ଆତଙ୍କୀ ହାଫିଜ ଉପରେ ପଞ୍ଝା କଷିଲା ପାକିସ୍ତାନ

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ଉପରେ ପଞ୍ଝା କଷିବାକୁ ଉଦ୍ୟମ କରିଛି। ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ଟେରର ଫାଇନାନ୍ସିଂ ମାମଲା ରୁଜୁ କରିଛନ୍ତି। ପୁଲିସ କହିଛି ହାଫିଜ ଓ ତା’ର ୧୨ ସହଯୋଗ ଖୁବ୍‌ଶୀଘ୍ର ଗିରଫ […]

s

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 04:14 PM IST

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ଉପରେ ପଞ୍ଝା କଷିବାକୁ ଉଦ୍ୟମ କରିଛି। ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ଟେରର ଫାଇନାନ୍ସିଂ ମାମଲା ରୁଜୁ କରିଛନ୍ତି। ପୁଲିସ କହିଛି ହାଫିଜ ଓ ତା’ର ୧୨ ସହଯୋଗ ଖୁବ୍‌ଶୀଘ୍ର ଗିରଫ ହେବେ।

ପାକିସ୍ତାନର ଆତଙ୍କ ନିରୋଧୀ ବିଭାଗର ମୁଖପାତ୍ର କହିଛନ୍ତି, ହାଫିଜ ଓ ତା’ର ସହଯୋଗୀମାନଙ୍କ ନାଁରେ ଲାହୋର, ଗୁରଞ୍ଜନୱାଲା ଓ ମୁଲତାନରେ ମାମଲା ରୁଜୁ ହୋଇଛି। ଏମାନେ ଟ୍ରଷ୍ଟ ଓ ଏନ୍‌ଜିଓ ନାଁରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରୁଥିବାରୁ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଜୁଲାଇ ୧ ଓ ୨ ତାରିଖରେ ବିଭାଗ ପକ୍ଷରୁ ଜାମାତ ଉଦ୍‌-ଦାୱା(ଜେୟୁଡି), ଲସ୍କର-ଏ-ତୋଏବା ଓ ଫଲାହା-ଇ-ଇନସାନିୟତ ଫାଉଣ୍ଡେସନର ନେତାମାନଙ୍କ ନାଁରେ ୨୩ଟି ମାମଲା ରୁଜୁ କରିଛି। ଏହି ସଂଗଠନ ଗୁଡ଼ିକ ଦାୱତ-ଉଲ–ଇର୍ସାଦ ଟ୍ରଷ୍ଟ, ମୁଆଜ-ବିନ୍‌-ଜାବାଲ ଟ୍ରଷ୍ଟ, ଅଲ-ଆନଫଲ ଟ୍ରଷ୍ଟ, ଅଲ-ହମଦ ଟ୍ରଷ୍ଟ ଓ ଅଲ-ମଦିନା ଫାଉଣ୍ଡେସନ ଟ୍ରଷ୍ଟ ନାଁରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ କରୁଥିଲେ।

ଏମାନେ ଟ୍ରଷ୍ଟ ନାଁରେ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ଠାରୁ ପାଣ୍ଠି ସଂଗ୍ରହ କରୁଥିଲେ। ଏହାପରେ ଏହାକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିଲେ। ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିଚାର ଆତଙ୍କବାଦ ନିରୋଧ କୋର୍ଟରେ କରାଯିବ। ଏହି ସଂଗଠନ ଗୁଡ଼ିକର ମାଲିକାନାରେ ଥିବା ସମ୍ପତ୍ତିଗୁଡ଼ିକୁ ସରକାର ଜବତ କରିସାରିଛନ୍ତି।

ହାଫିଜ୍‌ ସୟିଦ, ଅବଦୁଲ ରେହମାନ ମକ୍କି, ମଲିକ ଜାଫର ଇକବାଲ, ଆମୀର ହାମଜା, ମହମ୍ମଦ ୟାହା ଅଜିଜ, ମହମ୍ମଦ ନୈମ, ମୋହଶିନ ବିଲାଲ, ଅବଦୁଲ ରକୀବ, ଡା.ଅହମ୍ମଦ ଦାଉଦ, ଡା.ମହମ୍ମଦ ଆୟୁବ, ଅବଦୁଲ୍ଲା ଉବାଇଡ୍‌, ମହମ୍ମଦ ଅଲୀ ଓ ଅବଦୁଲ ଗଫର ଭଳି ବ୍ୟକ୍ତି ବିଶେଷଙ୍କ ନାଁରେ ମାମଲା ରୁଜୁ ହୋଇଛି।

ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବାରୁ ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ ଇସ୍‌ଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଛି।

Related story