେ ମଧ୍ୟ ସେହିଭଳି ଏକତା ରହିଥିଲା।"

ଗତକାଲି ଜାତିସଂଘର ସୁରକ୍ଷା ପରିଷଦରେ ‘କଶ୍ମୀର’କୁ ନେଇ ଏକ ଅନୌପଚାରିକ ରୁଦ୍ଧଦ୍ୱାର ବୈଠକ ପରେ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲିର ବୈଠକ ପରେ ଏହି ଦିନ ପାକିସ୍ତାନ ପାଇଁ ଏକ ଐତିହାସିକ ଦିନ ବୋଲି କୁରେଶୀ କହିଛନ୍ତି, କାରଣ ଦୀର୍ଘ ୫୦ ବର୍ଷ ପରେ କଶ୍ମୀରକୁ ନେଇ ଜାତିସଙ୍ଘରେ ଆଲୋଚନା ହୋଇଛି। ସେହିପରି, ପାକିସ୍ତାନ ସେନା ମୁଖ୍ୟ ଆସିଫ୍‌ ଗଫୁର କହିଛନ୍ତି, ସମଗ୍ର ବିଶ୍ୱ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଣବିକ ଅସ୍ତ୍ର ଉପଯୋଗ ବାବଦରେ ଦେଇଥିବା ମନ୍ତବ୍ୟ ଉପରେ ନଜର ରଖିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos