ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କଲା ଏପିଜି

ନୂଆଦିଲ୍ଲୀ: ଆସନ୍ତାମାସରେ ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ବୈଠକ ବସିବା ପୂର୍ବରୁ ପାକିସ୍ତାନକୁ ଝଟକା ଦେଇଛି ଏଫଏଟିଏଫର ଅନ୍ୟ ଏକ ସଂସ୍ଥା ଏସିଆ-ପ୍ରଶାନ୍ତ ସମୂହ(ଏପିଜି)। ପାକିସ୍ତାନ ଟେରର ଫଣ୍ଡି ମାମଲାରେ ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିପାରିନଥିବାରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି ଏପିଜି। ଟେରର ଫଣ୍ଡି ମାମଲାରେ ୪୦ଟିରୁ ୩୨ଟି ନିୟମ ପାକିସ୍ତାନ ପାଳନ କରିବାରେ ବିଫଳ ହୋଇଛି। ତେଣୁ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରି ଏପିଜେ କଳାତାଲିକା ଭୁକ୍ତ କରିଛି। ଅଷ୍ଟ୍ରେଲିଆର ରାଜଧାନୀ […]

imran khan

imran khan

Subhransu Sekhar
  • Published: Friday, 23 August 2019
  • Updated: 23 August 2019, 01:57 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାମାସରେ ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ବୈଠକ ବସିବା ପୂର୍ବରୁ ପାକିସ୍ତାନକୁ ଝଟକା ଦେଇଛି ଏଫଏଟିଏଫର ଅନ୍ୟ ଏକ ସଂସ୍ଥା ଏସିଆ-ପ୍ରଶାନ୍ତ ସମୂହ(ଏପିଜି)। ପାକିସ୍ତାନ ଟେରର ଫଣ୍ଡି ମାମଲାରେ ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିପାରିନଥିବାରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି ଏପିଜି। ଟେରର ଫଣ୍ଡି ମାମଲାରେ ୪୦ଟିରୁ ୩୨ଟି ନିୟମ ପାକିସ୍ତାନ ପାଳନ କରିବାରେ ବିଫଳ ହୋଇଛି। ତେଣୁ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରି ଏପିଜେ କଳାତାଲିକା ଭୁକ୍ତ କରିଛି।

ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ଏଫଟିଏଫ ଏପିଜିର ବୈଠକ ବସିଥିଲା। ଦୁଇ ଦିନ ଧରି ବସିଥିବା ଏହି ବୈଠକରେ ସାତ ଘଣ୍ଟା ପାଖାପାଖି ପାକିସ୍ତାନର ଟେରର ଫଣ୍ଡିଂ ମାମଲାରେ ଆଲୋଚନା ହୋଇଥିଲା। ହେଲେ ଏପିଜିର ୪୧ ଜଣିଆ ସଦସ୍ୟଙ୍କୁ ପାକିସ୍ତାନ ପକ୍ଷରୁ ଉପସ୍ଥିତ ଥିବା ୧୦ ଜଣିଆ ସଦସ୍ୟ ସନ୍ତୋଷ କରି ପାରିନଥିଲେ। ଏହାପରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯାଇଥିଲା।

ଗତ ବର୍ଷ ଟେରର ଫଣ୍ଡିଙ୍ଗ ଏବଂ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରି ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ 'ଗ୍ରେ' ଲିଷ୍ଟରେ ସାମିଲ କରିଥିଲା। ଏହାପରେ ଚଳିତ ଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବ୍ଲାକ ଲିଷ୍ଟ ବା କଳା ତାଲିକା ଭୁକ୍ତ କରିବ ବୋଲି ଜାନୁଆରୀରେ ପାକିସ୍ତାନକୁ ଏଫଏଟିଏଫ ଚେତାବନୀ ଦେଇଥିଲା।

ନିକଟରେ ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ୧ ଜୁଲାଇରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ବିରୋଧରେ ଜମି ବିବାଦକୁ ନେଇ ପାକିସ୍ତାନ ସରକାର ମାମଲା ଦାୟର କରିଥିଲା। ଯେଉଁଥିରେ କେବଳ ସଂଗଠନର ନାମ ରହିଛି ହେଲେ ଆତଙ୍କବାଦୀଙ୍କ ନାମ ଉଲ୍ଲେଖ ହୋଇନାହିଁ ବୋଲି ଉଲ୍ଲେଖ ରହିଥିଲା। ଯାହାକି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନ ଲୋକଦେଖାଣିଆ ଏଫଆଇଆର ଦାଖଲ କରିଥିଲା ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଅକ୍ଟୋବରରରେ ଏଫଟିଏଫର ବୈଠକ ବସିବ। ଏହା ପୂର୍ବରୁ ସେପ୍ଟମ୍ୱର ସୁଦ୍ଧା ଆତଙ୍କବାଦୀଙ୍କ ଫଣ୍ଡିଂ ଉପରେ କି ପଦକ୍ଷେପ ନେଇଛ ସେ ନେଇ ପାକିସ୍ତାନ ସରକାରକୁ ରିପୋର୍ଟ ମାଗିଥିଲା ଏଫଟିଏଫ୍। ଯେହେତୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଏଫଏଟିଏଫର ସହଯୋଗୀ ସଂସ୍ଥାକୁ ପାକିସ୍ତାନ ଟେରର ଫଣ୍ଡି ବାବଦରେ ସନ୍ତୁଷ୍ଟ କରିପାରି ନାହିଁ। ତେଣୁ ଅକ୍ଟୋବରରେ ହେବାକୁ ଥିବା ଏଫଏଟିଏଫର ବୈଠକରେ ମଧ୍ୟ ପାକିସ୍ତାନ ଏକ ପ୍ରକାର କଳାତାଲିକା ଭୁକ୍ତ ହେବା ଥୟ ବୋଲି ଅନୁମାନ କରାଯାଉଛି। ପାକିସ୍ତାନ କଳା ତାଲିକା ଭୁକ୍ତ ହେବାପରେ ବିଦେଶରେ ଏବଂ ନିଜ ଦେଶରେ ନାନା ଆର୍ଥିକ ମାମଲାରେ ଫସିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story