ଯାଦବଙ୍କ ବିରୋଧରେ ୧୯ରେ ପ୍ରମାଣ ଦାଖଲ କରିବ ପାକ୍‌

ଇସ୍‌ଲାମାବାଦ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଗିରଫ କରିଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କ ବିରୋଧରେ ସମସ୍ତ ପ୍ରମାଣ ଆସନ୍ତା ୧୯ରେ ଅନ୍ତର୍ଜାତୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ରେ ଦାଖଲ କରିବ। ଏନେଇ ଆଜି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ କ୍ୟୁରେଶୀ ସୂଚନା ଦେଇଛନ୍ତି। ୪୮ ବର୍ଷୀୟ ଯାଦବଙ୍କୁ ପାକିସ୍ତାନ ମିଲିଟାରୀ କୋର୍ଟ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଛି। ୨୦୧୭ ଏପ୍ରିଲ ମାସରେ କୋର୍ଟ ଏଭଳି ଦଣ୍ଡାଦେଶ କରିଥିବା ବେଳେ ଭାରତ ସରକାର ମେ’ ମାସରେ […]

ri

Hemant Lenka
  • Published: Friday, 08 February 2019
  • , Updated: 08 February 2019, 08:38 PM IST

ଇସ୍‌ଲାମାବାଦ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଗିରଫ କରିଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କ ବିରୋଧରେ ସମସ୍ତ ପ୍ରମାଣ ଆସନ୍ତା ୧୯ରେ ଅନ୍ତର୍ଜାତୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ରେ ଦାଖଲ କରିବ। ଏନେଇ ଆଜି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ କ୍ୟୁରେଶୀ ସୂଚନା ଦେଇଛନ୍ତି।

୪୮ ବର୍ଷୀୟ ଯାଦବଙ୍କୁ ପାକିସ୍ତାନ ମିଲିଟାରୀ କୋର୍ଟ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଛି। ୨୦୧୭ ଏପ୍ରିଲ ମାସରେ କୋର୍ଟ ଏଭଳି ଦଣ୍ଡାଦେଶ କରିଥିବା ବେଳେ ଭାରତ ସରକାର ମେ’ ମାସରେ ଆଇସିଜେରେ ଏହା ବିରୋଧରେ ଆବେଦନ କରିଛନ୍ତି। ତା ପରଠାରୁ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଇସିଜେ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଇଛନ୍ତି।

ଏହି ମାମଲାରେ ଉଭୟ ଭାରତ ଓ ପାକିସ୍ତାନ ସେମାନଙ୍କର ବଳିଷ୍ଠ ଯୁକ୍ତି ବିଶ୍ୱର ସର୍ବୋଚ୍ଚ କୋର୍ଟଙ୍କ ଆଗରେ ଉପସ୍ଥାପନ କରିଛନ୍ତି। କୋର୍ଟ ଏହାର ଚୂଡ଼ାନ୍ତ ଶୁଣାଣି ଚଳିତ ବର୍ଷ ଫେବୃଆରୀ ୧୮ରୁ ୨୧ ମଧ୍ୟରେ କରିବେ।

ଯାଦବ ଇରାନରେ କାମ କରୁଥିବା ବେଳେ ତାଙ୍କୁ ପାକିସ୍ତାନର ଆଇଏସ୍ଆଇ ଅଧିକାରୀମାନେ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ଭାରତ ପକ୍ଷରୁ କୁହାଯାଇଛି।

Related story