ଧରାପଡ଼ିଲା ସେନାରେ କାର୍ଯ୍ୟ କରୁଥିବା ପାକ୍‌ ଗୁପ୍ତଚର

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାନ୍ତ ଅରୁଣାଚଳ ପ୍ରଦେଶଠାରେ ଥିବା ସେନା ବେସ୍‌ରେ କୁଲି ଭାବେ କାର୍ଯ୍ୟ କରୁଥିବା ଜଣେ ସନ୍ଦିଗ୍ଧ ପାକ୍‌ ଗୁପ୍ତଚର ଧରାପଡ଼ିଛି। ତାଙ୍କୁ ସେନା ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ ନିର୍ମଳ ରାୟ ହୋଇଥିବା ବେଳେ ତାଙ୍କ ଘର ଆସାମର ଟିନ୍‌ସୁକିଆ ସ୍ଥିତ ଅମ୍ବିକାପୁରରେ ବୋଲି ଜଣାପଡ଼ିଛି। ସେ ଅରୁଣାଚଳ ପ୍ରଦେଶର ଅଞ୍ଜୱଠାରେ ଥିବା ସେନା କ୍ୟାମ୍ପରେ ୨୦୧୮ ଅକ୍ଟୋବର ମାସରୁ କୁଲି ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ […]

yy

Hemant Lenka
  • Published: Thursday, 10 January 2019
  • , Updated: 10 January 2019, 11:12 AM IST

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାନ୍ତ ଅରୁଣାଚଳ ପ୍ରଦେଶଠାରେ ଥିବା ସେନା ବେସ୍‌ରେ କୁଲି ଭାବେ କାର୍ଯ୍ୟ କରୁଥିବା ଜଣେ ସନ୍ଦିଗ୍ଧ ପାକ୍‌ ଗୁପ୍ତଚର ଧରାପଡ଼ିଛି। ତାଙ୍କୁ ସେନା ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ ନିର୍ମଳ ରାୟ ହୋଇଥିବା ବେଳେ ତାଙ୍କ ଘର ଆସାମର ଟିନ୍‌ସୁକିଆ ସ୍ଥିତ ଅମ୍ବିକାପୁରରେ ବୋଲି ଜଣାପଡ଼ିଛି। ସେ ଅରୁଣାଚଳ ପ୍ରଦେଶର ଅଞ୍ଜୱଠାରେ ଥିବା ସେନା କ୍ୟାମ୍ପରେ ୨୦୧୮ ଅକ୍ଟୋବର ମାସରୁ କୁଲି ଭାବେ କାର୍ଯ୍ୟ କରୁଥିଲେ।

ଅଭିଯୋଗ ଅନୁଯାୟୀ, ନିର୍ମଳ ସେନା ବାହିନୀର କିଛି ଗୁପ୍ତ ତଥ୍ୟ ଦୁବାଇରେ ଅବସ୍ଥିତ ପାକିସ୍ତାନ ହ୍ୟାଣ୍ଡଲରମାନଙ୍କୁ ଦେଉଥିଲେ। ସେ ଦୁବାଇରେ ଏକ ବର୍ଗର ଦୋକାନରେ କାମ କରୁଥିବା ବେଳେ ପାକିସ୍ତାନ ହ୍ୟାଣ୍ଡଲରମାନଙ୍କ ଯୋଗାଯୋଗରେ ଆସିଥିଲେ। ଏକଥା ଗୁଇନ୍ଦା ବିଭାଗ ଜାଣିବା ପରେ ତାଙ୍କୁ ଅଟକ ରଖାଯାଇଛି। ଏହି ଅଭିଯୁକ୍ତଙ୍କ ଭାଇ ମଧ୍ୟ ସେନା ବାହିନୀରେ କାର୍ଯ୍ୟ କରୁଛନ୍ତି।

ଗୁପ୍ତ ଭାବେ କେଉଁଭଳି ଫଟୋ ଏବଂ ଭିଡିଓ ଉଠାଇ ପଠାଇବାକୁ ହେବ ସେ ବିଷୟରେ ପାକିସ୍ତାନ ହ୍ୟାଣ୍ଡଲରମାନେ ନିର୍ମଳଙ୍କୁ ତାଲିମ୍‌ ଦେଇଥିବା ଜଣାପଡ଼ିଛି। ତାଲିମ ପରେ ତାଙ୍କୁ ଅରୁଣାଚଳ ପ୍ରଦେଶରେ ଥିବା ସେନା ବେସ୍‌ରେ କୁଲି ଭାବେ କାର୍ଯ୍ୟ କରିବାକୁ ପଠା ଯାଇଥିଲା।

Related story