କର୍ତ୍ତାରପୁର କରିଡର: ମନମୋହନଙ୍କୁ ନିମନ୍ତ୍ରଣ କଲା ପାକିସ୍ତାନ, ମୋଦିଙ୍କୁ ନା

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡରର ଉଦ୍‌ଘାଟନୀ ସମାରୋହ ପାଇଁ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ସରକାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ସରକାର ଏଥିପାଇଁ ଆଦୌ ନିମନ୍ତ୍ରଣ କରିବେ ନାହିଁ ବୋଲି ଜଣାପଡ଼ିଛି। ପାକିସ୍ତାନର ଏହି ମନମୋହନ ସିଂହ ପ୍ରେମକୁ ନେଇ କଂଗ୍ରେସ ଅଡ଼ୁଆରେ ପଡ଼ିଛି। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ନେତାମାନେ ଦେଉଥିବା ବୟାନକୁ ଢାଲ କରି ପାକିସ୍ତାନ ବିଶ୍ୱ ଦରବାରରେ ଭାରତକୁ […]

qq

Hemant Lenka
  • Published: Monday, 30 September 2019
  • , Updated: 30 September 2019, 06:43 PM IST

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡରର ଉଦ୍‌ଘାଟନୀ ସମାରୋହ ପାଇଁ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ସରକାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ସରକାର ଏଥିପାଇଁ ଆଦୌ ନିମନ୍ତ୍ରଣ କରିବେ ନାହିଁ ବୋଲି ଜଣାପଡ଼ିଛି।

ପାକିସ୍ତାନର ଏହି ମନମୋହନ ସିଂହ ପ୍ରେମକୁ ନେଇ କଂଗ୍ରେସ ଅଡ଼ୁଆରେ ପଡ଼ିଛି। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ନେତାମାନେ ଦେଉଥିବା ବୟାନକୁ ଢାଲ କରି ପାକିସ୍ତାନ ବିଶ୍ୱ ଦରବାରରେ ଭାରତକୁ ଘେରିବାକୁ ଚେଷ୍ଟା କରିଥିଲା। ଏବେ ପାକିସ୍ତାନ ସରକାର ମନମୋହନଙ୍କୁ ନିମନ୍ତ୍ରଣ କରିବା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀ କହିଛନ୍ତି, “କର୍ତ୍ତାରପୁର କରିଡରର ଉଦ୍‌ଘାଟନୀ ସମାରୋହ ପାକିସ୍ତାନରେ ବେଶ ଧୁମଧାମରେ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ସରକାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବେ। କର୍ତ୍ତାରପୁର କରିଡର ଖୋଲିବା ପାକିସ୍ତାନ ବେଶ ଗୁରୁତ୍ୱ ବହନ କରେ।

ବହୁତ ଆଲୋଚନା ଓ ବିଚାରବିମର୍ଷ ପରେ ଆମେ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛୁ। ଏନେଇ ଖୁବ୍‌ଶୀଘ୍ର ବିଧିବଦ୍ଧ ଭାବେ ଶ୍ରୀ ସିଂହଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଯିବ।

ମନମୋହନଙ୍କ ଧର୍ମ ଉପରେ ଜ୍ଞାନ ଓ ବିଶ୍ୱାସ ରହିଛି। ପାକିସ୍ତାନରେ ତାଙ୍କ ପ୍ରତି ସ୍ୱତନ୍ତ୍ର ସମ୍ମାନ ରହିଛି। ତେଣୁ ଆମେ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରୁଛୁ। କର୍ତ୍ତାରପୁର ସାହିବ କରିଡର ୨୦୧୯ ନଭେମ୍ବର ୯ରେ ଖୋଲିବ। ଏଥିପାଇଁ ଜିରୋ ପଏଣ୍ଟରେ ଜୋରଦାର କାମ ଚାଲିଛି।”

କର୍ତ୍ତାରପୁର କରିଡର ଭାରତ ଓ ପାକିସ୍ତାନ ମିଳିତ ଭାବେ ନିର୍ମାଣ କରୁଛନ୍ତି। ଏହାଦ୍ୱାରା ଦରବାର ସାହିବକୁ ଯୋଗାଯୋଗ ହୋଇପାରିବ। ଏଠାରେ ଗୁରୁ ନାନକ ବିଶ୍ରାମ ନେଇଥିବା ଶିଖ୍‌ ଧର୍ମରେ ଉଲ୍ଲେଖ ରହିଛି। କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହିନ୍ଦୁ ଏଜେଣ୍ଡାକୁ ସର୍ବଦା ଟାର୍ଗେଟ କରୁଛନ୍ତି।

ହିନ୍ଦୁ ଏଜେଣ୍ଡା ପାଇଁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇମ୍ରାନ୍‌ ଖାନ୍‌ ସରକାର ମୋଦିଙ୍କ ବଦଳରେ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

Related story