ଏହି ବିଶ୍ୱ ବିଦ୍ୟାଳୟରେ ପୁଅ-ଝିଅ ଏକାଠି ବୁଲିପାରିବେ ନାହିଁ

ଇସଲାମାବାଦ: କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ସ୍ଥାପନ ପାଇଁ ବିଭିନ୍ନ ପ୍ରକାରର ନିର୍ଦ୍ଦେଶନାମା ଜାରି ହୁଏ। ତେବେ ପାକିସ୍ତାନର ଖାଇବର-ପାଖତୁନଖ୍ୱା ଅନ୍ତର୍ଗତ ଚରସାଦ୍ଦା ସ୍ଥିତ ଏକ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାରି କରିଥିବା ସର୍କୁଲା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଥିବା ବଚା ଖାନ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁଥିରେ କ୍ୟାମ୍ପସ ମଧ୍ୟରେ ପୁଅ-ଝିଅ ଏକାଠି ବୁଲି ପାରିବେ ନାହିଁ ବୋଲି କୁହାଯାଇଛି। ପୁଅ-ଝିଅ କ୍ୟାମ୍ପସ ମଧ୍ୟରେ […]

b

Hemant Lenka
  • Published: Thursday, 26 September 2019
  • , Updated: 26 September 2019, 09:17 PM IST

ଇସଲାମାବାଦ: କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ସ୍ଥାପନ ପାଇଁ ବିଭିନ୍ନ ପ୍ରକାରର ନିର୍ଦ୍ଦେଶନାମା ଜାରି ହୁଏ। ତେବେ ପାକିସ୍ତାନର ଖାଇବର-ପାଖତୁନଖ୍ୱା ଅନ୍ତର୍ଗତ ଚରସାଦ୍ଦା ସ୍ଥିତ ଏକ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାରି କରିଥିବା ସର୍କୁଲା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଥିବା ବଚା ଖାନ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁଥିରେ କ୍ୟାମ୍ପସ ମଧ୍ୟରେ ପୁଅ-ଝିଅ ଏକାଠି ବୁଲି ପାରିବେ ନାହିଁ ବୋଲି କୁହାଯାଇଛି। ପୁଅ-ଝିଅ କ୍ୟାମ୍ପସ ମଧ୍ୟରେ ବୁଲିଲେ ଏହା ଇସଲାମ ବିରୋଧୀ ଏବଂ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଛି।

ସର୍କୁଲାରେ କୁହାଯାଇଛି, ବିଶ୍ୱ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଅବଗତ ନିମନ୍ତେ ଜଣାଇ ଦିଆଯାଉଛି ଯେ ଅନେକ ସମୟରେ କ୍ୟାମ୍ପସ ମଧ୍ୟରେ ବେଆଇନ୍ କାର୍ଯ୍ୟ ହେଉଥିବା ଖବର ଆସୁଛି। କ୍ୟାମ୍ପସରେ କୌଣସି ପ୍ରକାରର ଅପ ସଂସ୍କୃତି ଓ ଇସଲାମ ବିରୋଧୀ କାର୍ଯ୍ୟକଳାପକୁ ଗ୍ରହଣ କରାଯିବ ନାହିଁ।

କ୍ୟାମ୍ପସ ମଧ୍ୟରେ ଛାତ୍ର ଓ ଛାତ୍ରୀମାନେ ଆଦୌ ଏକାଠି ବୁଲି ପାରିବେ ନାହିଁ। ଯଦି କ୍ୟାମ୍ପସ ମଧ୍ୟରେ କୌଣସି ପୁଅ ଓ ଝିଅଙ୍କୁ ଏକାଠି ବୁଲୁଥିବା ଦେଖିବାକୁ ମିଳେ, ତା’ହେଲେ ଏ ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଯିବ। ଖାଲି ସେତିକି ନୁହେଁ, ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଭଳି ସର୍କୁଲା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଅନେକ ଲୋକ ନାପସନ୍ଦ

Related story