ଗୁଲାଲାଇଙ୍କୁ କାହିଁକି ଖୋଜୁଛି ପାକିସ୍ତାନୀ ସେନା?

ଇସଲାମାବାଦ: କଶ୍ମୀରରେ ମାନବାଧିକାର କ୍ଷୁଣ୍ଣ ହେଉଛି ବୋଲି ଜାତିସଂଘରେ ଗର୍ଜନ କରି ବିଫଳ ହୋଇଛି ପାକିସ୍ତାନ। ହେଲେ ନିଜ ଦେଶରେ ହେଉଥିବା ଆତଙ୍କବାଦ ଏବଂ ମାନବାଧିକାର କ୍ଷୁଣ୍ଣ ବାବଦରେ ଯିଏ କହୁଛି ତାଙ୍କ ବିରୋଧରେ ପାକିସ୍ତାନ ସେନାର କାର୍ଯ୍ୟଧାରା ଏବେ ସାମ୍ନାକୁ ଆସିଛି। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଥିବା ଗୁଲାଲାଇ ଇସ୍‌ମାଇଲ୍‌ ମାନବାଧିକାର କ୍ଷୁଣ୍ଣ ବାବଦରେ ସ୍ୱର ଉତ୍ତୋଳନ କରନ୍ତି। ନିକଟରେ ସେ ଜୀବନ ଭୟରେ ଆମେରିକା ପଳାଇ ରାଜନୀତିକ ଶରଣ ପଶିଛନ୍ତି। ଗୁରୁବାର […]

gulali activist

gulali activist

Subhransu Sekhar
  • Published: Saturday, 19 October 2019
  • Updated: 20 October 2019, 10:20 AM IST

ଇସଲାମାବାଦ: କଶ୍ମୀରରେ ମାନବାଧିକାର କ୍ଷୁଣ୍ଣ ହେଉଛି ବୋଲି ଜାତିସଂଘରେ ଗର୍ଜନ କରି ବିଫଳ ହୋଇଛି ପାକିସ୍ତାନ। ହେଲେ ନିଜ ଦେଶରେ ହେଉଥିବା ଆତଙ୍କବାଦ ଏବଂ ମାନବାଧିକାର କ୍ଷୁଣ୍ଣ ବାବଦରେ ଯିଏ କହୁଛି ତାଙ୍କ ବିରୋଧରେ ପାକିସ୍ତାନ ସେନାର କାର୍ଯ୍ୟଧାରା ଏବେ ସାମ୍ନାକୁ ଆସିଛି। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଥିବା ଗୁଲାଲାଇ ଇସ୍‌ମାଇଲ୍‌ ମାନବାଧିକାର କ୍ଷୁଣ୍ଣ ବାବଦରେ ସ୍ୱର ଉତ୍ତୋଳନ କରନ୍ତି। ନିକଟରେ ସେ ଜୀବନ ଭୟରେ ଆମେରିକା ପଳାଇ ରାଜନୀତିକ ଶରଣ ପଶିଛନ୍ତି। ଗୁରୁବାର ରାତିରେ କିନ୍ତୁ ଇସଲାମାବାଦ ସ୍ଥିତ ତାଙ୍କ ଘରେ ପଶିବାକୁ ଚେଷ୍ଟା କରିଛନ୍ତି ପାକିସ୍ତାନୀ ଯବାନ।

ଗୁଲାଲାଇ ଇସ୍‌ମାଇଲ୍‌ଙ୍କ ଘରେ ତାଙ୍କର ବୁଢ଼ା ବାପା ମାଆ ରହୁଛନ୍ତି। ପାକିସ୍ତାନ ଯବାନ ମାନେ ଆସି ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ଗୁଲାଲାଇଙ୍କ ବାପା ମହମ୍ମଦ କହିଥିଲେ ଆପଣମାନେ ସାଧା ପୋଷାକରେ ଅସ୍ତ୍ରଶସ୍ତ୍ର ଧରି ଆସିଛନ୍ତି, ତେଣୁ ମୁଁ ଏବେ କଥା ହୋଇପାରିବି ନାହିଁ। ଯେଉଁମାନେ ଦେଶରେ ହେଉଥିବା ମାନବାଧିକାର କ୍ଷୁଣ୍ଣ ବାବଦରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରାଯାଇ ସ୍ୱର ନରମ କରିବାକୁ ପାକିସ୍ତାନ ସରକାର ଚେଷ୍ଟା କରୁଥିବା ଜଣାପଡ଼ିଛି। ଏମିତିକି ଯିଏ ସ୍ୱର ନରମ ନକରିବ ତାଙ୍କ ଘରେ ରେଡ୍ କରି ଆତଙ୍କବାଦ ମାମଲା ଦାୟର କରିଥାଏ ପ୍ରଶାସନ ବୋଲି ଜଣାପଡ଼ିଛି।

[caption id="attachment_449561" align="aligncenter" width="750"] ଗୁଲାଲାଇ ଇସ୍‌ମାଇଲ୍‌ଙ୍କ ବାପା ମହମ୍ମଦ[/caption]

ଗୁଲାଲାଇଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଫେସର। ଝିଅ ଗୁଲାଲାଇ ଇସ୍‌ମାଇଲ୍‌ଙ୍କ ପାଖରୁ ଟଙ୍କା ଆଣି ସେ ଆତଙ୍କବାଦୀଙ୍କୁ ଯୋଗାଉଛନ୍ତି ବୋଲି ପାକିସ୍ତାନ ସରକାର ତାଙ୍କ ବିରୋଧରେ ଆତଙ୍କବାଦ ମାମଲା ଦାୟର କରିଛି। ଏବେ ସେ ଜାମିନରେ ଅଛନ୍ତି। ତାଙ୍କ ବିରୋଧରେ ପାକିସ୍ତାନ ସେନା ଏବଂ ସରକାର ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଭିତ୍ତିହୀନ ବୋଲି ମହମ୍ମଦ କହିଛନ୍ତି। ଗତ ମାସରେ ପାକିସ୍ତାନ ସେନା ଏବଂ ଗୁଇନ୍ଦା ଅଧିକାରୀ ତାଙ୍କ ଝିଅ ଗୁଲାଲାଇଙ୍କୁ ଟାର୍ଗେଟ କରିବା ପରେ ସେ ଆମେରିକା ପଳାଇଛି ବୋଲି ଖବର ସରବହାର ସଂସ୍ଥା ଆସୋସିଏଟେଡ ପ୍ରେସକୁ କହିଛନ୍ତି ମହମ୍ମଦ।

ଗୁଲାଲାଇ ଇସ୍‌ମାଇଲ୍‌ଙ୍କ ପରିବାର ପଶତୁନ ମୁଭମେଣ୍ଟ (ପିଟିଏମ)କୁ ସମର୍ଥନ କରନ୍ତି। ସେନାର ମାନବ ବିରୋଧୀ କାର୍ଯ୍ୟଧାରା, ଓ୍ୱଜିରସ୍ତାନରେ ଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେବା, ସୀମାରେ ରହୁଥିବା ଲୋକଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥାଏ ଏହି ପିଟିଏମ। ଗୁଲାଲାଇ ପିଟିଏମକୁ ସମର୍ଥନ କରିବାରୁ ପ୍ରଶାସନ ଦ୍ୱାରା ଗିରଫ ହୋଇଥିଲେ ବୋଲି ତାଙ୍କ ବାପା ମହମ୍ମଦ କହିଛନ୍ତି।

ସେହିପରି ଓ୍ୱଜିରସ୍ତାନର ଜଣେ ମହିଳା ସାମାଜିକ କର୍ମୀ ଏବଂ ନେତା ବୁଶରା ଗୋହର କହିଛନ୍ତି, ଅନେକ ମହିଳା ଏବଂ ଛୋଟ ଝିଅ ସୁରକ୍ଷା ଅଧିକାରୀଙ୍କ ଯୌନ ଶୋଷଣର ଶିକାର ହେଉଛନ୍ତି। ତେବେ ପାକିସ୍ତାନ ସେନାର ମୁଖପାତ୍ର ଘୋଫୋର ଏଭଳି ଅଭିଯୋଗକୁ ଖାରଜ କରିଛନ୍ତି।

ସୂଚନାଯୋଗ୍ୟ, ଗତମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘରେ ଅଭିଭାଷଣ ରଖୁଥିଲେ। ଏହି ସମୟରେ ଜାତିସଂଘ କାର୍ଯ୍ୟାଳୟ ବାହାରେ ଗୁଲାଲାଇଙ୍କ ସହ ମୁହାଜିର, ପାସ୍ତୁନ୍‌, ବଲୋଚି, ସିନ୍ଧି ଏବଂ ଅନ୍ୟ ବେଶ୍‌ କିଛି ସଂଖ୍ୟାଲଘୁ ଯୋଗ ଦେଇ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story