ପାକିସ୍ତାନ ପାଇଁ ‘ଶବାସନ’ ଯୋଗ ହିଁ ଯୋଗ ଅଟେ : ଶିବସେନା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଯୋଗର ସଫଳତାକୁ ନେଇ ଶିବସେନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି। କିନ୍ତୁ ଅପରପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର  ଦରଦାମ ବୃଦ୍ଧି ଓ ଭ୍ରଷ୍ଟାଚାରକୁ ନେଇ ମୋଦିଙ୍କୁ ନିନ୍ଦା ମଧ୍ୟ କରିଛି।  ଶିବସେନା ପକ୍ଷରୁ କୁହାଯାଇଛି, “ଯୋଗ ଦିବସ ଦ୍ୱାରା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ୱରେ ଲୋକପ୍ରିୟ ହୋଇଛନ୍ତି। ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। କିନ୍ତୁ ଯୋଗ ଦିବସ ପାଳନ କରିବା ଦ୍ୱାରା  କଣ ଲୋକମାନେ ଭ୍ରଷ୍ଟାଚାର […]

udhav_

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 03:09 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ ଯୋଗର ସଫଳତାକୁ ନେଇ ଶିବସେନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି। କିନ୍ତୁ ଅପରପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର  ଦରଦାମ ବୃଦ୍ଧି ଓ ଭ୍ରଷ୍ଟାଚାରକୁ ନେଇ ମୋଦିଙ୍କୁ ନିନ୍ଦା ମଧ୍ୟ କରିଛି।  ଶିବସେନା ପକ୍ଷରୁ କୁହାଯାଇଛି, “ଯୋଗ ଦିବସ ଦ୍ୱାରା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ୱରେ ଲୋକପ୍ରିୟ ହୋଇଛନ୍ତି। ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। କିନ୍ତୁ ଯୋଗ ଦିବସ ପାଳନ କରିବା ଦ୍ୱାରା  କଣ ଲୋକମାନେ ଭ୍ରଷ୍ଟାଚାର ଓ ଅତ୍ୟାବଶ୍ୟକ ସାମଗ୍ରୀ  ଦରଦାମ ବୃଦ୍ଧିର ଦୁଃଖକୁ ଭୁଲି ଯିବେ?”

ଦଳୀୟ ମୁଖପତ୍ର“ସାମନା”ରେ ଆହୁରି ମଧ୍ୟ ପାକିସ୍ତାନକୁ ନିନ୍ଦା କରି ଲେଖାଯାଇଛି, “ପାକିସ୍ତାନ ପାଇଁ  ‘ଶବାସନ’ ଯୋଗ ହିଁ ଯୋଗ ଅଟେ। ଯୋଗ ଦିବସରେ ଯୋଗ  କରିବା  ପାଇଁ ପାକିସ୍ତାନ  ଗୋଟିଏ ଦିନ ମୁଣ୍ଡ ତଳକୁ ନୁଆଇଁ ଯୋଗ କରିଥାଏ।  ପାକିସ୍ତାନକୁ ତଳକୁ ମୁଣ୍ଡ ନୁଆଁଇବା ପାଇଁ ଯୋଗ ହିଁ ଏକ ମାଧ୍ୟମ ଅଟେ।”

Related story