ଇସ୍ଲାମାବାଦ: ଉରୀ ଆକ୍ରମଣ ପରେ ଭାରତର କୂଟନୈତିକ ପ୍ରୟାସ ଯୋଗୁଁ ବିଶ୍ୱ ଦରବାରରେ ପାକିସ୍ତାନର ମୁଖା ଖୋଲି ଯାଇଛି। ପାକିସ୍ତାନକୁ ଏକ ଘରିଆ କରିବାକୁ ଭାରତ ସରକାର ଚଳାଇଥିବା ପ୍ରୟାସ ନୱାବ ସରିଫ ସରକାର ସମେତ ପାକିସ୍ତାନ ସେନାକୁ ଦୋହଲାଇ ଦେଇଛି। ଏପରି ସ୍ଥିତିରେ ସରିଫଙ୍କ ସରକାର ପାକିସ୍ତାନୀ ସେନା ଉପରେ ବର୍ଷିଛନ୍ତି। ସରକାରଙ୍କ ପକ୍ଷରୁ ସେନାକୁ କୁହାଯାଇଛି,“ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ, ନ ହେଲେ ବିଶ୍ୱ ଦରବାରରେ ଏକ ଘରିଆ ହେବାକୁ ପ୍ରସ୍ତୁତ ରୁହ।”
ପାକିସ୍ତାନୀ ଖବରକାଗତ ‘ଡନ୍’ ଅନୁସାରେ ଏହି ମାମଲାକୁ ନେଇ ଗତ ସୋମବାର ଏକ ବୈଠକ ହୋଇଥିଲା। ଏଥିରେ ସହମତି ହୋଇଥିଲା ଯେ, ଆଇଏସ୍ଆଇ ଡିଜି ଜେନେରାଲ ରିଜୱାନ ଅଖତର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ନାସିର ଜୁଞ୍ଜୁଆ ଚାରି ପ୍ରଦେଶର ପ୍ରୋବିନେନ୍ସ ଏପେକ୍ସ କମିଟି ଓ ଆଇଏସ୍ଆଇ ସେକ୍ଟର କମାଣ୍ଡରଙ୍କ ପାଇଁ ଏହି ବାର୍ତ୍ତା ନେଇ କି ଯିବେ।
ଆତଙ୍କୀ ସଂଗଠନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସେନା ଓ ସେନାର ଗୁଇନ୍ଦା ବିଭାଗ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।