ଏଲଓସିରେ ଶାନ୍ତି ପାଇଁ ଭାରତକୁ ପାକିସ୍ତାନର ନିବେଦନ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଓ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ଏବେ ଶାନ୍ତି ପାଇଁ ନିବେଦନ କରିଛି। ପୁଲୱାମା ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ଓ ଭାରତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଠାରେ ମୁହାଁମୁହିଁ ହୋଇଥିଲେ। ଏପରି କି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନକୁ ବିଶ୍ୱସ୍ତରରେ ଏକ ଘରିକିଆ କରିବାକୁ ଭାରତ ଯୋଜନା କରୁଥିବାରୁ ଏବେ ଇସ୍‌ଲାମାବାଦ୍‌ ବ୍ୟାକ୍‌ଫୁଟ୍‌କୁ ଚାଲି ଆସିଛି। ଏହି କାରଣରୁ […]

sss

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 05:16 PM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଓ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ଏବେ ଶାନ୍ତି ପାଇଁ ନିବେଦନ କରିଛି। ପୁଲୱାମା ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ଓ ଭାରତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଠାରେ ମୁହାଁମୁହିଁ ହୋଇଥିଲେ। ଏପରି କି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନକୁ ବିଶ୍ୱସ୍ତରରେ ଏକ ଘରିକିଆ କରିବାକୁ ଭାରତ ଯୋଜନା କରୁଥିବାରୁ ଏବେ ଇସ୍‌ଲାମାବାଦ୍‌ ବ୍ୟାକ୍‌ଫୁଟ୍‌କୁ ଚାଲି ଆସିଛି। ଏହି କାରଣରୁ ଏବେ ପାକିସ୍ତାନ ପଡ଼ୋଶୀ ଭାରତ ସହ ଏଲଓସିରେ ଶାନ୍ତି ପାଇଁ ନିବେଦନ କରିଥିବା ଜଣାପଡ଼ିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଲଓସିରେ ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନ ସେନା କୂଟନୀତିକ ଚ୍ୟାନେଲ ଜରିଆରେ ଭାରତକୁ ନିବେଦନ କରିଛି।ଏହା ପୂର୍ବରୁ ଏପ୍ରିଲର ମଧ୍ୟ ଭାଗରେ ପାକିସ୍ତାନ ଏଭଳି ନିବେଦନ କରିଥିଲା। ସେବେଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହୋଇନାହିଁ। ପାକିସ୍ତାନ କହିଛି , ଶାନ୍ତି ସ୍ଥାପନ ପାଇଁ ଇସ୍‌ଲାମାବାଦ୍‌ ଏଲଓସିରେ ମୁତୟନ କରିଥିବା ଏସ୍‌ଏସ୍‌ଜି କମାଣ୍ଡୋମାନଙ୍କୁ ପ୍ରତ୍ୟାହାର କରିନେବ। ଏଥିସହ ଉଭୟ ଦେଶ ଏଲଓସିରେ ପରସ୍ପର ଉପରେ ଯେଉଁ ଗୁଳିଗୋଳା ମାଡ଼ କରୁଛନ୍ତି ତା’କୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ମଧ୍ୟ ପାକିସ୍ତାନ ଅନୁରୋଧ କରିଛି । ଏ ସଂକ୍ରାନ୍ତ ଏକ ରିପୋର୍ଟ ପିଏମଓକୁ ପଠାଯାଇଛି।

ପାକିସ୍ତାନର ବାଲାକୋଟ୍‌ ଠାରେ ଥିବା ଜୈଶ ଏ ମହମ୍ମଦ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ହମ୍‌ଲା କରିଥିଲା। ଏହାପରେ ପାକିସ୍ତାନ ଭାରତ ବିରୋଧରେ ଅଘୋଷିତ ଯୁଦ୍ଧ ଡାକରା ଦେଇଥିଲା। ଏଲ୍‌ଓସି ନିକଟକୁ ପାକିସ୍ତାନ ବହୁ ସଂଖ୍ୟାରେ ସୈନ୍ୟ ପଠାଇବା ସହ ଘନଘନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିଲା। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ହେଲେ ଏବେ ଭାରତର ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି।

Related story