ପାକିସ୍ତାନ ଆମ ସାନ ଭାଇ, ଚୀନ ଆମ ପାଇଁ ବିପଦ: ମୁଲାୟମ

ନୂଆଦିଲ୍ଲୀ: ଲୋକସଭାରେ ଆଜି ଚମେଲୀରେ ଚୀନ୍‌ ସେନାର ଅନୁପ୍ରବେଶକୁ ନେଇ ଆଲୋଚନା ହୋଇଥିଲା। କଂଗ୍ରେସ ସାଂସଦ ଜ୍ୟୋତିରାଦିଟି ସିନ୍ଧିଆ ଏହି ପ୍ରସଙ୍ଗ ଉଠାଇ ଥିଲେ। ଏହି ପ୍ରସଙ୍ଗରେ ଟିପ୍ପଣୀ ରଖି ସମାଜପାଦୀ ପାର୍ଟି ମୁଖ୍ୟ ମୁଳାୟମ ସିଂହ ଯାଦବ କହିଥିଲେ, “ଚୀନ ଆମ ପାଇଁ ସବୁଠାରୁ ବଡ଼ ବିପଦ। ଚୀନଠାରୁ ସତର୍କ ରହିବା ଆବଶ୍ୟକ। ଆମେ ବଡ଼ ଭାଇ ଓ ତୁମେ ସାନ ଭାଇ ବୋଲି କହି ଭାରତ ସରକାର ପାକିସ୍ତାନକୁ ନିଜ ତରଫକୁ ଆଣିବା ଦରକାର।” […]

mulayam

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 07:09 PM IST

ନୂଆଦିଲ୍ଲୀ: ଲୋକସଭାରେ ଆଜି ଚମେଲୀରେ ଚୀନ୍‌ ସେନାର ଅନୁପ୍ରବେଶକୁ ନେଇ ଆଲୋଚନା ହୋଇଥିଲା। କଂଗ୍ରେସ ସାଂସଦ ଜ୍ୟୋତିରାଦିଟି ସିନ୍ଧିଆ ଏହି ପ୍ରସଙ୍ଗ ଉଠାଇ ଥିଲେ। ଏହି ପ୍ରସଙ୍ଗରେ ଟିପ୍ପଣୀ ରଖି ସମାଜପାଦୀ ପାର୍ଟି ମୁଖ୍ୟ ମୁଳାୟମ ସିଂହ ଯାଦବ କହିଥିଲେ, “ଚୀନ ଆମ ପାଇଁ ସବୁଠାରୁ ବଡ଼ ବିପଦ। ଚୀନଠାରୁ ସତର୍କ ରହିବା ଆବଶ୍ୟକ। ଆମେ ବଡ଼ ଭାଇ ଓ ତୁମେ ସାନ ଭାଇ ବୋଲି କହି ଭାରତ ସରକାର ପାକିସ୍ତାନକୁ ନିଜ ତରଫକୁ ଆଣିବା ଦରକାର।”

ସେ କହିଥିଲେ, “ଚୀନଠାରୁ ବିପଦ ରହିଛି, ସରକାର ସତର୍କ ରହିବା ଦରକାର। ଚୀନ ଆମ ବିରୋଧରେ ଷଡ଼ଯନ୍ତ୍ର କରିବା ଛାଡିବ ନାହିଁ। ଆମ ବିରୋଧରେ ଚୀନ ପାକିସ୍ତାନ ସହ ହାତ ମିଶାଇଛି। ପାକିସ୍ତାନକୁ ଢାଲ କରି ଚୀନ ଆମ ଉପରେ ଚାପ ପକାଉଛି।”

ସେ କହିଛନ୍ତି, “ଆମ ସେନା ଦୁର୍ବଳ ନୁହେଁ। ଚୀନକୁ ତା’ର କାର୍ଯ୍ୟକଳାପ ପାଇଁ ଚେତାବନୀ ଦିଆଯିବା ଦରକାର। ଏପରି କରା ନ ଗଲେ ଚୀନର ବଦମାସୀ ବଢିଯିବ।”

Related story