ସ୍ୱାଧୀନତା ଦିବସରେ ପାକ୍‌ କରିପାରେ ହମ୍‌ଲା, ଏଲଓସିରେ ହାଇଆଲର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବ। କଶ୍ମୀରଠାରୁ କନ୍ୟା କୁମାରୀ ଯାଏ ସବୁଠି ଆସନ୍ତାକାଲି ତ୍ରିରଙ୍ଗା ଉଡ଼ିବ। ତେବେ ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ କଳା ଦିବସ ଭାବେ ପାଳନ କରିବାକୁ ଧମକ ଦେଇଥିବାରୁ ଏବେ ତା ପଟୁ ଆକ୍ରମଣର ଆଶଙ୍କା ବଢ଼ିଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କିମ୍ବା ପାକ୍‌ ସେନା ଆସନ୍ତାକାଲି ଆକ୍ରମଣ କରିବାର ଆଶଙ୍କା ଥିବାରୁ ଆଜି ଅନ୍ତର୍ଜାତୀୟ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ବିଶେଷ କରି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ […]

bffffffff

Hemant Lenka
  • Published: Wednesday, 14 August 2019
  • , Updated: 14 August 2019, 08:37 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବ। କଶ୍ମୀରଠାରୁ କନ୍ୟା କୁମାରୀ ଯାଏ ସବୁଠି ଆସନ୍ତାକାଲି ତ୍ରିରଙ୍ଗା ଉଡ଼ିବ। ତେବେ ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ କଳା ଦିବସ ଭାବେ ପାଳନ କରିବାକୁ ଧମକ ଦେଇଥିବାରୁ ଏବେ ତା ପଟୁ ଆକ୍ରମଣର ଆଶଙ୍କା ବଢ଼ିଛି।

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କିମ୍ବା ପାକ୍‌ ସେନା ଆସନ୍ତାକାଲି ଆକ୍ରମଣ କରିବାର ଆଶଙ୍କା ଥିବାରୁ ଆଜି ଅନ୍ତର୍ଜାତୀୟ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ବିଶେଷ କରି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କିମ୍ବା ପାକ୍‌ ସେନା ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଆଜି ଜମ୍ମୁରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ସହରର ଗଳିକନ୍ଦିରେ ଯାଞ୍ଚ କରାଯାଉଛି। ଏଲଓସିର ପାକିସ୍ତାନ ସୀମାରେ ଏବେ ଅନେକ ସନ୍ଦିଗ୍ଧ ଗତିବିଧି ଠାବ କରାଯାଇଛି। ତେଣୁ ଉଭୟ ସ୍ଥଳ ସେନା ଓ ବାୟୁସେନାକୁ ଏଲଓସି ଉପରେ ନଜର ରଖିବାକୁ କୁହାଯାଇଛି।

ସୀମା ନିକଟରେ ନିୟମିତ ପ୍ୟାଟ୍ରୋଲିଂ କରାଯିବା ସହ ବାୟୁସେନାର ଯୁଦ୍ଧ ବିମାନ ଉଡ଼ିବା ଆରମ୍ଭ କରିଛି। କେବଳ ଏଲଓସି ନୁହେଁ ଆନ୍ତର୍ଜାତିକ ସୀମା ନିକଟରେ ମଧ୍ୟ ବିଏସ୍‌ଏଫ୍‌ ଯବାନମାନଙ୍କୁ ହାଇଆଲର୍ଟରେ ରଖାଯାଇଛି।

ଜମ୍ମୁ ପୁଲିସ୍‌ ପକ୍ଷରୁ ସ୍ୱାଧୀନତା ଦିବସକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ା ଯାଇଛି। ଲୋକଙ୍କୁ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବ୍ୟକ୍ତିଙ୍କୁ ଦେଖିଲେ, ତୁରନ୍ତ ସୁରକ୍ଷାକର୍ମୀଙ୍କୁ ଖବର ଦେବାକୁ ପରାମର୍ଶ ଦିଆଯାଇଛି।

ରେଳ ସୁରକ୍ଷା ବଳ ପକ୍ଷରୁ ଉଦ୍ଧମପୁର, କଠୁଆ ଓ ଜମ୍ମୁର ବିଭିନ୍ନ ରେଳ ଷ୍ଟେସନରେ କଡ଼ା ଯାଞ୍ଚ କରାଯାଉଛି। କେବଳ ଜମ୍ମୁ ନୁହେଁ କଶ୍ମୀରରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଛଞ୍ଚାଣ ଆଖି ରହିଛି।

ଏହାବାଦ୍‌ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ବଡ଼ ସହରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଡଗ୍‌ ସ୍କ୍ୱାଡ୍‌ ସହ ସୁରକ୍ଷାକର୍ମୀମାନେ ବିଭିନ୍ନ ମଲ, ରେଳ ଷ୍ଟେସନ ଓ ବିମାନବନ୍ଦରରେ ଯାଞ୍ଚ କରୁଛନ୍ତି।

Related story