ଭାରତର ପାଲଟା ଆକ୍ରମଣରେ ବଡ଼ କ୍ଷତି ହୋଇଛି, ମାନିଲା ପାକିସ୍ତାନ

ଇସଲାମାବାଦ: ଶୁକ୍ରବାର ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଭାରତର ୫ ଯବାନ ଶହୀଦ ହୋଇଥିବାବେଳେ ତିନି ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ଭାରତ ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଏଥିରେ ପାକିସ୍ତାନର ୧୧ ଯବାନ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏଥିସହ ପାକିସ୍ତାନ ସେନାର ଡିପୋ ମଧ୍ୟ ଧ୍ୱଂସ ହୋଇଛି। ଏହାଦ୍ୱାରା ପାକିସ୍ତାନ ସେନାର ବିପୁଳ କ୍ଷତି ହୋଇଛି। ପାକିସ୍ତାନର ପ୍ରମୁଖ ଖବର କାଗଜ ଡନରେ ଏହା ପ୍ରକାଶ ପାଇଛି। ହେଲେ […]

Indian-army

Subhransu Sekhar
  • Published: Saturday, 14 November 2020
  • , Updated: 14 November 2020, 12:51 PM IST

ଇସଲାମାବାଦ: ଶୁକ୍ରବାର ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଭାରତର ୫ ଯବାନ ଶହୀଦ ହୋଇଥିବାବେଳେ ତିନି ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ଭାରତ ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଏଥିରେ ପାକିସ୍ତାନର ୧୧ ଯବାନ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏଥିସହ ପାକିସ୍ତାନ ସେନାର ଡିପୋ ମଧ୍ୟ ଧ୍ୱଂସ ହୋଇଛି। ଏହାଦ୍ୱାରା ପାକିସ୍ତାନ ସେନାର ବିପୁଳ କ୍ଷତି ହୋଇଛି। ପାକିସ୍ତାନର ପ୍ରମୁଖ ଖବର କାଗଜ ଡନରେ ଏହା ପ୍ରକାଶ ପାଇଛି। ହେଲେ କେତେ ଜଣ ପାକିସ୍ତାନୀ ସେନାଙ୍କର ମୃତ୍ୟୁୁ ହୋଇଛି ସେ ବାବଦରେ କିଛି ସୂଚନା ଦେଇନି ପାକିସ୍ତାନ ସେନା।

ପାକିସ୍ତାନ ଖବରକାଗଜ 'ଡନ୍'ର ରିପୋର୍ଟ ଅନୁଯାୟୀ, ପିଓକେରେ ଭାରତୀୟ ସେନା ପାଲଟା ଆକ୍ରମଣ କରିବା ଦ୍ୱାରା ନିଲମ ଉପତ୍ୟକା, ଲିପା ଉପତ୍ୟକା ଏବଂ ମୁଜାଫରବାଦ ଜିଲ୍ଲାର ନାସେରା ସେକ୍ଟରରେ ପ୍ରାୟ ୫ ସେନା ସମେତ ୩୦ ଜଣ ଆହତ ହୋଇଛନ୍ତି। ଭାରତର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନବାସୀ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ପିଓକେର ତଥାକଥିତ ପ୍ରଧାନମନ୍ତ୍ରୀ ରାଜା ଫାରୁକ୍ ହାଇଦର ଇମ୍ରାନ ଖାନଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଏଲଓସିରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ କିଏ ଦାୟୀ ରହିବ ଏବଂ ଆମକୁ କେତେ ଦିନ ପର୍ଯ୍ୟନ୍ତ ଏଭଳି ସହିବାକୁ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Related story