କଶ୍ମୀର ପ୍ରସଙ୍ଗରେ ଗାଲେଇଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଆଜି ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ନିଜ ଦେଶର ପ୍ରସଙ୍ଗ ଭୁଲି କଶ୍ମୀର ପ୍ରସଙ୍ଗରେ ପୁଣି ଗାଲେଇଛି। ଆଜି ତାର ସ୍ୱାଧୀନତା ଦିବସକୁ ପାକିସ୍ତାନ ‘କଶ୍ମୀର ଏକତା ଦିବସ’ ଭାବେ ପାଳନ କରିଛି। ଏହି ଅବସରରେ ପାକିସ୍ତାନ ସରକାର ଏକ ସ୍ୱତନ୍ତ୍ର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି। ଇସଲାମାବାଦରେ ଆଜି ପତାକା ଉତ୍ତୋଳନ କରିବା ଅବସରରେ ପାକିସ୍ତାନ ରାଷ୍ଟ୍ରପତି ଡକ୍ଟର ଅରିଫ୍ ଅଲଭି କହିଛନ୍ତି ପାକିସ୍ତାନ ସବୁବେଳେ କଶ୍ମୀରବାସୀଙ୍କ ସହିତ ରହିଛି […]

PAK PREZ ALVI

Subhransu Sekhar
  • Published: Wednesday, 14 August 2019
  • , Updated: 14 August 2019, 11:49 AM IST

ଇସଲାମାବାଦ: ପାକିସ୍ତାନ ଆଜି ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ନିଜ ଦେଶର ପ୍ରସଙ୍ଗ ଭୁଲି କଶ୍ମୀର ପ୍ରସଙ୍ଗରେ ପୁଣି ଗାଲେଇଛି। ଆଜି ତାର ସ୍ୱାଧୀନତା ଦିବସକୁ ପାକିସ୍ତାନ ‘କଶ୍ମୀର ଏକତା ଦିବସ’ ଭାବେ ପାଳନ କରିଛି। ଏହି ଅବସରରେ ପାକିସ୍ତାନ ସରକାର ଏକ ସ୍ୱତନ୍ତ୍ର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି।

ଇସଲାମାବାଦରେ ଆଜି ପତାକା ଉତ୍ତୋଳନ କରିବା ଅବସରରେ ପାକିସ୍ତାନ ରାଷ୍ଟ୍ରପତି ଡକ୍ଟର ଅରିଫ୍ ଅଲଭି କହିଛନ୍ତି ପାକିସ୍ତାନ ସବୁବେଳେ କଶ୍ମୀରବାସୀଙ୍କ ସହିତ ରହିଛି ଓ ରହିବ ମଧ୍ୟ। ସେ ଆହୁରି କହିଛନ୍ତି ‘ଆଜି ସାରା ଦୁନିଆ ଦେଖୁଛି କଶ୍ମୀର ଭାଇ ଭଉଣୀଙ୍କ ସହ ପାକିସ୍ତାନ ରହିଛି। ଆମେ ତାଙ୍କୁ(କଶ୍ମୀରବାସୀ) କେବେ ଏକୁଟିଆ ଛାଡ଼ିବୁ ନାହୁଁ। ଆମେ ତାଙ୍କ ସହ ରହିଛୁ, ରହିବୁ ମଧ୍ୟ। ଆମେ ତାଙ୍କ ଯନ୍ତ୍ରଣାକୁ ନିଜ ଯନ୍ତ୍ରଣା ବୋଲି ଅନୁଭବ କରୁଛୁ।'

ପାକିସ୍ତାନବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଛନ୍ତି ଭାରତ କଶ୍ମୀରରୁ ଧାରା ୩୭୦ ହଟାଇବା ନିଷ୍ପତ୍ତି ଅସାମ୍ୱିଧାନିକ। ଭାରତ ଏପରି ନିଷ୍ପତ୍ତି ନେଇ ଜାତିସଂଘ ଏବଂ ଶିମଲା ରାଜିନାମାକୁ ଉଲ୍ଲଂଘନ କରୁଛି, କିନ୍ତୁ ଭାରତ ଏପରି କରି କଶ୍ମୀରବାସୀଙ୍କ ମୁହଁ ବନ୍ଦ କରିପାରିବ ନାହିଁ ବୋଲି ସେ କହିଛନ୍ତି।

Related story