ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

କଠୁଆ: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର କଠୁଆ ହୀରା ନଗରଠାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସର ଯବାନ ଏଭଳି ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ପାକିସ୍ତାନର ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ଜନବସତି ମଧ୍ୟ ଟାର୍ଗେଟ୍‌କୁ ଆସିଛି। ସୋମବାର ମଧ୍ୟ ଏଭଳି ଅସ୍ତ୍ରବିରତି ଦେଖାଯାଇଥିଲା। ଏଥିରେ କଠୁଆଠାରେ ଅନ୍ତର୍ଜାତୀୟ ସୀମାରେ ଫରୱାର୍ଡ ପୋଷ୍ଟକୁ ଟାର୍ଗେଟ୍‌ କରି ଗୁଳି ବର୍ଷଣ କରାଯାଇଥିଲା। ତେବେ ସୋମବାର କେହି ମୃତାହତ ହୋଇନଥିଲେ।

army

Subrat Kumar Nayak
  • Published: Wednesday, 06 November 2019
  • , Updated: 06 November 2019, 09:39 PM IST

କଠୁଆ: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର କଠୁଆ ହୀରା ନଗରଠାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସର ଯବାନ ଏଭଳି ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ପାକିସ୍ତାନର ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ଜନବସତି ମଧ୍ୟ ଟାର୍ଗେଟ୍‌କୁ ଆସିଛି।

ସୋମବାର ମଧ୍ୟ ଏଭଳି ଅସ୍ତ୍ରବିରତି ଦେଖାଯାଇଥିଲା। ଏଥିରେ କଠୁଆଠାରେ ଅନ୍ତର୍ଜାତୀୟ ସୀମାରେ ଫରୱାର୍ଡ ପୋଷ୍ଟକୁ ଟାର୍ଗେଟ୍‌ କରି ଗୁଳି ବର୍ଷଣ କରାଯାଇଥିଲା। ତେବେ ସୋମବାର କେହି ମୃତାହତ ହୋଇନଥିଲେ।

Related story