ପକ୍ଷୀଙ୍କୁ ପିଞ୍ଜରାରେ ରଖିବା ଅନୁଚିତ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମଣିଷ ପରି ପକ୍ଷୀମାନଙ୍କର ମଧ୍ୟ ମୌଳିକ ଅଧିକାର ରହିଛି। ସେମାନଙ୍କର ବି ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ଖୋଲା ଆକାଶରେ ଉଡିବା ସେମାନଙ୍କର ମୌଳିକ ଅଧିକାର। ସେମାନଙ୍କୁ ପିଞ୍ଜରାରେ ବନ୍ଦୀ କରି ରଖିବା ଅମାନବୀୟ। ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେବା ସହ କହିଛନ୍ତି ଯେ ପକ୍ଷୀମାନଙ୍କର ବ୍ୟବସାୟ ସେମାନଙ୍କର ଅଧିକାରର ଉଲ୍ଲଂଘନ। ଦିଲ୍ଲୀ ହାଇକୋର୍ଟର ବିଚାରପତି ମନମୋହନ ସିଂହ ଏହି ରାୟ ଦେବା ବେଳେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଥିଲେ ଯେ […]

bird

bird

Rakesh Mallick
  • Published: Sunday, 17 May 2015
  • Updated: 17 May 2015, 09:33 AM IST

ନୂଆଦିଲ୍ଲୀ: ମଣିଷ ପରି ପକ୍ଷୀମାନଙ୍କର ମଧ୍ୟ ମୌଳିକ ଅଧିକାର ରହିଛି। ସେମାନଙ୍କର ବି ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ଖୋଲା ଆକାଶରେ ଉଡିବା ସେମାନଙ୍କର ମୌଳିକ ଅଧିକାର। ସେମାନଙ୍କୁ ପିଞ୍ଜରାରେ ବନ୍ଦୀ କରି ରଖିବା ଅମାନବୀୟ। ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେବା ସହ କହିଛନ୍ତି ଯେ ପକ୍ଷୀମାନଙ୍କର ବ୍ୟବସାୟ ସେମାନଙ୍କର ଅଧିକାରର ଉଲ୍ଲଂଘନ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ମନମୋହନ ସିଂହ ଏହି ରାୟ ଦେବା ବେଳେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ପକ୍ଷୀମାନଙ୍କୁ ଖୋଲା ଆକାଶରେ ଉଡ଼ିବାକୁ ଦିଆଯିବା ବଦଳରେ ସେମାନଙ୍କୁ ପିଞ୍ଜରାରେ ଭର୍ତ୍ତି କରି ବିଦେଶକୁ ଚାଲାଣ କରାଯାଉଛି। ପୁଣି ଚାଲାଣ କରାଯିବା ବେଳେ ସେମାନଙ୍କୁ ଠିକ୍ ଭାବେ ଖାଇବା ଓ ପିଇବାକୁ ଦିଆଯାଉନାହିଁ। ଚିକିତ୍ସା ମଧ୍ୟ କରାଯାଉ ନାହିଁ।

ଏହା ସହିତ ହାଇକୋର୍ଟ ଦିଲ୍ଲୀ ପୋଲିସ୍ ଓ ଦିଲ୍ଲୀର ସମସ୍ତ ପକ୍ଷୀ ମାଲିକ ମୋହାଜିମଙ୍କୁ ନୋଟିସ୍ ଜାରି କରିଛନ୍ତି। ମେ’୨୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତଳ କୋର୍ଟର ଏକ ରାୟ ଉପରେ ରହିତାଦେଶ ଦେଇ ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ମୋହାଜିମ୍ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ପକ୍ଷୀଙ୍କୁ ମୁକ୍ତ କରାଯାଇଥିଲା। କିନ୍ତୁ ପରେ ତାଙ୍କର ଆବେଦନ କ୍ରମେ ତଳ କୋର୍ଟ ଉକ୍ତ ପକ୍ଷୀଗୁଡ଼ିକୁ ପୁଣି ତାଙ୍କୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ’ପିପୁଲ୍ ଫର୍ ଆନିମଲ୍ସ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ସ୍ୱେଚ୍ଛାସେବୀ ସଂଗଠନ ହିଁ ଉକ୍ତ ପକ୍ଷୀଗୁଡ଼ିକୁ ମୋହାଜିମଙ୍କ ଠାରୁ ମୁକ୍ତ କରିଥିଲା। ଏହି ସଂଗଠନ ଅଭିଯୋଗ କରିଛି ଯେ ତଳ କୋର୍ଟ ସେମାନଙ୍କ ପକ୍ଷ ନଶୁଣି ମୋହାଜିମଙ୍କୁ ପକ୍ଷୀଗୁଡ଼ିକୁ ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଏନଜିଓର ଓକିଲ ଏସ.ଡି ୱିଣ୍ଡଲେସ୍ ଅଭିଯୋଗ କରିଛନ୍ତି ଯେ ମୋହାଜିମ୍ ଉକ୍ତ ପକ୍ଷୀଗୁଡ଼ିକର ମାଲିକ ନୁହେଁ ବୋଲି ତଳ କୋର୍ଟ ଅନୁଭବ କରିବା ସତ୍ତ୍ୱେ ତାଙ୍କୁ ସେଗୁଡ଼ିକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story