ପୁଲୱାମା ହମ୍‌ଲାର ପ୍ରମାଣକୁ ଫାଙ୍କିଲା ପାକିସ୍ତାନ

ଇସ୍‌ଲାମାବାଦ: ଯାହା ଆଶା କରାଯାଉଥିଲା ସେୟା ହେଲା। ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଓ ମାସୁଦ ଆଝାରର ହାତ ଥିବା ପ୍ରମାଣ ସମ୍ବଳିତ ଦସ୍ତାବିଜ୍ ଭାରତ ସରକାର ଦେଇଥିଲେ ହେଁ ଏହାକୁ ଇସ୍‌ଲାମାବାଦ୍‌ ଫାଙ୍କି ଦେଇଛି। ଏଥିସହ ଭାରତ ଦେଇଥିବା ପ୍ରମାଣ ଯଥେଷ୍ଟ ନୁହେଁ ଏବଂ ଜୈଶ ବିରୋଧରେ ଭାରତ ସରକାର ଅଧିକ ପ୍ରମାଣ ଦେବା ଦରକାର ବୋଲି ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନ ସରକାରଙ୍କ ଏଭଳି ଆଭିମୁଖ୍ୟ ଇମ୍ରାନ୍‌ ଖାନ୍‌ ସରକାରଙ୍କ ଅସଲ […]

uu

uu

Hemant Lenka
  • Published: Wednesday, 27 March 2019
  • Updated: 27 March 2019, 09:30 PM IST

Sports

Latest News

ଇସ୍‌ଲାମାବାଦ: ଯାହା ଆଶା କରାଯାଉଥିଲା ସେୟା ହେଲା। ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଓ ମାସୁଦ ଆଝାରର ହାତ ଥିବା ପ୍ରମାଣ ସମ୍ବଳିତ ଦସ୍ତାବିଜ୍ ଭାରତ ସରକାର ଦେଇଥିଲେ ହେଁ ଏହାକୁ ଇସ୍‌ଲାମାବାଦ୍‌ ଫାଙ୍କି ଦେଇଛି। ଏଥିସହ ଭାରତ ଦେଇଥିବା ପ୍ରମାଣ ଯଥେଷ୍ଟ ନୁହେଁ ଏବଂ ଜୈଶ ବିରୋଧରେ ଭାରତ ସରକାର ଅଧିକ ପ୍ରମାଣ ଦେବା ଦରକାର ବୋଲି ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନ ସରକାରଙ୍କ ଏଭଳି ଆଭିମୁଖ୍ୟ ଇମ୍ରାନ୍‌ ଖାନ୍‌ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି।

ପାକ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ସେଠାରେ ଅବସ୍ଥିତ ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ଡକା ଯାଇଥିଲା। ଏହି ସମୟରେ ପାକ୍‌ ବୈଦେଶିକ ସଚିବ ତେହମନି ଜଞ୍ଜୁଆ ତାଙ୍କ ସହ ପୁଲୱାମା ହମ୍‌ଲରେ ପ୍ରାଥମିକ ତଦନ୍ତ ରିପୋର୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଶ୍ରୀ ଜଞ୍ଜୁଆ ବେଶ ହାଲୁକା ଭାବେ ପୁଲୱାମା ଆତଙ୍କୀ ଆକ୍ରମଣ ଏକ ଘଟଣା ବୋଲି  କହି ଭାରତର ସମସ୍ତ ପ୍ରମାଣକୁ ଫାଙ୍କି ଦେଇଥିଲେ। ଏଥିସହ ସେ ଜୈଶ ବିରୋଧରେ ଅଧିକ ପ୍ରମାଣ ଦେବାକୁ ଶ୍ରୀ ବିସାରିଆଙ୍କୁ କହିଥିଲେ। ପୁଲୱାମା ହମ୍‌ଲା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।

ଫେବୃଆରୀ ୨୭ରେ ଭାରତରେ ଅବସ୍ଥାପିତ ପାକ୍‌ର ଆକ୍ଟିଂ ହାଇକମିଶନରଙ୍କୁ ନୂଆଦିଲ୍ଲୀ ପକ୍ଷରୁ ପୁଲୱାମା ଆତଙ୍କବାଦୀ ହମ୍‌ଲାର ଦସ୍ତାବିଜ୍‌ ଦିଆଯାଇଥିଲା। ଏଥିରେ ଜୈଶର ହାତ ଥିବା ସମସ୍ତ ତଥ୍ୟ ରହିଥିଲା। ପୁଲୱାମା ହମ୍‌ଲା ପରେ ଜୈଶ ହିଁ ଏଥିପାଇଁ ନିଜକୁ ଦାୟୀ କରିଥିଲା। ତଥାପି ପାକିସ୍ତାନ ଏହାକୁ ଗ୍ରହଣ କରିନାହିଁ।

ପାକ୍‌ ସରକାରଙ୍କ ପକ୍ଷରୁ ଆଜି କୁହାଯାଇଛି ଯେ “ପୁଲୱାମା ହମ୍‌ଲାର ତଦନ୍ତ ଆଗକୁ ନେବା ପାଇଁ ଆଜି ଆମେ ଭାରତକୁ ଅଧିକ ପ୍ରମାଣ ମାଗିଛୁ। ଉପଯୁକ୍ତ ପ୍ରମାଣ ମିଳିଲେ ଆମେ ନିଶ୍ଚିତ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏକଥା ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ  କହିଥିଲେ। ଆମେ ଭାରତକୁ ଏଥିରେ ପୂର୍ଣ୍ଣ ସହଯୋଗ କରିବୁ।”

ତେବେ ପାକିସ୍ତାନ ପୁଲୱାମା ଘଟଣାର ଅଧିକ କି ପ୍ରମାଣ ଚାହୁଁଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story