ଜୁନ୍ ୨୯ରୁ ଖୋଲିବ କର୍ତ୍ତାରପୁର କରିଡର

ଇସଲାମାବାଦ: ଶିଖ ଧର୍ମାଲମ୍ୱୀଙ୍କ ତୀର୍ଥ କ୍ଷେତ୍ର କର୍ତ୍ତାରପୁର ସାହିବ କରିଡର ଖୋଲିବ। ଏ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। କରୋନା ଭାଇରସ୍ ପାଇଁ ଏହି ତୀର୍ଥକ୍ଷେତ୍ର ବନ୍ଦ ରହିଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ଶନିବାର ଟୁଇଟ୍ କରି ଲେଖିଛନ୍ତି, ‘ସାରା ବିଶ୍ୱରେ ଧାର୍ମିକ ସ୍ଥାନ ଖୋଲିବାକୁ ଯାଉଛି। ଏହାକୁ ନଜରରେ ରଖି ପାକିସ୍ତାନ ଶିଖ ଧର୍ମାଲମ୍ୱୀଙ୍କ ପାଇଁ କର୍ତ୍ତାରପୁର ସାହିବ କରିଡର ଖୋଲିବାକୁ ପ୍ରସ୍ତୁତ ହେଉଛି। ୨୯ […]

kartarpur

Subhransu Sekhar
  • Published: Saturday, 27 June 2020
  • , Updated: 27 June 2020, 06:17 PM IST

ଇସଲାମାବାଦ: ଶିଖ ଧର୍ମାଲମ୍ୱୀଙ୍କ ତୀର୍ଥ କ୍ଷେତ୍ର କର୍ତ୍ତାରପୁର ସାହିବ କରିଡର ଖୋଲିବ। ଏ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। କରୋନା ଭାଇରସ୍ ପାଇଁ ଏହି ତୀର୍ଥକ୍ଷେତ୍ର ବନ୍ଦ ରହିଥିଲା।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ଶନିବାର ଟୁଇଟ୍ କରି ଲେଖିଛନ୍ତି, 'ସାରା ବିଶ୍ୱରେ ଧାର୍ମିକ ସ୍ଥାନ ଖୋଲିବାକୁ ଯାଉଛି। ଏହାକୁ ନଜରରେ ରଖି ପାକିସ୍ତାନ ଶିଖ ଧର୍ମାଲମ୍ୱୀଙ୍କ ପାଇଁ କର୍ତ୍ତାରପୁର ସାହିବ କରିଡର ଖୋଲିବାକୁ ପ୍ରସ୍ତୁତ ହେଉଛି। ୨୯ ଜୁନ୍ ୨୦୨୦ ମହାରାଜା ରଣଜିତ୍ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ ରହିଛି। ତେଣୁ ଏହି ଅବସରରେ କରିଡର ଖୋଲିବାକୁ ପ୍ରସ୍ତୁତି ଚାଲିଛି। ଏ ନେଇ ଭାରତୀୟ ପକ୍ଷକୁ ମଧ୍ୟ ଅବଗତ କରାଯାଉଛି'।

https://twitter.com/SMQureshiPTI/status/1276742289180811264

ଏହା ପୂର୍ବରୁ ୯ ନଭେମ୍ବର ୨୦୧୯ରେ ପାକିସ୍ତାନର କର୍ତ୍ତାରପୁର କରିଡର ଖୋଲିଥିଲା। ପଞ୍ଜାବର ଡେରା ବାବା ନାନକ ସହିତ କର୍ତ୍ତାରପୁର ଦାରବ ସାହେବ ସହିତ ସଂଯୁକ୍ତ। ଦୀର୍ଘ ଦିନ ଧରି ଶିଖମାନେ କର୍ତ୍ତାରପୁର କରିଡର ଖୋଲିବାକୁ ଦାବି କରୁଥିଲେ। ଯାହାଫଳରେ ତୀର୍ଥଯାତ୍ରୀମାନେ ଦାରବ ସାହେବ ଦର୍ଶନ କରିପାରିବେ।

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ୧୫୨୨ ମସିହାରେ କରତାପପୁର ଗସ୍ତରେ ଯାଇ ଜୀବନର ଶେଷ ୧୮ ବର୍ଷ ଏଠାରେ ବିତାଇଥିଲେ। ବିଶ୍ୱାସ କରାଯାଏ ଯେ, ଯେଉଁ ସ୍ଥାନରେ ଗୁରୁ ନାନକଙ୍କର କର୍ତ୍ତାରପୁରରେ ମୃତ୍ୟୁ ହୋଇଥିଲା, ସେହିଠାରେ ଗୁରୁଦ୍ୱାର ନିର୍ମାଣ କରାଯାଇଛି।

Related story