ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

ଇସଲାମାବାଦ: ପାକିସ୍ତାନ କ୍ୟାବିନେଟ ଆଜି ଦେଶର ନୂଆ ମ୍ୟାପକୁ ଅନୁମୋଦନ ଦେଇଛି। ଏଥିରେ ଜମ୍ମୁ-କଶ୍ମୀର ଓ ଲଦାଖର କିଛି ଅଂଶକୁ ପାକିସ୍ତାନ ନିଜର ବୋଲି କହିଛି। ସେହିପରି ଗୁଜରାଟର ଜୁନାଗଡ଼ ଓ ମାନଭାଦରକୁ ମଧ୍ୟ ପାକିସ୍ତାନ ନିଜର ବୋଲି ମ୍ୟାପ୍‌ରେ ଉଲ୍ଲେଖ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଆସନ୍ତାକାଲି ବର୍ଷେ ପୁରୁଛି। ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କରିଥିଲେ। ଏହାର […]

uy

Hemant Lenka
  • Published: Tuesday, 04 August 2020
  • , Updated: 04 August 2020, 08:04 PM IST

ଇସଲାମାବାଦ: ପାକିସ୍ତାନ କ୍ୟାବିନେଟ ଆଜି ଦେଶର ନୂଆ ମ୍ୟାପକୁ ଅନୁମୋଦନ ଦେଇଛି। ଏଥିରେ ଜମ୍ମୁ-କଶ୍ମୀର ଓ ଲଦାଖର କିଛି ଅଂଶକୁ ପାକିସ୍ତାନ ନିଜର ବୋଲି କହିଛି। ସେହିପରି ଗୁଜରାଟର ଜୁନାଗଡ଼ ଓ ମାନଭାଦରକୁ ମଧ୍ୟ ପାକିସ୍ତାନ ନିଜର ବୋଲି ମ୍ୟାପ୍‌ରେ ଉଲ୍ଲେଖ କରିଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଆସନ୍ତାକାଲି ବର୍ଷେ ପୁରୁଛି। ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କରିଥିଲେ। ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ନୂଆ ମ୍ୟାପ ସାର୍ବଜନୀନ କରିଛି।

ନୂଆ ମ୍ୟାପକୁ ଉନ୍ମୋଚନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହାକୁ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଆଜି ଆମେ ନୂଆ ମ୍ୟାପ୍‌କୁ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପନ କରୁଛୁ। ଏହି ମ୍ୟାପକୁ ପାକିସ୍ତାନ କ୍ୟାବିନେଟ, ବିରୋଧୀ ଓ କଶ୍ମୀର ନେତାମାନେ ସମର୍ଥନ କରିଛନ୍ତି।


ଦେଶବାସୀ ଓ କଶ୍ମୀରର ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏହି ମ୍ୟାପ ପ୍ରସ୍ତୁତ କରାଯାଇଛି। ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀରବାସୀଙ୍କ ପ୍ରତି ଅନ୍ୟାୟ କରିଥିଲେ। ଆଜି ଠାରୁ ନୂଆ ଦିନ ଆରମ୍ଭ। ଏହା ପାକିସ୍ତାନର ନୂଆ ମ୍ୟାପ ବୋଲି ସେ କହିଛନ୍ତି।
ଏଯାଏ ପାକିସ୍ତାନ ପିଓକେକୁ ତା’ର ନିଜସ୍ୱ ଅଞ୍ଚଳ ବୋଲି କହିବା ସହ ଗିଲଗିଟ-ବାଲଟିସ୍ତାନକୁ ଆଜାଦ କଶ୍ମୀର ଭାବେ ବିବେଚନା କରୁଥିଲା।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, ଇତିହାସରେ ପ୍ରଥମଥର ପାଇଁ ଆମେ ବିଶ୍ୱ ଆଗରେ ଆମର ଆଭିମୁଖ୍ୟ ସ୍ପଷ୍ଟ କରିଛୁ। ସମଗ୍ର କଶ୍ମୀର ଏକ ବିବାଦୀୟ ଅଞ୍ଚଳ। ଏଥିରେ ଜାତିସଂଘ ହସ୍ତକ୍ଷେପ କରି ଏହାର ସମାଧାନ କରିବା ଦରକାର। ପାକିସ୍ତାନ ଆସନ୍ତାକାଲି ସମଗ୍ର ଦେଶରେ କଳା ଦିବସ ପାଳନ କରିବେ। ଭାରତ ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାକୁ ପାକିସ୍ତାନ ବିରୋଧ କରୁଛି।

Related story