୧୧ ଜଣ ତାଲିବାନୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପାକିସ୍ତାନ ସେନାମୁଖ୍ୟଙ୍କ ନିର୍ଦ୍ଦେଶ

ଇସଲାମାବାଦ୍‌: ଦେଶରେ ଆତଙ୍କବାଦ, ଅପହରଣ, ସାଧାରଣଲୋକଙ୍କ ଉପରେ ଅତ୍ୟାଚାର, ପୋଲିସ ଓ ସେନା ଉପରକୁ ଆକ୍ରମଣ କରିବା ଅଭିଯୋଗରେ ୧୧ଜଣ ତାଲିବାନୀ ସଦସ୍ୟକୁ ମୃତ୍ୟୁଦଣ୍ଡ ଦେବାକୁ ପାକିସ୍ତାନ ସେନାମୁଖ୍ୟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ୧୧ଜଣ ତାଲିବାନୀଙ୍କୁ ବୁଧବାର ଏକ ରୁଦ୍ଧଦ୍ୱାର ମିଲିଟାରୀ କୋର୍ଟ ହାଜର କରାଯାଇଥିଲା। ଏହି ତାଲିବାନୀମାନେ ୨୦୧୪ ପେଶାୱର ସ୍କୁଲରେ ଆଖିବୁଜା ଗୁଳି କରି ୧୫୦ ଶିଶୁଙ୍କୁ ହତ୍ୟା କରିଥିବା ପାକିସ୍ତାନ ସେନା ଅନୁମାନ କରୁଛି। ତେଣୁ ପାକିସ୍ତାନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି […]

download

Rakesh Mallick
  • Published: Wednesday, 04 May 2016
  • , Updated: 04 May 2017, 03:44 PM IST

ଇସଲାମାବାଦ୍‌: ଦେଶରେ ଆତଙ୍କବାଦ, ଅପହରଣ, ସାଧାରଣଲୋକଙ୍କ ଉପରେ ଅତ୍ୟାଚାର, ପୋଲିସ ଓ ସେନା ଉପରକୁ ଆକ୍ରମଣ କରିବା ଅଭିଯୋଗରେ ୧୧ଜଣ ତାଲିବାନୀ ସଦସ୍ୟକୁ ମୃତ୍ୟୁଦଣ୍ଡ ଦେବାକୁ ପାକିସ୍ତାନ ସେନାମୁଖ୍ୟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ୧୧ଜଣ ତାଲିବାନୀଙ୍କୁ ବୁଧବାର ଏକ ରୁଦ୍ଧଦ୍ୱାର ମିଲିଟାରୀ କୋର୍ଟ ହାଜର କରାଯାଇଥିଲା। ଏହି ତାଲିବାନୀମାନେ ୨୦୧୪ ପେଶାୱର ସ୍କୁଲରେ ଆଖିବୁଜା ଗୁଳି କରି ୧୫୦ ଶିଶୁଙ୍କୁ ହତ୍ୟା କରିଥିବା ପାକିସ୍ତାନ ସେନା ଅନୁମାନ କରୁଛି। ତେଣୁ ପାକିସ୍ତାନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସେନାମୁଖ୍ୟ କହିଛନ୍ତି।

Related story