ବେଞ୍ଜିଂ: ସବୁବେଳେ ପାକିସ୍ତାନ ସହ ଛିଡା ହୋଇଥାଏ ଚୀନ। ସେ ଆତଙ୍କବଦକୁ ନେଇ ହେଉ ଅବା ଅନ୍ୟ କୌଣସି କାରଣ। ଚୀନ୍ର ପାକିସ୍ତାନ ପ୍ରତି ଏତେ ଦରଦପଣିଆ କାହିଁକି ସାରା ବିଶ୍ୱ ଜାଣିଛି। ଏବେ ଚୀନ୍ର କମ୍ୟୁନିଷ୍ଟ ସରକାରଙ୍କ ବୈଦେଶିକ ବିଭାଗର ଉପମନ୍ତ୍ରୀ ଗୁଓ ଜୋଓ ଏହା ଉପରେ ବିଧିବଦ୍ଧ ମୋହର ଲଗାଇଛନ୍ତି। ଶନିବାର ପାର୍ଟି କଂଗ୍ରେସରେ ପାକିସ୍ତାନକୁ ନିଜର ପ୍ରକୃତ ବନ୍ଧୁ ବୋଲି ସେ କହିଛନ୍ତି। ଏଥିରେ ସେ ପାକିସ୍ତାନ ସହ ସମ୍ପର୍କକୁ ମହୁ ଓ ଲୁହା ସହ ତୁଳନା କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ସହ ଚୀନ୍ର ସମ୍ପର୍କ ମହୁ ପରି ମିଠା ଓ ଲୁହା ପରି ଶକ୍ତି।
ସୂଚନାଯୋଗ୍ୟ, ପ୍ରତି ୫ ବର୍ଷରେ କମ୍ୟୁନିଷ୍ଟ ପାର୍ଟିର ଏହି କାର୍ଯ୍ୟକ୍ରମ ହୋଇଥାଏ। ଏହା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଏହି ଅବସରରେ ରାଷ୍ଟ୍ରପତିଙ୍କ ୫ ବର୍ଷିୟ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ନୂଆ ନେତାଙ୍କୁ ଚୟନ କରାଯିବ। ଏହି କାର୍ଯ୍ୟକ୍ରମ ଗତ ୧୮ ତାରିଖରୁ ଆରମ୍ଭ ହୋଇଛି ଓ ଆସନ୍ତା ୨୪ ତାରିଖରେ ସରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।