ପାକିସ୍ତାନ ନୁହେଁ ଟେରୋରିସ୍ତାନ: ଜାତିସଂଘରେ ଜବାବ ଦେଲା ଭାରତ

ନ୍ୟୁୟର୍କ: ଆମ ପଡୋଶୀ ଏବେ ଆଉ ପାକିସ୍ତାନ ହୋଇ ରହିନାହିଁ। ଏହା ଟେରୋରିସ୍ତାନରେ ପରିଣତ ହୋଇଛି। ଏଠାରେ ଆତଙ୍କବାଦକୁ ସୁରକ୍ଷା ଦିଆଯାଉଛି। ନୂଆ ଆତଙ୍କବାଦୀ ସୃଷ୍ଟି କରାଯାଉଛି। ସାରା ବିଶ୍ୱ ପାଇଁ ଆତଙ୍କ ସାଜିଥିବା ଏହି ଆତଙ୍କବଦୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଛି ଏହି ଟେରୋରିସ୍ତାନ (ପାକିସ୍ତାନ)। ଏପରି କଡା ଜବାବ ଜାତିସଂଘ (ୟୁଏନ୍‌)ରେ ଆଜି ଭାରତ ପକ୍ଷରୁ ପାକିସ୍ତାନକୁ ଦିଆଯାଇଛି। ଭାରତ ପକ୍ଷରୁ ଇନମ ଗମ୍ଭୀର ପାକିସ୍ତାନକୁ ଟେରୋରିସ୍ତାନ ଆଖ୍ୟା ଦେବା ସହ ଆତଙ୍କବାଦୀଙ୍କୁ ଏଠାରେ ସୁରକ୍ଷା […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 01:13 PM IST

ନ୍ୟୁୟର୍କ: ଆମ ପଡୋଶୀ ଏବେ ଆଉ ପାକିସ୍ତାନ ହୋଇ ରହିନାହିଁ। ଏହା ଟେରୋରିସ୍ତାନରେ ପରିଣତ ହୋଇଛି। ଏଠାରେ ଆତଙ୍କବାଦକୁ ସୁରକ୍ଷା ଦିଆଯାଉଛି। ନୂଆ ଆତଙ୍କବାଦୀ ସୃଷ୍ଟି କରାଯାଉଛି। ସାରା ବିଶ୍ୱ ପାଇଁ ଆତଙ୍କ ସାଜିଥିବା ଏହି ଆତଙ୍କବଦୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଛି ଏହି ଟେରୋରିସ୍ତାନ (ପାକିସ୍ତାନ)। ଏପରି କଡା ଜବାବ ଜାତିସଂଘ (ୟୁଏନ୍‌)ରେ ଆଜି ଭାରତ ପକ୍ଷରୁ ପାକିସ୍ତାନକୁ ଦିଆଯାଇଛି।

ଭାରତ ପକ୍ଷରୁ ଇନମ ଗମ୍ଭୀର ପାକିସ୍ତାନକୁ ଟେରୋରିସ୍ତାନ ଆଖ୍ୟା ଦେବା ସହ ଆତଙ୍କବାଦୀଙ୍କୁ ଏଠାରେ ସୁରକ୍ଷା ଦିଆଯାଉଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ଯେଉଁ ଦେଶ ଓସାମା ବିନ୍‌ ଲାଡାନ, ମୁଲ୍ଲା ଓମରଙ୍କୁ ନିଜ ଦେଶରେ ସୁରକ୍ଷା ଦେଉଛି, ହାପିଜ ସହିଦ ଭଳି ଆତଙ୍କବାଦୀ ପାକିସ୍ତାନରେ ବସି ଆତଙ୍କବାଦର କାରଖାନା ଚଳାଉଛି, ସେ ଦେଶ ନିଜକୁ ଆତଙ୍କବାଦ ପୀଡିତ କହିବା ହାସ୍ୟାସ୍ପଦ।

ଏହାସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଆବାସୀଙ୍କୁ ପାଲଟା ଆକ୍ରମଣ କରି ଭାରତ ପକ୍ଷରୁ କୁହାଯାଇଛି, କାଶ୍ମୀର ଭାରତର ଅବିଚ୍ଛିନ୍ନ ଅଙ୍ଗ ଓ ଏହା ଭାରତରେ ସବୁଦିନ ରହିବ, ପାକିସ୍ତାନ କୌଣସି ଭୁଲ ଧାରଣାରେ ନ ରହୁ। ପାକିସ୍ତାନ ଆତଙ୍କବାଦର ଗଡ଼ରେ ପରିଣତ ହୋଇଛି। ବିଶ୍ୱବାସୀଙ୍କୁ ମାନବାଧିକାରର ଜ୍ଞାନ ପାକିସ୍ତାନ ଦେବା ବନ୍ଦ କରୁ।

ଏହା ପୂର୍ବରୁ ୟୁଏନ୍‌ ମହାସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆବାସୀ ଭାରତ ଉପରେ ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଲଗାଇ ଥିଲେ। ସେ କହିଥିଲେ ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପରେ ଭାରତ ଲିପ୍ତ ଅଛି। ଏପରିକି ସେ ଚେତାବନୀ ଦେଇ କହିଥିଲେ, ଯଦି ଭାରତ ନିୟନ୍ତ୍ରଣ ରେଖା ପାର କରେ ତେବେ ଆମେ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତ ଅଛୁ।

ସେ କହିଥିଲେ କାଶ୍ମୀର ବିବାଦର ସମାଧାନ ଶୀଘ୍ର ହେବା ଦରକାର। ଭାରତ, ପାକିସ୍ତାନ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଇଚ୍ଛୁକ ନାହିଁ। ଏଥିପାଇଁ ଆମେ ସୁରକ୍ଷା ପରିଷଦକୁ ଜମ୍ମୁ-କାଶୀର ଉପରେ ଘୋଷଣା ପତ୍ର ଲାଗୁ କରିବାକୁ ଅନୁରୋଧ କରୁଛୁ। ସେ ଆହୁରି କହିଥିଲେ କାଶ୍ମୀର ଲାଗି ୟୁଏନ୍‌ ମହାସଭା ବିଶେଷ ଦୂତ ନିଯୁକ୍ତି କରିବା ଦରକାର।

Related story