ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ: ପାକିସ୍ତାନ ସେନା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜମ୍ମୁ ଓ କାଶ୍ମୀରର ରଜୌରୀଠାରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଓ କାଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ପାକ୍ ସେନା ପକ୍ଷରୁ ଭାରତୀୟ ସେନାର ଛାଉଣୀ ଉପରକୁ ଗୁଳି ମାଡ଼ କରାଯାଇଥିଲା। ଭାରତୀୟ ଯବାନମାନେ ବି ଏହାର କଡ଼ା ଜବାବ ଦେଇଥିଲେ। ଏହି ଗୁଳି ବିନିମୟରେ ଜଣେ ବିଏସ୍‌ଏଫ୍ ଯବାନ ଆହତ ହୋଇଛନ୍ତି।

ରଜୌରୀଠାରେ ଗତକାଲି ରାତି ୧୨ଟା ୪୦ରେ ପାକିସ୍ତାନ ସେନା ଭାରତୀୟ ସେନା ଛାଉଣୀ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା।

କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ଆଜି ସକାଳ ପ୍ରାୟ ୯ଟା ୪୫ରୁ ପାକ୍ ଯବାନମାନେ ଗୁଳି ଚଳାଇଥିଲେ। ୧୫ ମିନିଟ୍ ଧରି ଜୋରଦାର ପାକ୍‌ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିମିନିମୟ ବେଳେ ଜଣେ ପାକିସ୍ତାନ ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। କିନ୍ତୁ ଏ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ୍ ଅପରେସନ୍ ପରେ ଉଭୟ ଅନ୍ତର୍ଜାତୀୟ ସୀମା ଓ ଏଲ୍‌ଓସିରେ ପାକିସ୍ତାନ ସେନା ଏହି ଦୁଇ ଘଟଣାକୁ ମିଶାଇ ମୋଟ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲାଣି।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ପଦରେ ମୋଦିଙ୍କ ନାଁରେ ନୂଆ ରେକର୍ଡ, ପଛରେ ପଡ଼ିଲେ ବାଜପେୟୀ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର

ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

କରୋନା ଟିକା ନିଜ ଇଚ୍ଛାରେ କିଣି ପାରିବେନି ରାଜ୍ୟ ସରକାର

ମାଡ଼ି ଚାଲିଛି କରୋନା ଭାଇରସ: ଦିନକରେ ୬୭ ହଜାର ପଜିଟିଭ, ୯୪୨ ମୃତ