ନୂଆଦିଲ୍ଲୀ: ୧୫ ବର୍ଷ ଧରି ପାକିସ୍ତାନରେ ରହୁଥିବା ଭିନ୍ନକ୍ଷମ ଝିଅ ଗୀତା ଆଜି ଭାରତ ଫେରିଛନ୍ତି। ଆଜି ସକାଳେ ଗୀତା କରାଚିରୁ ଯାତ୍ରା ଆରମ୍ଭ କରି ନୂଆଦିଲ୍ଳୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଗୀତାଙ୍କୁ ଭେଟିବା ଲାଗି ତାଙ୍କ ବାପା ଜନାର୍ଦ୍ଦନ ମାହାତୋ ଏବଂ ପରିବାର ଅନ୍ୟ ସଦସ୍ୟମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଗୀତାଙ୍କ ପ୍ରକୃତ ପରିଚୟ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯିବ। ୧୫ବର୍ଷ ତଳେ ସମଝୌତା ଏକ୍ସପ୍ରେସରୁ ପାକିସ୍ତାନ ରେଞ୍ଜର୍ସର ଜଣେ ଯବାନ ଗୀତାଙ୍କୁ ଠାବ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୭ରୁ ୮ବର୍ଷ ହୋଇଥିଲା। ତେବେ ମୂକ ବଧିର ହୋଇଥିବାରୁ ତାଙ୍କ ପରିଚୟ ମିଳିପାରି ନ ଥିଲା। ସେବଠୁ ଗୀତା ପାକିସ୍ତାନ କରାଚିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଦ୍ଧି ଫାଉଣ୍ଡେସନରେ ରହି ଆସୁଥିଲେ। ତାଙ୍କର ପ୍ରକୃତ ନାଁ ଜଣାପଡି ନ ଥିଲେ ମଧ୍ୟ ସେଠାରେ ତାଙ୍କ ନାଁ ରଖାଯାଇଥିଲା ଗୀତା। ପରେ ତାଙ୍କ ପ୍ରକୃତ ଘର ବିହାର ବୋଲି ଜଣାପଡିଥିଲା। ଗୀତାଙ୍କୁ ତାଙ୍କ ପରିବାରର କିଛି ଫଟୋ ଦେଖାଇବା ପରେ ସେ ଚିହ୍ନିପାରିଥିଲେ। ବଲିଉଡ୍ ଫିଲ୍ମ ବଜରଙ୍ଗୀ ଭାଇଜାନ ରିଲିଜ୍ ହେବା ପରେ ଗୀତାଙ୍କ ସମ୍ପର୍କରେ ଜଣାପଡିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।