ହୁସିଆର! ଦେଶରେ ବଡ଼ ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ

ଶ୍ରୀନଗର: ଆଗକୁ ଅନେକ ପର୍ବପର୍ବାଣୀ ରହିଛି। ଏହି ସମୟରେ ସାମ୍ପ୍ରଦାୟିକ ବିଭାଜନ ପାଇଁ ଯୋଜନା ଚାଲିଛି। ଆଉ ଏହି ଯୋଜନା କରୁଛି ଶତ୍ରୁ ଦେଶ ପାକିସ୍ତାନ। ଏଥିସହ ଜମ୍ମୁ କଶ୍ମୀରରେ ହିନ୍ଦୁ ଧର୍ମାଲମ୍ୱୀ ଜନବସତି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛି। ଏ ନେଇ ଗୁଇନ୍ଦା ସୂଚନା ଦେଇଛି। ଆତଙ୍କବାଦୀ ସଂଗଠନ ଅଲ ବରଦର ଏବଂ ଜୈଶ-ଏ-ମହମ୍ମଦ ଏଥିପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛି। ପିଓକେର ମୁଜାଫରବାଦରେ ଏହି ଟ୍ରେନିଂ ଚାଲିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା […]

kashmir

Subhransu Sekhar
  • Published: Wednesday, 14 October 2020
  • , Updated: 14 October 2020, 10:53 AM IST

ଶ୍ରୀନଗର: ଆଗକୁ ଅନେକ ପର୍ବପର୍ବାଣୀ ରହିଛି। ଏହି ସମୟରେ ସାମ୍ପ୍ରଦାୟିକ ବିଭାଜନ ପାଇଁ ଯୋଜନା ଚାଲିଛି। ଆଉ ଏହି ଯୋଜନା କରୁଛି ଶତ୍ରୁ ଦେଶ ପାକିସ୍ତାନ। ଏଥିସହ ଜମ୍ମୁ କଶ୍ମୀରରେ ହିନ୍ଦୁ ଧର୍ମାଲମ୍ୱୀ ଜନବସତି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛି। ଏ ନେଇ ଗୁଇନ୍ଦା ସୂଚନା ଦେଇଛି।

ଆତଙ୍କବାଦୀ ସଂଗଠନ ଅଲ ବରଦର ଏବଂ ଜୈଶ-ଏ-ମହମ୍ମଦ ଏଥିପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛି। ପିଓକେର ମୁଜାଫରବାଦରେ ଏହି ଟ୍ରେନିଂ ଚାଲିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ବରିଷ୍ଠ ଅଧିକାରୀ ଆତଙ୍କୀ ହମଲା ପାଇଁ ଟ୍ରେନିଂ ଦେଉଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଚଳିତ ମାସରେ ଏଯାବତ ଭାରତୀୟ ସେନା ଦୁଇ ଥର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି। ଏଥିସହ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ଭାରତୀୟ ସେନା।

Related story