ଇସ୍ଲାମାବାଦ୍: ପାକିସ୍ତାନର ଆତଙ୍କବାଦକୁ ସମର୍ଥନ ନେଇ ଚିରାଚରିତ ଶୈଲୀରେ ଟାର୍ଗେଟ୍ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେ କହିଛନ୍ତି ପାକିସ୍ତାନ ମାଟିରୁ ପରିଚାଳିତ ଆତଙ୍କବାଦ ବନ୍ଦ କରିବା ପାଇଁ ଏହି ଦେଶ ସହଯୋଗର ବାସ୍ତବ ଇଚ୍ଛାଶକ୍ତି ଦେଖାଇଲେ ଯାଇ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିପାରିବ ବୋଲି କହିପାରିଛନ୍ତି।
ଏକ ଫ୍ରେଞ୍ଚ ଖବରକାଗଜକୁ ସାକ୍ଷାତକାରରେ ସେ କହିଛନ୍ତି, ଉଭୟ ଭାରତ ଏବଂ ଚାଇନାର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ସହ ସୁସମ୍ପର୍କ ରଖିବା ଏବଂ ଏକ ସମବେତ ବିଶ୍ୱ ନିର୍ମାଣ କରିବା।
ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ‘ଶୂନର ନିକଟତର’ ମନ୍ତବ୍ୟ ବାବଦରେ ସେ କହିଥିଲେ, ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦ କାରଖାନା ବିକଶିତ କରିଛି ଏବଂ ଭାରତକୁ ଆକ୍ରମଣ ପାଇଁ ଆତଙ୍କବାଦୀ ପଠାଉଛି। ପାକିସ୍ତାନ ନିଜେ ମଧ୍ୟ ଏହାକୁ ଅସ୍ୱୀକାର କରିପାରୁ ନାହିଁ। ଏବେ କୁହନ୍ତୁ କେଉଁ ସରକାର ଆଲୋଚନା ପାଇଁ ଇଛା କରିବ ଏବଂ ଏଭଳି ଏକ ପଡ଼ୋଶୀ ସହ ମୂଲ ଚାଲ କରିବ ଯାହାକି ଖୋଲାଖୋଲି ଆତଙ୍କବାଦକୁ ସମର୍ଥନ ଜଣାଉଛି।
ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଦିନରୁ ପ୍ରଭାବିତ ହୋଇଥିବାବେଳେ ପାକିସ୍ତାନକୁ ସହଯୋଗ କରିବାର ବାସ୍ତବ ଇଛାଶକ୍ତି ଦେଖାଇବାକୁ ହେବ। ଭାରତରେ ୱାଣ୍ଟେଡ୍ ଘୋଷିତ ଆତଙ୍କବାଦୀ ପାକିସ୍ତାନରେ ରହୁଛନ୍ତି। ଆମେ କହୁଛୁ ସେମାନଙ୍କୁ ଆମକୁ ହସ୍ତାନ୍ତର କର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।